ଜିଲ୍ଲା ପ୍ରଭାରୀଙ୍କ ନାଁ ଘୋଷଣା କଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ମଧ୍ୟରେ ବିଜେପି ଆଜି ରାଜ୍ୟର ୩୬ଟି ସାଂଗଠନିକ ଜିଲ୍ଲା ପାଇଁ ପ୍ରଭାରୀଙ୍କୁ ନିଯୁକ୍ତି କରିଛି। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶରେ ଦଳର ନେତାମାନଙ୍କୁ ସାଂଗଠନିକ ଜିଲ୍ଲା ପ୍ରଭାରୀ ଭାବେ ନିଯୁକ୍ତି ମିଳିଛି। ବିଜେପି ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ ଅନୁଗୋଳ ଜିଲ୍ଲା ପ୍ରଭାରୀ ଭାବେ ସୀମାଞ୍ଚଳ ଖଟେଇ, ବାଲେଶ୍ୱର ଜିଲ୍ଲା ପ୍ରଭାରୀ ଭାବେ ଗୋଲକ ପ୍ରସାଦ ମହାପାତ୍ର, ବରଗଡ଼-ନାଉରୀ ନାଏକ, ବାରିପଦା – ବିଷ୍ଣୁ ସେଠୀ, ବଲାଙ୍ଗିର […]

bjp

Manoranjan Sial
  • Published: Wednesday, 22 July 2020
  • , Updated: 22 July 2020, 06:24 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ମଧ୍ୟରେ ବିଜେପି ଆଜି ରାଜ୍ୟର ୩୬ଟି ସାଂଗଠନିକ ଜିଲ୍ଲା ପାଇଁ ପ୍ରଭାରୀଙ୍କୁ ନିଯୁକ୍ତି କରିଛି। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶରେ ଦଳର ନେତାମାନଙ୍କୁ ସାଂଗଠନିକ ଜିଲ୍ଲା ପ୍ରଭାରୀ ଭାବେ ନିଯୁକ୍ତି ମିଳିଛି।

ବିଜେପି ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ ଅନୁଗୋଳ ଜିଲ୍ଲା ପ୍ରଭାରୀ ଭାବେ ସୀମାଞ୍ଚଳ ଖଟେଇ, ବାଲେଶ୍ୱର ଜିଲ୍ଲା ପ୍ରଭାରୀ ଭାବେ ଗୋଲକ ପ୍ରସାଦ ମହାପାତ୍ର, ବରଗଡ଼-ନାଉରୀ ନାଏକ, ବାରିପଦା - ବିଷ୍ଣୁ ସେଠୀ, ବଲାଙ୍ଗିର ପାଇଁ ସୁରେଶ୍ୱର ଶତପଥୀ, ଭଦ୍ରକ - କାଳନ୍ଦୀ ସାମଲ, ଭୁବନେଶ୍ୱର - ଭୁବନମୋହନ ଜେନା, ବୌଦ୍ଧ - ରାମଚନ୍ଦ୍ର ମେହେର, ବଣାଇ -ବଟକିଶୋର ମିଶ୍ର, କଟକ ସହର - ପୃଥ୍ୱୀରାଜ ହରିଚନ୍ଦନ, କଟକ ସଦର - ଅମର ନାୟକ, ଦେବଗଡ଼ - ଧୀରେନ ସେନାପତି, ଢେଙ୍କାନାଳ - ପ୍ରଭାତୀ ପରିଡ଼ା, ଗଜପତି- ସରୋଜ ସାବତ, ଘୁମୁସର(ଗଞ୍ଜାମ)- ସୁରଥ ବିଶ୍ୱାଳ, ଯାଜପୁର- ଶାରଦା ପ୍ରସାଦ ଶତପଥୀ, ଜଗତସିଂହପୁର- ଶାରଦା ପ୍ରଧାନ, ଝାରସୁଗୁଡ଼ା-ଶଙ୍କର ଓରାମ, କଳାହାଣ୍ଡି- ରମେଶ ସାହୁ, କନ୍ଧମାଳ- ବିରଂଚି ନାରାୟଣ ତ୍ରିପାଠୀ, କେନ୍ଦ୍ରାପଡ଼ା- ଯତୀନ ମହାନ୍ତି, କେନ୍ଦୁଝର-ନବୀନ ରାମ, କୋରାପୁଟ-ବଳଭଦ୍ର ମାଝୀ, ଖୋର୍ଦ୍ଧା- ଭୃଗୁ ବକ୍ସିପାତ୍ର, ମାଲକାନଗିରି- କାଳୀରାମ ମାଝୀ, ନୟାଗଡ଼- ନିରଞ୍ଜନ ମିଶ୍ର, ନବରଙ୍ଗପୁର -ମୁକେଶ ମହାଲିଙ୍ଗ, ନୂଆପଡ଼ା- ଆର୍ତ୍ତତ୍ରାଣ ମହାପାତ୍ର, ପାନପୋଷ-ରବିନାରାୟଣ ନାଏକ, ପୁରୀ- ଲେଖାଶ୍ରୀ ସସାମନ୍ତସିଂହାର, ରାଇରଙ୍ଗପୁର-ମୋହନ ମାଝୀ, ରାୟଗଡ଼ା-ଗୋବିନ୍ଦ ଜୈନ, ସମ୍ବଲପୁର-ଟଙ୍କଧର ତ୍ରିପାଠୀ, ସୁନ୍ଦରଗଡ଼- ମୁରଲୀ କ୍ରିଷ୍ଣା ଓ ସୁବର୍ଣ୍ଣପୁର ସାଂଗଠନିକ ଜିଲ୍ଲା ପ୍ରଭାରୀ ଭାବେ ଭବେନ୍ଦ୍ର ପଣ୍ଡାଙ୍କୁ ନିଯୁକ୍ତି କରାଯାଇଛି ବୋଲି ଦଳର ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ପ୍ରସାଦ ମହାପାତ୍ର ସୂଚନା ଦେଇଛନ୍ତି।

Related story