'କାଳିଆ'ରେ ସାମିଲ ହେବେ ଆଉ ୧୦ଲକ୍ଷ ଚାଷୀ, ୧୭ ପ୍ରସ୍ତାବକୁ କ୍ୟାବିନେଟ ମୋହର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ କ୍ୟାବିନେଟ୍ ପୁଣିଥରେ ବିଭିନ୍ନ ବର୍ଗର ସରକାରୀ କର୍ମଚାରୀ ଓ ଚାଷୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଉଦ୍ୟମ କରିଛନ୍ତି। ଏହାସହିତ ଭାରତୀୟ ବାୟୁସେନା ଦ୍ୱାରା ପାକ୍ ଅଧିକୃତ କାଶ୍ମୀରରେ ସଫଳ ସର୍ଜିକାଲ ଷ୍ଟ୍ରାଇକକୁ ପ୍ରଶଂସା କରି ରାଜ୍ୟ କ୍ୟାବିନେଟ୍ ବୈଠକରେ ଏକ ସର୍ବସମ୍ମତ ସଂକଳ୍ପ ପ୍ରସ୍ତାବ ମଧ୍ୟ ଗୃହୀତ ହୋଇଛି। ମୋଟ ୧୭ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ […]

secretariatodisha

secretariatodisha

Manoranjan Sial
  • Published: Tuesday, 26 February 2019
  • Updated: 26 February 2019, 09:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ କ୍ୟାବିନେଟ୍ ପୁଣିଥରେ ବିଭିନ୍ନ ବର୍ଗର ସରକାରୀ କର୍ମଚାରୀ ଓ ଚାଷୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଉଦ୍ୟମ କରିଛନ୍ତି। ଏହାସହିତ ଭାରତୀୟ ବାୟୁସେନା ଦ୍ୱାରା ପାକ୍ ଅଧିକୃତ କାଶ୍ମୀରରେ ସଫଳ ସର୍ଜିକାଲ ଷ୍ଟ୍ରାଇକକୁ ପ୍ରଶଂସା କରି ରାଜ୍ୟ କ୍ୟାବିନେଟ୍ ବୈଠକରେ ଏକ ସର୍ବସମ୍ମତ ସଂକଳ୍ପ ପ୍ରସ୍ତାବ ମଧ୍ୟ ଗୃହୀତ ହୋଇଛି। ମୋଟ ୧୭ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ଯେ, ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ‘କାଳିଆ’ ଯୋଜନାରେ ଆଉ ୧୦ଲକ୍ଷ କ୍ଷୁଦ୍ର,ନାମମାତ୍ର ଓ ଭାଗଚାଷୀଙ୍କୁ ସାମିଲ କରାଯିବ। କାଳିଆ ସହାୟତା ପ୍ରଦାନ ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଅକ୍ଷୟ ତୃତୀୟା ଓ ନୂଆଖାଇ ପରିବର୍ତ୍ତେ ଏଣିକି ଏପ୍ରିଲ ୧ ଓ ସେପ୍ଟେମ୍ବର ୧ରେ ଚାଷୀଙ୍କୁ ସହାୟତା ପ୍ରଦାନ କରାଯିବ। କ୍ୟାବିନେଟ୍ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି।
ସେହିପରି ବିଭିନ୍ନ ବିଭାଗରେ କାର୍ଯ୍ୟରତ ଇଞ୍ଜିନିୟରମାନଙ୍କ ଦୀର୍ଘଦିନର ଦାବିକୁ ନିର୍ବାଚନ ପୂର୍ବରୁ ସରକାର ମାନି ନେଇଛନ୍ତି। ଡିପ୍ଲୋମା ଇଞ୍ଜିନିୟର ଓ ଡିଗ୍ରୀ ଇଞ୍ଜିନିୟରଙ୍କ ପାଇଁ ଉଦ୍ଦିଷ୍ଟ କ୍ୟାଡ଼ର ରୁଲରେ ପରିବର୍ତ୍ତନ କରି ସେମାନଙ୍କୁ ଶୀଘ୍ର ପଦୋନ୍ନତି ଦେବାର ବ୍ୟବସ୍ଥା କରିଛନ୍ତି। ଓଡ଼ିଶା ଇଞ୍ଜିନିୟରି ସର୍ଭିସ କ୍ୟାଡ଼ର ରୁଲରେ ସଂଶୋଧନ କରି ଜଳସମ୍ପଦ, ପୂର୍ତ୍ତ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ଥିବା ମୋଟ ୩୧୩୦ ଡିଗ୍ରୀ ଇଞ୍ଜିନିୟରଙ୍କ ପାଇଁ ଶୀର୍ଷ ପାହ୍ୟାରେ ଅଧିକ ପଦବୀ ସୃଷ୍ଟି କରାଯାଇଛି। ପୂର୍ବରୁ ସର୍ବୋଚ୍ଚ ଯନ୍ତ୍ରୀ ପାହ୍ୟାରେ ୯ଟି ପଦବୀ ଥିବାବେଳେ ଏବେ ଏହାକୁ ୧୪କୁ ବୃଦ୍ଧି କରାଯାଇଥିବାବେଳେ ଉପନିର୍ବାହୀ ଯନ୍ତ୍ରୀ ପଦବୀକୁ ଉଚ୍ଛେଦ କରି ଉପର ପାହ୍ୟାରେ ଅଧିକ ପଦବୀ ସୃଷ୍ଟି କରାଯାଇଛି।

ସେହିପରି ଶିକ୍ଷକମାନଙ୍କ ପଦୋନ୍ନତି ନିମନ୍ତେ ଓଡ଼ିଶା ଏଲିମେଣ୍ଟାରୀ ଏଜୁକେସନ ରୁଲ୍-୧୯୯୭ରେ ସଂଶୋଧନ କରାଯାଇଛି। ଏହାଦ୍ୱାରା ୭୨,୫୬୩ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ଉପକୃତ ହେବେ ଓ ଏଥିପାଇଁ ବର୍ଷକୁ ୪୫୪କୋଟି ଟଙ୍କା ଅତିରିକ୍ତ ବୋଝ ପଡ଼ିବ।
ସେହିପରି ଓଡ଼ିଶା ଫାୟାର ପ୍ରିଭେନସନ ଆଣ୍ଡ ଫାୟାର ସେଫଟି ରୁଲସ-୨୦୧୭ରେ ସଂଶୋଧନ କରାଯାଇ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ହାସଲ ପାଇଁ ଉଦ୍ଦିଷ୍ଟ ନିୟମକୁ କୋହଳ କରାଯାଇଛି। ଏହି ପ୍ରମାଣପତ୍ର ୪୫ଦିନ ପରିବର୍ତ୍ତେ ୧୮ଦିନରେ ମିଳିବ। ୧୨ମିଟର ଉଚ୍ଚତାରୁ କମ୍ ଓ ୫୦୦ବର୍ଗମିଟର କ୍ଷେତ୍ରଫଳରୁ କମ୍ ନିର୍ମିତ କୋଠା ପାଇଁ ଅଗ୍ନି ନିରାପତ୍ତା ପ୍ରମାଣପତ୍ରର ଆବଶ୍ୟକ ପଡ଼ିବ ନାହିଁ। ଏପରିକି ଛୋଟଛୋଟ ହସ୍ପିଟାଲ, ନର୍ସିଂହୋମ(ଆଇସିୟୁ ନଥିବା), ଅଡ଼ିଟୋରିୟମ, ବ୍ୟବସାୟିକ ପ୍ରତିଷ୍ଠାନ, ହୋଟେଲ ଆଦି ପାଇଁ ମଧ୍ୟ ନିୟମ କୋହଳ ହୋଇଛି।

ଓଡ଼ିଶା ସରକାର ଭାଷା ଆଇନ-୨୦୧୬ରେ ସଂଶୋଧନ କରାଯାଇ ଦଣ୍ଡ ଓ ପୁରସ୍କାରକୁ ବାଧ୍ୟତାମୂଳକ କରାଯାଇଛି। ଭାଷା ଆଇନକୁ ଉଲ୍ଲଘଂନ କରୁଥିବା ଅଧିକାରୀଙ୍କୁ ଓଡ଼ିଶା ସିଭିଲ ସର୍ଭିସ ରୁଲସ୍-୧୯୬୨ ଅନ୍ତର୍ଗତ କଣ୍ଡକ୍ଟ ରୁଲର ଉଲ୍ଲଘଂନ ଭାବେ ବିବେଚନା କରାଯିବ। ସର୍ବଭାରତୀୟ ସେବା ଅଫିସରଙ୍କୁ ମଧ୍ୟ ଅନୁରୂପ ଦଣ୍ଡର ପ୍ରାବଧାନ ରହିବ। ତେବେ ତାହା କେବଳ ସର୍ଭିସ କଣ୍ଡକ୍ଟ ଆଧାରିତ ହେବ। ଭାଷା ଆଇନକୁ ଭଲ ଭାବେ କାର୍ଯ୍ୟକାରୀ କଲେ ଅଫିସରଙ୍କୁ ପୁରସ୍କୃତ କରିବାର ମଧ୍ୟ ରୁଲସରେ ବ୍ୟବସ୍ଥା ରହିଛି।
ସେହିପରି ମଣିଷ-ପଶୁ ମଧ୍ୟରେ ମୁହାଁମୁହିଁ ଯୋଗୁ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କୁ କ୍ଷତିପୂରଣ ଦେବା ପାଇଁ ନିୟମକୁ କୋହଳ କରାଯାଇଛି। ଏଣିକି ୩ଦିନ ମଧ୍ୟରେ ତଦନ୍ତ ଆରମ୍ଭ କରାଯାଇ ୧୫ଦିନ ମଧ୍ୟରେ ଆଇନରେ ଥିବା ବ୍ୟବସ୍ଥା ଅନୁରୂପ କ୍ଷତିପୂରଣ ଦିଆଯିବ।
ସେହିପରି ଓଡ଼ିଶା ସିଭିଲ ସପ୍ଲାଏ ରୁଲସ-୨୦୧୯ରେ ସଂଶୋଧନ କରାଯାଇ ଉପର ପାହ୍ୟାରେ ଅଧିକ ପଦବୀ ସୃଷ୍ଟି କରାଯାଇଛି। ସରକାରୀ ଡାକ୍ତରଙ୍କ ପଦୋନ୍ନତି ପାଇଁ ପୂର୍ବରୁ ଘୋଷଣା ହୋଇଥିବା ଡିଏସିପିକୁ କ୍ୟାବିନେଟ୍ ମୋହର ବାଜିଛି।
ସେହିପରି ସ୍କୁଲ ଓ ଗଣଶିକ୍ଷା ଅଧୀନକୁ ଆସିଥିବା ଯୁକ୍ତ ଦୁଇ କଲେଜଗୁଡ଼ିକରେ ଶିକ୍ଷକ ନିଯୁକ୍ତି ପାଇଁ ସ୍ୱତନ୍ତ୍ର ଭାବେ ଓଡ଼ିଶା ଉଚ୍ଚମାଧ୍ୟମିକ ଶିକ୍ଷା ସେବା କ୍ୟାଡ଼ର ପ୍ରଣୟନ କରାଯାଇଛି। ଏହାକୁ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି ଓ ଓଡ଼ିଶା ଲୋକସେବା ଆୟୋଗ ମାଧ୍ୟମରେ ପିଜିଟି ବର୍ଗର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ।

କଲେଜଗୁଡ଼ିକରେ କ୍ରୀଡ଼ା ଶିକ୍ଷକ(ପିଇଟି) ନିଯୁକ୍ତି ପାଇଁ ସ୍ୱତନ୍ତ୍ର କ୍ୟାଡ଼ର ପ୍ରଣୟନ କରାଯାଇଛି ଓ ଷ୍ଟାଫ ସିଲେକ୍ସନ ମାଧ୍ୟମରେ ଏହି ନିଯୁକ୍ତି ଦିଆଯିବ।

ଏସବୁ ବ୍ୟତୀତ ଆଇଟି ନୀତି-୨୦୧୪ରେ ସଂଶୋଧନ, ଆଇଟି କ୍ଷେତ୍ରରେ ହାର୍ଡୱେୟାର ଇଣ୍ଡଷ୍ଟ୍ରିକୁ ଆକୃଷ୍ଟ ପାଇଁ ପ୍ରଚଳିତ ନିୟମକୁ କୋହଳ ମଧ୍ୟ କରାଯାଇଛି। ଆଇଟି ହାର୍ଡୱେୟାରରେ ପୁଞ୍ଜିନିବେଶ ସବସିଡି ନିମନ୍ତେ ନିବେଶକଙ୍କୁ ଏଣିକି ସର୍ବନିମ୍ନ ୫୦କୋଟି ଟଙ୍କା ଓ ୧୦୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ପଡ଼ିବ। ଯାହା ପୂର୍ବରୁ ୨୦୦କୋଟି ଓ ୫୦୦ଟି ନିଯୁକ୍ତି ସୁଯୋଗ କରିବା ଜରୁରୀ ଥିଲା।

ସେହିପରି ୧୧୬କୋଟି ଟଙ୍କା ବ୍ୟୟରେ ଟମକା-ମଙ୍ଗଳପୁର ରାସ୍ତାକୁ ୪ଲେନ୍ ବିଶିଷ୍ଟ କରିବା ଟେଣ୍ଡର ଏବଂ କାମାକ୍ଷାନଗର-ଯୋରନ୍ଦା ଗାଦିକୁ ସଂଯୋଗ ପାଇଁ ବ୍ରାହ୍ମଣୀ ନଦୀ ଉପରେ ୧୮୩ କୋଟି ଟଙ୍କା ବ୍ୟୟରେ ୩ ଲେନ୍ ବିଶିଷ୍ଟ ବ୍ରିଜ ନିର୍ମାଣ ଟେଣ୍ଡରକୁ ମଧ୍ୟ କ୍ୟାବିନେଟ୍ ମୋହର ବାଜିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story