ବିଜେପି ରଣନୀତିକୁ ନେଇ ବିଜେଡି ନେତାଙ୍କ ଆକଳନ: ଚର୍ଚ୍ଚାରେ ସାଂସଦଙ୍କ ସ୍ତମ୍ଭ

ଭୁବନେଶ୍ୱର: ଓଡ଼ିଆ ଖବରକାଗଜରେ ପୁଣି ଜଣେ ବିଜେଡି ସାଂସଦଙ୍କ ପ୍ରବନ୍ଧକୁ ନେଇ ଚର୍ଚ୍ଚା। ଏକ ଖବରକାଗଜରେ କଟକ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଲେଖିଛନ୍ତି ‘ନୂଆବାଟ ଖୋଜୁଛି ଭାଜପା, ଆଉ ବିଜଦ’ ଶୀର୍ଷକ ସ୍ତମ୍ଭ। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଭର୍ତ୍ତୃହରି ତାଙ୍କ ସ୍ତମ୍ଭରେ ଲେଖିଛନ୍ତି,“ଓଡ଼ିଶାରେ ଭାଜପା ଉଭୟ ଲୋକସଭା ଓ ବିଧାନସଭା ଆସନ ପାଇଁ ରଣନୀତି ପ୍ରସ୍ତୁତ କରୁଛି। ଏହା ଜାଣି ବିଜେଡି ଉତ୍‌କ୍ଷିପ୍ତ ହେଲା ଭଳି ବିବୃତ୍ତି ଦେବା ଆରମ୍ଭ କରିଛି। ଏହା […]

Bhartruhari Mahtab

Rakesh Mallick
  • Published: Tuesday, 25 April 2017
  • , Updated: 25 April 2017, 05:33 PM IST

ଭୁବନେଶ୍ୱର: ଓଡ଼ିଆ ଖବରକାଗଜରେ ପୁଣି ଜଣେ ବିଜେଡି ସାଂସଦଙ୍କ ପ୍ରବନ୍ଧକୁ ନେଇ ଚର୍ଚ୍ଚା। ଏକ ଖବରକାଗଜରେ କଟକ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଲେଖିଛନ୍ତି ‘ନୂଆବାଟ ଖୋଜୁଛି ଭାଜପା, ଆଉ ବିଜଦ’ ଶୀର୍ଷକ ସ୍ତମ୍ଭ। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଭର୍ତ୍ତୃହରି ତାଙ୍କ ସ୍ତମ୍ଭରେ ଲେଖିଛନ୍ତି,“ଓଡ଼ିଶାରେ ଭାଜପା ଉଭୟ ଲୋକସଭା ଓ ବିଧାନସଭା ଆସନ ପାଇଁ ରଣନୀତି ପ୍ରସ୍ତୁତ କରୁଛି। ଏହା ଜାଣି ବିଜେଡି ଉତ୍‌କ୍ଷିପ୍ତ ହେଲା ଭଳି ବିବୃତ୍ତି ଦେବା ଆରମ୍ଭ କରିଛି। ଏହା ବିଜେଡିର ଦୁର୍ବଳତାକୁ ପ୍ରମାଣ କରୁଛି।”

ସ୍ତମ୍ଭଟି ବିଶେଷକରି ବିଜେପିର ରଣନୀତି ସମ୍ପର୍କରେ ଲେଖା ଯାଇଛି। କିଛି ରାଜ୍ୟରେ ଆସନ୍ତା ଦିନରେ ହେବାକୁ ଯାଉଥିବା ନିର୍ବାଚନ ପୂର୍ବରୁ ବିଜେପି କିପରି ରଣନୀତି ପ୍ରସ୍ତୁତ କରୁଛି ଏବଂ ଓଡ଼ିଶାରେ ଏହାର ରଣନୀତି କଣ ସେ ସମ୍ପର୍କରେ ଲେଖାଯାଇଛି।

Related story