ବିଜେଡିକୁ ସୁହାଇଲା ଭଳି କାମ କରୁଛନ୍ତି ସିଇଓ: ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ଏବେ ଶାସକ ବିଜେଡିକୁ ସୁହାଇଲା ଭଳି ନିଜର ଦାୟିତ୍ୱ ସମ୍ପାଦନ କରୁଛନ୍ତି ଓ ବିଜେଡିର ପ୍ରାର୍ଥୀମାନେ କିପରି ନିର୍ବାଚନରେ ଜିତିବେ ସେଥିପାଇଁ ସେ କାର୍ଯ୍ୟ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଆଜି ଦଳର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଯେ, ମୁଖ୍ୟ ନିର୍ବାଚନ ଅଧିକାରୀ ବିଜେଡିର ସମସ୍ତ ବେଆଇନ କାର୍ଯ୍ୟକଳାପ ଉପରେ କୌଣସି ଅଙ୍କୁଶ ଲଗାଉନାହାନ୍ତି। କାଳିଆ […]

golak_mohapatra_bjp final

Manoranjan Sial
  • Published: Monday, 01 April 2019
  • , Updated: 01 April 2019, 09:41 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ଏବେ ଶାସକ ବିଜେଡିକୁ ସୁହାଇଲା ଭଳି ନିଜର ଦାୟିତ୍ୱ ସମ୍ପାଦନ କରୁଛନ୍ତି ଓ ବିଜେଡିର ପ୍ରାର୍ଥୀମାନେ କିପରି ନିର୍ବାଚନରେ ଜିତିବେ ସେଥିପାଇଁ ସେ କାର୍ଯ୍ୟ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

ଆଜି ଦଳର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି ଯେ, ମୁଖ୍ୟ ନିର୍ବାଚନ ଅଧିକାରୀ ବିଜେଡିର ସମସ୍ତ ବେଆଇନ କାର୍ଯ୍ୟକଳାପ ଉପରେ କୌଣସି ଅଙ୍କୁଶ ଲଗାଉନାହାନ୍ତି। କାଳିଆ ଯୋଜନାରେ ହିତାଧିକାରୀ ତାଲିକା ନଥିବା କାରଣରୁ ଓ ବଜେଟ୍ ବ୍ୟବସ୍ଥା ନଥିବାରୁ ମୁଖ୍ୟ ନିର୍ବାଚନ ଅଧିକାରୀ କାଳିଆ ଯୋଜନାକୁ ବନ୍ଦ କରିଛନ୍ତି। ହେଲେ କେଉଁଭଳି ଭାବେ ଏବେ ଗାଁ’ଗଣ୍ଡାରେ କାଳିଆ ଯୋଜନାର ପ୍ରଚାର ଗାଡ଼ି ବୁଲୁଛି? ସେ ସବୁ ଗାଡି ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଅନୁମତି ଦେଲେ କେମିତି? ଯଦି ଦେଇ ନାହାନ୍ତି ତାହେଲେ କାଳିଆ ଯୋଜନାର ପ୍ରଚାର ଗାଡ଼ିକୁ ଜବତ କାହିଁକି ହେଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

ଏ ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଭୂମିକା ସମ୍ପୃର୍ଣ୍ଣ ସନ୍ଦେହଜନକ ବୋଲି ସେ କହିଛନ୍ତି। ସେହିପରି ବିଜେଡିର ପ୍ରାର୍ଥୀମାନଙ୍କ ନାମାଙ୍କନ ପତ୍ରରେ ବ୍ୟାପକ ତ୍ରୁଟି ଥିବା ସତ୍ତ୍ଵେ ସେମାନଙ୍କର ନାମାଙ୍କନ ପତ୍ର ଖାରଜ କରାଯାଉନାହିଁ। ହିଞ୍ଜିଳି ଓ ବିଜେପୁରର ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକ, ରାଉରକେଲା ବିଜେଡି ବିଧାୟକ ପ୍ରାର୍ଥୀ ଶାରଦା ନାୟକ ଏବଂ ବଲାଙ୍ଗୀର ବିଜେଡି ସାଂସଦ ପ୍ରାର୍ଥୀ କଳିକେଶ ସିଂହଦେଓ ନାମାଙ୍କନରେ ବ୍ୟାପକ ମାତ୍ରାରେ ତ୍ରୁଟି ଥିବା ବିଜେପି ଅଭିଯୋଗ କରିଥିଲା। ମାତ୍ର ସେମାନଙ୍କର ନାମାଙ୍କନ ପତ୍ର ଖାରଜ କରାଯାଉନାହିଁ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏବେ ବିଜେଡି ଦଳର ହାତବାରିସୀ ସାଜିଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

Related story