ରାୟଗଡ଼ା ଜିଲ୍ଲା ପରିଷଦ ଉପନିର୍ବାଚନ, ହ୍ୱିପ୍ ଜାରି କଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାୟଗଡ଼ା ଜିଲ୍ଲା ପରିଷଦ ଉପନିର୍ବାଚନରେ ବିଜେପି ସଦସ୍ୟମାନେ ସାମିଲ ହେବା ଉପରେ ଦଳ ପକ୍ଷରୁ କଟକଣା ଜାରି ହୋଇଛି। ଆସନ୍ତାକାଲି ସେଠାରେ ଉପନିର୍ବାଚନ ହେଉଥିବାବେଳେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ବିଜେପିର ସମସ୍ତ ୪ ଜଣ ଜିଲ୍ଲା ପରିଷଦଙ୍କ ଉପରେ ଦଳ ତରଫରୁ ହ୍ୱିପ ଜାରି କରାଯାଇଛି ବୋଲି ରାଜ୍ୟ ସହ ନିର୍ବାଚନ ଅଧିକାରୀ ସୁଦୀପ୍ତ ରାୟ ସୂଚନା ଦେଇଛନ୍ତି । ରାୟଗଡା ଜିଲ୍ଲାର ବିଜେପି ଜିଲ୍ଲା ପରିଷଦ ପୁଷ୍ପାଜଂଳୀ ମୁତୁକା, ଶାରଦା […]

bjp00

Manoranjan Sial
  • Published: Tuesday, 18 February 2020
  • , Updated: 18 February 2020, 09:07 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାୟଗଡ଼ା ଜିଲ୍ଲା ପରିଷଦ ଉପନିର୍ବାଚନରେ ବିଜେପି ସଦସ୍ୟମାନେ ସାମିଲ ହେବା ଉପରେ ଦଳ ପକ୍ଷରୁ କଟକଣା ଜାରି ହୋଇଛି। ଆସନ୍ତାକାଲି ସେଠାରେ ଉପନିର୍ବାଚନ ହେଉଥିବାବେଳେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ବିଜେପିର ସମସ୍ତ ୪ ଜଣ ଜିଲ୍ଲା ପରିଷଦଙ୍କ ଉପରେ ଦଳ ତରଫରୁ ହ୍ୱିପ ଜାରି କରାଯାଇଛି ବୋଲି ରାଜ୍ୟ ସହ ନିର୍ବାଚନ ଅଧିକାରୀ ସୁଦୀପ୍ତ ରାୟ ସୂଚନା ଦେଇଛନ୍ତି । ରାୟଗଡା ଜିଲ୍ଲାର ବିଜେପି ଜିଲ୍ଲା ପରିଷଦ ପୁଷ୍ପାଜଂଳୀ ମୁତୁକା, ଶାରଦା ସେନାପତି, ନେତ୍ରନନ୍ଦ କୈବର୍ତ ଏବଂ ରାମଚନ୍ଦ୍ର ବେହେରାଙ୍କୁ ଉପନିର୍ବାଚନରେ ଅନୁପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀ ରାୟ କହିଛନ୍ତି ।

Related story