ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ପାଳିଲା ରାଜ୍ୟ ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ତମ ଜନ୍ମ ଦିନ ରାଜ୍ୟ ବିଜେପି ପକ୍ଷରୁ ଆଜି ପାଳିତ ହୋଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ବିଜେପି ପକ୍ଷରୁ ‘ସେବା ଓ ସମର୍ପଣ’ କାର୍ଯ୍ୟକ୍ରମ ଆଜିଠୁ ଆରମ୍ଭ ହୋଇ ଆସନ୍ତା ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟତମାମ ଚାଲିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ୨୦ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଜନହିତକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରାଯିବ ବୋଲି […]

PM Narendra Modi

PM Narendra Modi

Ordigital Desk
  • Published: Friday, 17 September 2021
  • Updated: 17 September 2021, 10:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ତମ ଜନ୍ମ ଦିନ ରାଜ୍ୟ ବିଜେପି ପକ୍ଷରୁ ଆଜି ପାଳିତ ହୋଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ବିଜେପି ପକ୍ଷରୁ ‘ସେବା ଓ ସମର୍ପଣ’ କାର୍ଯ୍ୟକ୍ରମ ଆଜିଠୁ ଆରମ୍ଭ ହୋଇ ଆସନ୍ତା ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟତମାମ ଚାଲିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି। ୨୦ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଜନହିତକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରାଯିବ ବୋଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି।

ଆଜି ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଦୀର୍ଘାୟୁ ଓ ନିରାମୟ ଜୀବନ କାମନା କରି ୭୧ଟି ଦୀପ ପ୍ରଜ୍ଜ୍ୱଳନ କରାଯାଇଛି। ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ତରଫରୁ ରାଜ୍ୟ କାର୍ଯ୍ୟାଳୟଠାରେ ରକ୍ତଦାନ ଶିବିର, ମହିଳାମୋର୍ଚ୍ଚା ତରଫରୁ ପ୍ରତ୍ୟେକ ମେଡିକାଲ୍‌ରେ ଫଳ ବଂଟନ ଆଦି କରାଯାଇଅଛି। ଏହି ଅବସରରେ ଦଳର ୩୬ଗୋଟି ସାଂଗଠନିକ ଜିଲ୍ଲା, ସମସ୍ତ ମଣ୍ଡଳସ୍ତରରେ ସେବାମୂଳକ କାର୍ଯ୍ୟକ୍ରମ, କୃଷକ ଏବଂ ସୈନିକମାନଙ୍କୁ ସମ୍ବର୍ଦ୍ଧନା, ଦିବ୍ୟାଙ୍ଗମାନଙ୍କୁ ସହାୟତା ଆଦି ବିଭିନ୍ନ କାର୍ଯ୍ୟକ୍ରମମାନ ସପ୍ତାେ ବ୍ୟାପୀ ପାଳନ କରାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ମୋଦିଙ୍କ ଜୀବନୀ ଓ କୃତିତ୍ୱ ଉପରେ ଏକ ଫଟୋଚିତ୍ର ପ୍ରଦର୍ଶନୀ ମଧ୍ୟ ଆଜି ରାଜ୍ୟ କାର୍ଯ୍ୟାଳୟରେ ଉଦଘାଟିତ ହୋଇଛି। ସାଂସଦ ଜୁଏଲ ଓରାମ ଏହି ପ୍ରଦର୍ଶନୀତିକୁ ଉଦଘାଟନ କରିଥିଲେ।

ଏହି ଅବସରରେ ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର, ଅନିତା ପ୍ରିୟଦର୍ଶନୀ, ଦିଲ୍ଲୀପ ମହାନ୍ତି, ଠାକୁର୍ ରଣଜିତ୍ ଦାସ, ରମାରଞ୍ଜନ ବଳିୟାରସିଂ, ରାଜେନ୍ଦ୍ର ପଣ୍ଡା, ସଜ୍ଜନ ଶର୍ମା, ସୁରଥ ବିଶ୍ୱାଳ, ପିଙ୍କି ପ୍ରଧାନ, ରବି ପଟ୍ଟନାୟକ, ହରେକୃଷ୍ଣ ଖୁଂଟିଆ, ସଂଗ୍ରାମ କେଶରୀ ନାୟକ, ରଶ୍ମିରଞ୍ଜନ ମୁଦୁଲି, ଅଭିଷେକ୍ ଆଚାର୍ଯ୍ୟ, ଦିଲ୍ଲ୍‌ୀପ୍ ବେହେରା,ହିଂମାଶୁ ଛୋଟରାୟ ଓ ମନ୍ଦାକିନୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos