ପାରିବା ପଣିଆର ହିସାବ ଦେବେ ବିଜେଡି ଓ ବିଜେପି; ଜନତା ପରଖିବେ ଦମ୍‌

ଭୁବନେଶ୍ୱର: ଲୋକଙ୍କ ପାଇଁ କାହାର ଦରଦ କେତେ। କିଏ କେତେ କାମ କରିଛି ନିଜ ପାରିବା ପଣିଆର ହିସାବ ଦେବାକୁ ପ୍ରସ୍ତୁତ ହେଉଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର। ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଏହି ପ୍ରତିଯୋଗିତା। କିନ୍ତୁ ତା ପୂର୍ବରୁ ଆରମ୍ଭ ହୋଇଛି ପ୍ରଚାର ଓ ବାସ୍ତବତାର ବକ୍‌ଯୁଦ୍ଧ। ବିଜେଡି ଅଭିଯୋଗ କରିଛି, ଓଡିଶାକୁ ବିକାଶର ପ୍ରୟୋଗଶାଳା କରିବାକୁ ପ୍ରଚାର କରୁଥିବା ମୋଦି ୧୧ ଯୋଜନାରୁ ୯ଟି ମିଛ। ଓଡିଶାର କୋଷ୍ଟାଲ ହାଇୱେର ସ୍ୱପ୍ନ […]

BJD-BJP-Logo

Rakesh Mallick
  • Published: Friday, 19 May 2017
  • , Updated: 19 May 2017, 08:48 PM IST

ଭୁବନେଶ୍ୱର: ଲୋକଙ୍କ ପାଇଁ କାହାର ଦରଦ କେତେ। କିଏ କେତେ କାମ କରିଛି ନିଜ ପାରିବା ପଣିଆର ହିସାବ ଦେବାକୁ ପ୍ରସ୍ତୁତ ହେଉଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର। ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଏହି ପ୍ରତିଯୋଗିତା। କିନ୍ତୁ ତା ପୂର୍ବରୁ ଆରମ୍ଭ ହୋଇଛି ପ୍ରଚାର ଓ ବାସ୍ତବତାର ବକ୍‌ଯୁଦ୍ଧ। ବିଜେଡି ଅଭିଯୋଗ କରିଛି, ଓଡିଶାକୁ ବିକାଶର ପ୍ରୟୋଗଶାଳା କରିବାକୁ ପ୍ରଚାର କରୁଥିବା ମୋଦି ୧୧ ଯୋଜନାରୁ ୯ଟି ମିଛ।

ଓଡିଶାର କୋଷ୍ଟାଲ ହାଇୱେର ସ୍ୱପ୍ନ ଓ ବାସ୍ତବତା ଭିତରେ ଅନେକ ଫରକ। ବିଜେପି କହୁଛି ଦୀଘାରୁ ଗୋପାଳପୁରକୁ ଯୋଡିବ ସୁଦୀର୍ଘ  ୪୫୦ କିଲୋମିଟର ସଡ଼କ। ବିଜେଡିର ଅଭିଯୋଗ କରିଛି ଏହା କେବଳ ସ୍ୱପ୍ନ, ବାସ୍ତବତା ହେଲା ଏଯାଏଁ  ଗୋଟିଏ ଇଞ୍ଚ ବି କାମ ହୋଇନି। ସେମିତି ଜାତୀୟ ରାଜପଥର ବିକାଶ ଅଙ୍କକୁ ନେଇ ଦୁହିଁଙ୍କ ଭିତରେ ବି ତୁ ତୁ ମେ ମେ। ରେଳ ବଜେଟରେ ଅର୍ଥ, ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିଶ ଅନୁସାରେ ଓଡିଶାର ଲାଭ ନେଇ ବିଜେପି ଦେଉଥିବା ଚିତ୍ରକୁ କେବଳ ପ୍ରଚାରସର୍ବସ୍ୱ ବୋଲି କହୁଛି ବିଜେଡି। ଏମିତି ମୋଦି ସରକାର ଓଡିଶା ପାଇଁ ୩ ବର୍ଷରେ କରିଥିବା ୧୧ଟି ଯୋଜନା ମଧ୍ୟରୁ କେବଳ ରାଷ୍ଟ୍ରୀୟ ସ୍ତରର ଶିକ୍ଷାନୁଷ୍ଠାନ ଓ ପାଇକଙ୍କ ସମ୍ମାନ କଥାକୁ ଗ୍ରହଣ କରୁଛି ବିଜେଡି। ବାକି ସବୁ ପଲିଟିକାଲ୍ ପ୍ରହସନ ବୋଲି ଅଭିଯୋଗ କରିଛି ବିଜେଡି।

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି,“ଓଡ଼ିଶାକୁ ଗରିବର ପ୍ରୟୋଗଶାଳା କହିବା ଏକ ପ୍ରହସନ। ଏହାକୁ ରାଜନୈତିକ ଶ୍ଲୋଗାନ ମଧ୍ୟ କହିହେବ।”

ଅନ୍ୟପକ୍ଷରେ ୧୭ ବର୍ଷର ଶାସନର ହିସାବ ଦେବାକୁ ଲୋକଙ୍କ ପାଖକୁ ଯିବା ପାଇଁ ବିଜେଡିକୁ ଆହ୍ୱାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି,“ମୋଦି ସରକାର ୩ ବର୍ଷରେ ଓଡିଶା ପାଇଁ କରିଥିବା କାମର ହିସାବ ଦେବାକୁ ୩୬,୦୦୦ ବୁଥକୁ ଯିବାକୁ ଦଳ ପ୍ରସ୍ତୁତ ହେଉଛି। ବିଜେଡିର ସତ୍‌ସାହସ ଥିଲେ ଲୋକଙ୍କ ପାଖକୁ ଚାଲନ୍ତୁ।”

ତେବେ ଏ ପ୍ରତିଯୋଗିତା ଭିତରେ ପଛରେ ପଡ଼ିଥିବା କଂଗ୍ରେସ ଉଭୟ ବିଜେଡି ଓ ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି। ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଛନ୍ତି,“କଂଗ୍ରେସ ଯୋଜନାକୁ ହାଇଜାକ କରି ବିଜେପି ବିକାଶର କଥା କହୁଛି। ସେଥିରୁ ଅନେକ ଯୋଜନା କଟାଯାଇଛି। ସେହିପରି ବିଜେଡି ମଧ୍ୟ ବିଜେପି ଯୋଜନାକୁ ହାଇଜାକ କରି ମୋର ବୋଲି କହୁଛି।”

Related story