ବୁଦ୍ଧିଆଙ୍କ ସେକେଣ୍ଡ ଇନିଂସ୍‌: ବୁଦ୍ଧଙ୍କ ଜନ୍ମମାଟି କପିଳବସ୍ତୁରେ ଦୌଡ଼ିବେ ବିସ୍ମୟ ବାଳକ

ଭୁବନେଶ୍ୱର: ଭଗବାନ ବୁଦ୍ଧଙ୍କ ଜନ୍ମସ୍ଥଳୀରେ ଦୌଡିବେ ଚର୍ଚ୍ଚିତ ଧାବକ ବୁଦ୍ଧିଆ ସିଂ। ଚଳିତ ମାସ ୧୫ ତାରିଖରେ ନେପାଳର ଲୁମ୍ବିନୀସ୍ଥିତ କପିଳବସ୍ତୁରେ ହେବାକୁ ଥିବା ମାଉଣ୍ଟ ଏଭରେଷ୍ଟ ମାରାଥନରେ ଭାଗ ନେଉଛନ୍ତି ବୁଦ୍ଧିଆ ସିଂ। ମାଉଣ୍ଟ ଏଭରେଷ୍ଟ ମାରାଥନ ବା ତେଞ୍ଜିଂ ହିଲାରି ମାରାଥନ ଦୌଡ଼ ଆସନ୍ତା ୨୯ ତାରିଖରେ ହେଉଛି। ତା’ ପୂର୍ବରୁ ନେପାଳର ଜାତୀୟ ସ୍ତରୀୟ ଧାବକ ଓ ଅଲିମ୍ପିଆନ୍ସଙ୍କୁ ନେଇ ଆୟୋଜିତ ହେଉଥିବା ଶାନ୍ତି ମଶାଲ ଦୌଡ଼ରେ ଅନ୍ୟତମ ଅତିଥି ଭାବେ ସାମିଲ […]

03budhia-singh6

Rakesh Mallick
  • Published: Saturday, 13 May 2017
  • , Updated: 13 May 2017, 03:53 PM IST

ଭୁବନେଶ୍ୱର: ଭଗବାନ ବୁଦ୍ଧଙ୍କ ଜନ୍ମସ୍ଥଳୀରେ ଦୌଡିବେ ଚର୍ଚ୍ଚିତ ଧାବକ ବୁଦ୍ଧିଆ ସିଂ। ଚଳିତ ମାସ ୧୫ ତାରିଖରେ ନେପାଳର ଲୁମ୍ବିନୀସ୍ଥିତ କପିଳବସ୍ତୁରେ ହେବାକୁ ଥିବା ମାଉଣ୍ଟ ଏଭରେଷ୍ଟ ମାରାଥନରେ ଭାଗ ନେଉଛନ୍ତି ବୁଦ୍ଧିଆ ସିଂ।

ମାଉଣ୍ଟ ଏଭରେଷ୍ଟ ମାରାଥନ ବା ତେଞ୍ଜିଂ ହିଲାରି ମାରାଥନ ଦୌଡ଼ ଆସନ୍ତା ୨୯ ତାରିଖରେ ହେଉଛି। ତା’ ପୂର୍ବରୁ ନେପାଳର ଜାତୀୟ ସ୍ତରୀୟ ଧାବକ ଓ ଅଲିମ୍ପିଆନ୍ସଙ୍କୁ ନେଇ ଆୟୋଜିତ ହେଉଥିବା ଶାନ୍ତି ମଶାଲ ଦୌଡ଼ରେ ଅନ୍ୟତମ ଅତିଥି ଭାବେ ସାମିଲ ହେବେ ବୁଦ୍ଧିଆ ସିଂ। ଏହି ଦୌଡ଼ ଅବସରରେ ବୁଦ୍ଧିଆ ବୁଦ୍ଧ ଶାନ୍ତି ମଶାଲ ଧରିବେ।

ଶାନ୍ତି ମଶାଲ ଦୌଡରେ ଭାଗ ନେବା ପାଇଁ ବୁଦ୍ଧିଆ ସିଂଙ୍କୁ ଆୟୋଜକଙ୍କ ତରଫରୁ ନିମନ୍ତ୍ରଣ ମିଳିଛି। ଏଥିପାଇଁ ବୁଦ୍ଧିଆ ଆସନ୍ତାକାଲି ଭୁବନେଶ୍ୱରରୁ ବିମାନ ଯୋଗେ କାଠମାଣ୍ଡୁ ଯିବେ। ତିନି ଦିନ ରହିବା ପରେ ସେ ୧୭ ତାରିଖରେ ଓଡିଶା ଫେରିବେ।

Related story