ସ୍ମାର୍ଟ ହେବ ଓଡ଼ିଶା ବିଧାନସଭା, କମ୍ପ୍ୟୁଟର ଦେଖି ପ୍ରଶ୍ନ ପଚାରିବେ ବିଧାୟକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହାଇଟେକ୍‌ ହେବ ଓଡ଼ିଶା ବିଧାନସଭା। ହିମାଚଳପ୍ରଦେଶ ବିଧାନସଭା ଶୈଳୀରେ ଡିଜିଟାଲ୍‌ ବିଧାନସଭା କରିବାକୁ ଆରମ୍ଭ ହୋଇଛି ପ୍ରୟାସ। ଓ୍ୱାନ୍‌ ନେସନ୍‌ ଓ୍ୱାନ୍‌ ଆପ୍ଲିକେସନ୍‌ ଯୋଜନା ମାଧ୍ୟମରେ କେନ୍ଦ୍ର ସରକାର ଇ-ବିଧାନସଭା ପାଇଁ ସହଯୋଗ କରିବେ। ୬ ମାସ ଭିତରେ ଏହା କାର୍ଯ୍ୟକାରୀ ହେବ। ଏହାଦ୍ୱାରା ଓଡ଼ିଶା ବିଧାନସଭା ପେପରଲେସ୍ ହେବା ସହିତ ଖର୍ଚ୍ଚ ଯଥେଷ୍ଟ କମିବା ଆଶା କରାଯାଉଛି। ହିମାଚଳ ବିଧାନସଭା ହୋଇଛି ସଂପୂର୍ଣ୍ଣ ଡିଜିଟାଲ୍‌। ପ୍ରତି ବିଧାୟକଙ୍କ ଆସନ ନିକଟରେ ଲାଗିଛି […]

assembly

Manoranjan Sial
  • Published: Sunday, 15 September 2019
  • , Updated: 15 September 2019, 06:55 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହାଇଟେକ୍‌ ହେବ ଓଡ଼ିଶା ବିଧାନସଭା। ହିମାଚଳପ୍ରଦେଶ ବିଧାନସଭା ଶୈଳୀରେ ଡିଜିଟାଲ୍‌ ବିଧାନସଭା କରିବାକୁ ଆରମ୍ଭ ହୋଇଛି ପ୍ରୟାସ। ଓ୍ୱାନ୍‌ ନେସନ୍‌ ଓ୍ୱାନ୍‌ ଆପ୍ଲିକେସନ୍‌ ଯୋଜନା ମାଧ୍ୟମରେ କେନ୍ଦ୍ର ସରକାର ଇ-ବିଧାନସଭା ପାଇଁ ସହଯୋଗ କରିବେ। ୬ ମାସ ଭିତରେ ଏହା କାର୍ଯ୍ୟକାରୀ ହେବ। ଏହାଦ୍ୱାରା ଓଡ଼ିଶା ବିଧାନସଭା ପେପରଲେସ୍ ହେବା ସହିତ ଖର୍ଚ୍ଚ ଯଥେଷ୍ଟ କମିବା ଆଶା କରାଯାଉଛି।

ହିମାଚଳ ବିଧାନସଭା ହୋଇଛି ସଂପୂର୍ଣ୍ଣ ଡିଜିଟାଲ୍‌। ପ୍ରତି ବିଧାୟକଙ୍କ ଆସନ ନିକଟରେ ଲାଗିଛି କମ୍ପ୍ୟୁଟର। ପୂରା ବିଧାନସଭା ଓ୍ୱାଇଫାଇ ହୋଇଛି। ଦେଶର ପ୍ରଥମ ଇ-ବିଧାନସଭାର ମାନ୍ୟତା ପାଇଥିବା ଏହି ଅତ୍ୟାଧୁନିକ ବିଧାନସଭା ସିମ୍‌ଳାରେ ଅବସ୍ଥାପିତ।

ହିମାଚଳପ୍ରଦେଶ ଢାଞ୍ଚାରେ ଓଡ଼ିଶା ବିଧାନସଭା ହେବ ହାଇଟେକ୍। ଏଥିପାଇଁ ଆରମ୍ଭ ହୋଇଛି ପ୍ରୟାସ। ନିକଟରେ ବାଚସ୍ପତି ସୂର୍ଯ୍ୟନାରୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ କମିଟି ସିମ୍‌ଳା ଯାଇ ସେଠାକାର ବିଧାନସଭା ବୁଲି ଦେଖିଥିଲେ। ଡିଜିଟାଇଜେସନ ପାଇଁ ପୂରା ବିଧାନସଭା ସୌଧର ହେବ ନବକଳେବର। ଚଳପ୍ରଚଳ ସୁବିଧା ଦୃଷ୍ଟିରୁ ବିଧାୟକମାନେ ବସୁଥିବା ୪ ଜଣିଆ ବ୍ଳକକୁ ଭାଙ୍ଗି ଦୁଇ ଜଣିଆ କରାଯିବ। ସବୁ ବିଧାୟକଙ୍କ ସିଟ୍‌ ସାମ୍ନାରେ ଲାଗିବ କମ୍ପ୍ୟୁଟର। ଏଥିରେ ସମସ୍ତ ପ୍ରଶ୍ନ-ଉତ୍ତର, ନୋଟିସ୍, ବିଭିନ୍ନ ପ୍ରୋସିଡିଂ ସବୁ ଅନଲାଇନରେ ଡିସ୍‌ପ୍ଲେ ହେବ।

ସେହିଭଳି ବିଧାୟକଙ୍କ ପାଇଁ ରହିବ ସ୍ୱତନ୍ତ୍ର ଆପ୍। ଏଥିରେ କମିଟି ବୈଠକର ତାରିଖ ସହ ବିଧାନସଭାର ସମସ୍ତ ତଥ୍ୟ ମିଳିପାରିବ। ଅଧିବେଶନ ପୂର୍ବରୁ ବିଧାନସଭା ଆସି ବିଧାୟକମାନେ ଯେଭଳି ପ୍ରଶ୍ନ ଦାଖଲ କରୁଛନ୍ତି, ତାହା କରିବାକୁ ପଡ଼ିବ ନାହିଁ। ଆପ୍‌ ମାଧ୍ୟମରେ ପ୍ରଶ୍ନ ପଠାଇବେ ୬ ମାସ ଭିତରେ ନୂଆ ବ୍ୟବସ୍ଥା ଲାଗୁ ହେବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି।

ସେପଟେ ଓଡ଼ିଶା ବିଧାନସଭା, ନ୍ୟାସନାଲ୍ ଇ-ବିଧାନ ଆପ୍ଲିକେସନ୍‌ରେ ସାମିଲ ହୋଇଛି। ଯେଉଁଥିରୁ ବିଲ୍, ଲିଷ୍ଟ ଅଫ୍ ବିଜନେସ୍, କମିଟି, ସଦସ୍ୟ, ପ୍ରଶ୍ନ-ଉତ୍ତର ଆଦି ବିଷୟରେ ଜାଣିହେବ। ଡିଜିଟାଲ୍ ଯୁଗରେ ଓଡ଼ିଶା ବିଧାନସଭାକୁ ପେପଲେସ୍‌ କରିବାକୁ ଚିନ୍ତା କରାଯାଉଛି। କିନ୍ତୁ ଟେକ୍ନୋଲୋଜି ସହ ଅଭ୍ୟସ୍ତ ନଥିବା ବିଧାୟକମାନେ ନୂଆ ବ୍ୟବସ୍ଥାକୁ କିଭଳି ବ୍ୟବହାର କରିବେ, ତାକୁ ନେଇ ଉଠିଛି ପ୍ରଶ୍ନ।

ଦୁଇଦିନ ଧରି ବିଧାୟକଙ୍କୁ ଦିଆଯାଇଥିବା ପ୍ରଶିକ୍ଷଣ ବେଳେ ଇ-ବିଧାନସଭା ଉପରେ ବିସ୍ତୃତ ଆଲୋଚାନ କରାଯାଇଥିଲା। ସେପଟେ ଇ-ବିଧାସଭାକୁ କିଭଳି କାର୍ଯ୍ୟକାରୀ କରାଯିବ ସେ ନେଇ ଆସନ୍ତାକାଲି ଏକ ବୈଠକ ଅନୁଷ୍ଠିତ ହେବ।

Related story