ପରୀକ୍ଷା ଫଳ ବିଭ୍ରାଟ: ସିବିଏସ୍‌ଇ ଅଫିସ ଆଗରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଭୁବନେଶ୍ୱର: ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳ ବିଭ୍ରାଟ ପ୍ରସଙ୍ଗରେ ତେଜୁଛି ଆନ୍ଦୋଳନ। ସମସ୍ୟାର ଶୀଘ୍ର ସମାଧାନ ଦାବିରେ ଆଜି ଭୁବନେଶ୍ୱରସ୍ଥିତ ସିବିଏସ୍‌ଇ ଅଫିସ୍ ଆଗରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଧାରଣା ଦେଇଥିଲେ। ତେବେ ସଂଧ୍ୟାରେ ପୋଲିସ୍ ଶତାଧିକ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଉଠାଇ ନେଇଛି। ରେଜଲ୍ଟ ବିଭ୍ରାଟ ସମସ୍ୟାର ସମାଧାନ ପାଇଁ ସିବିଏସ୍‌ଇ କର୍ତ୍ତୃପକ୍ଷଙ୍କୁ ଆଜିଯାଏଁ ମହଲତ ଦେଇଥିଲେ ଅଭିଭାବକ ସଂଘ। ଅନ୍ୟପକ୍ଷରେ ପରୀକ୍ଷା ଫଳ ବିଭ୍ରାଟ ନେଇ CBSE କାର୍ଯ୍ୟାଳୟ ଆଗରେ ଆଜି ଜଣେ ଛାତ୍ର […]

cbse

Rakesh Mallick
  • Published: Tuesday, 06 June 2017
  • , Updated: 06 June 2017, 09:46 PM IST

ଭୁବନେଶ୍ୱର: ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳ ବିଭ୍ରାଟ ପ୍ରସଙ୍ଗରେ ତେଜୁଛି ଆନ୍ଦୋଳନ। ସମସ୍ୟାର ଶୀଘ୍ର ସମାଧାନ ଦାବିରେ ଆଜି ଭୁବନେଶ୍ୱରସ୍ଥିତ ସିବିଏସ୍‌ଇ ଅଫିସ୍ ଆଗରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଧାରଣା ଦେଇଥିଲେ। ତେବେ ସଂଧ୍ୟାରେ ପୋଲିସ୍ ଶତାଧିକ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଉଠାଇ ନେଇଛି। ରେଜଲ୍ଟ ବିଭ୍ରାଟ ସମସ୍ୟାର ସମାଧାନ ପାଇଁ ସିବିଏସ୍‌ଇ କର୍ତ୍ତୃପକ୍ଷଙ୍କୁ ଆଜିଯାଏଁ ମହଲତ ଦେଇଥିଲେ ଅଭିଭାବକ ସଂଘ।

ଅନ୍ୟପକ୍ଷରେ ପରୀକ୍ଷା ଫଳ ବିଭ୍ରାଟ ନେଇ CBSE କାର୍ଯ୍ୟାଳୟ ଆଗରେ ଆଜି ଜଣେ ଛାତ୍ର ଆତ୍ମାହୁତି ଉଦ୍ୟମ କରିଥିଲେ। ଛାତ୍ରଙ୍କ ନାଁ ମୃତ୍ୟୁଞ୍ଜୟ ପାଢ଼ୀ। କାର୍ଯ୍ୟାଳୟ ଆଗରେ ସେ ଦେହରେ କିରାସିନ୍ ଢାଳି ଆତ୍ମାହୁତି ଉଦ୍ୟମ କରିବା ସମୟରେ ପୋଲିସ ତାଙ୍କୁ ଅଟକାଇଥିଲା।

Related story