ବିଦ୍ୟୁତ ସଂସ୍କାର ପାଇଁ ୨୭୨୫ କୋଟିର ଋଣ ଆଣିପାରିବ ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଦ୍ୟୁତ ସଂସ୍କାର ପାଇଁ ୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶା ୨୭୨୫କୋଟି ଟଙ୍କାର ଋଣ ଉଠାଣ କରିପାରିବ। ଏଥିପାଇଁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ପକ୍ଷରୁ ଅନୁମତି ମିଳିଛି। ବିଦ୍ୟୁତ ସଂସ୍କାର ପ୍ରକ୍ରିୟା ଉପରେ ଓଡ଼ିଶା ସମେତ ୧୦ଟି ରାଜ୍ୟକୁ ମୋଟ ୨୮୨୦୪କୋଟି ଟଙ୍କାର ଅତିରିକ୍ତ ଋଣ ଉଠାଣ ପାଇଁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଅନୁମତି ଦେଇଛି। ବିଦ୍ୟୁତ କ୍ଷେତ୍ରରେ ବିଭିନ୍ନ ରାଜ୍ୟମାନଙ୍କ ପକ୍ଷରୁ କରାଯାଇଥିବା ସଂସ୍କାରକୁ ଆଧାର କରି ୨୦୨୧-୨୨ରୁ ୨୦୨୨୪-୨୫ ଆର୍ଥିକ […]

Electricity

Ordigital Desk
  • Published: Thursday, 07 April 2022
  • , Updated: 07 April 2022, 09:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଦ୍ୟୁତ ସଂସ୍କାର ପାଇଁ ୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶା ୨୭୨୫କୋଟି ଟଙ୍କାର ଋଣ ଉଠାଣ କରିପାରିବ। ଏଥିପାଇଁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ପକ୍ଷରୁ ଅନୁମତି ମିଳିଛି। ବିଦ୍ୟୁତ ସଂସ୍କାର ପ୍ରକ୍ରିୟା ଉପରେ ଓଡ଼ିଶା ସମେତ ୧୦ଟି ରାଜ୍ୟକୁ ମୋଟ ୨୮୨୦୪କୋଟି ଟଙ୍କାର ଅତିରିକ୍ତ ଋଣ ଉଠାଣ ପାଇଁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଅନୁମତି ଦେଇଛି।

ବିଦ୍ୟୁତ କ୍ଷେତ୍ରରେ ବିଭିନ୍ନ ରାଜ୍ୟମାନଙ୍କ ପକ୍ଷରୁ କରାଯାଇଥିବା ସଂସ୍କାରକୁ ଆଧାର କରି ୨୦୨୧-୨୨ରୁ ୨୦୨୨୪-୨୫ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ପ୍ରତିବର୍ଷ ରାଜ୍ୟ ଜିଡିପିର ୦.୫ ପ୍ରତିଶତ ଅତିରିକ୍ତ ଋଣ ଉଠାଣ ନିମନ୍ତେ ଅନୁମତି ଦେବାକୁ ଅର୍ଥ ମନ୍ତ୍ରଣାଳୟ ନିଷ୍ପତ୍ତି କରିଛି। ପଂଚଦଶ ଅର୍ଥ ଆୟୋଗଙ୍କ ସୁପାରିସ ଆଧାରରେ ଏହି ମଞ୍ଜୁରୀ ମିଳିଛି । ବିଦ୍ୟୁତ କ୍ଷେତ୍ରରେ ପରିଚାଳନା ଓ ଆର୍ଥିକ ଦକ୍ଷତାରେ ସୁଧାର ଆଣିବାରେ ଏହା ସହାୟକ ହେବ । ତେବେ ଅତିରିକ୍ତ ଋଣ ଉଠାଣ ନିମନ୍ତେ ବିଦ୍ୟୁତ କ୍ଷେତ୍ରରେ ରାଜ୍ୟ ସରକାରମାନଙ୍କୁ ବାଧ୍ୟତାମୂଳକ ସଂସ୍କାର କାର୍ଯ୍ୟକାରୀ କରିବାକୁ ହେବ ଓ ନିର୍ଦ୍ଧାରିତ ପ୍ରଦର୍ଶନ ବେଂଚମାର୍କ ପ୍ରସ୍ତୁତ କରିବାକୁ ପଡ଼ିବ ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

Related story