ଓଡ଼ିଶା ଇଲେକ୍ଟ୍ରୋନିକ୍ସ ନୀତିକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ଇଲେକ୍ଟ୍ରୋନିକ୍ସ ନୀତିକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ମିଳିଛି। ଓଡ଼ିଶା ଇଲେକ୍ଟ୍ରୋନିକ୍ସ ଶିଳ୍ପର ପ୍ରସାର ନିମନ୍ତେ ନୀତିକୁ ମିଳିଲା ମଞ୍ଜୁରୀ ମିଳିଛି। ପ୍ରଥମ ୧୦ଟି ନୂଆ ନିବେଶକୁ ମିଳିବ ଉତ୍ପାଦନ ଭିତ୍ତିକ ସହାୟତା। ସହାୟତା ବାବଦରେ ୫ ବର୍ଷ ଯାଏ ବାର୍ଷିକ କାରବାରର ୧% ମିଳିବ। ୟୁନିଟ୍‌ ଗୁଡ଼ିକୁ ପୁଞ୍ଜିନିବେଶ ଆଧାରରେ ୧୦ରୁ ୨୫୦ କୋଟି ଯାଏଁ ସହାୟତା ମିଳିବ। ଉଦ୍ୟୋଗୀଙ୍କୁ ବିଦ୍ୟୁତ ଶୁଳ୍କ ଓ ଇନ୍ସପେକ୍ସନ ଫି’ ୫ ବର୍ଷ ପର୍ଯ୍ୟନ୍ତ […]

electronics-products

Manoranjan Sial
  • Published: Tuesday, 23 November 2021
  • , Updated: 23 November 2021, 07:04 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ଇଲେକ୍ଟ୍ରୋନିକ୍ସ ନୀତିକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ମିଳିଛି। ଓଡ଼ିଶା ଇଲେକ୍ଟ୍ରୋନିକ୍ସ ଶିଳ୍ପର ପ୍ରସାର ନିମନ୍ତେ ନୀତିକୁ ମିଳିଲା ମଞ୍ଜୁରୀ ମିଳିଛି। ପ୍ରଥମ ୧୦ଟି ନୂଆ ନିବେଶକୁ ମିଳିବ ଉତ୍ପାଦନ ଭିତ୍ତିକ ସହାୟତା। ସହାୟତା ବାବଦରେ ୫ ବର୍ଷ ଯାଏ ବାର୍ଷିକ କାରବାରର ୧% ମିଳିବ। ୟୁନିଟ୍‌ ଗୁଡ଼ିକୁ ପୁଞ୍ଜିନିବେଶ ଆଧାରରେ ୧୦ରୁ ୨୫୦ କୋଟି ଯାଏଁ ସହାୟତା ମିଳିବ। ଉଦ୍ୟୋଗୀଙ୍କୁ ବିଦ୍ୟୁତ ଶୁଳ୍କ ଓ ଇନ୍ସପେକ୍ସନ ଫି’ ୫ ବର୍ଷ ପର୍ଯ୍ୟନ୍ତ ଛାଡ଼ ହେବ। ଯୋଗ୍ୟ ଉଦ୍ୟୋଗୀଙ୍କୁ ବିଦ୍ୟୁତ ବିଲ୍‌ର ୩୦% ସର୍ବାଧିକ ୫୦ ଲକ୍ଷ ଯାଏଁ ରିହାତି ମିଳିବ। ଉଦ୍ୟୋଗୀଙ୍କୁ ଜମି କ୍ରୟ ସମୟରେ ଷ୍ଟାମ୍ପଡ୍ୟୁଟି ୧୦୦% ଛାଡ଼ କରାଯିବ। ଚାଷ ଜମିକୁ ଶିଳ୍ପ ଉପଯୋଗୀ କରିବାକୁ ହେଉଥିବା ଖର୍ଚ୍ଚର ୧୦୦% ଦିଆଯିବ।

ସେହିପରି ମହିଳା, SC/ST, ଭିନ୍ନକ୍ଷମଙ୍କୁ ସର୍ବାଧିକ ୧ କୋଟି ଯାଏଁ ଅତିରିକ୍ତ ସହାୟତା ମିଳିବ। ବ୍ୟାଙ୍କରୁ ଋଣ କରି ଠିକ ସମୟରେ ଶୁଝୁଥିଲେ ଋଣ ଉପରେ ୫% ସୁଧ ରିହାତି ମିଳିବ। ସଫଳ ଉଦ୍ୟୋଗୀଙ୍କୁ ଉତ୍ପାଦନ ଆରମ୍ଭର ୫ ବର୍ଷ ଯାଏଁ SGST ଛାଡ଼ ହେବ।

Related story