ମହଙ୍ଗା ହେଲା ଜୋରିମାନା : ଅଯଥା ହର୍ଣ୍ଣ ବଜାଇଲେ ହଜାରେ, ମୋବାଇଲରେ ଗପିଲେ ୫ ହଜାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ସଡ଼କ ଦୁର୍ଘଟଣା ଓ ମୃତ୍ୟୁ ହ୍ରାସ କରିବା ପାଇଁ ରାଜ୍ୟ ସରକାର ଟ୍ରାଫିକ ନିୟମକୁ କଡ଼ାକଡ଼ି ପାଳନ ସହ ଉଲ୍ଲଘଂନକାରୀଙ୍କ ପାଇଁ ଜୋରିମାନା ପରିମାଣ ବୃଦ୍ଧି କରିଛନ୍ତି। ଅଯଥାରେ ହର୍ଣ୍ଣ ବଜାଇଲେ ହଜାରେ ଟଙ୍କା ଓ ମୋବାଇଲ ଫୋନରେ ଗପିଲେ ସର୍ବନିମ୍ନ ୫ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ। ଏହା ସହିତ ଟ୍ରାଫିକ ସୁପରିଚାଳନା ନିମନ୍ତେ ପ୍ରଥମଥର ପାଇଁ ଅନେକ ଧରଣର ନୂଆ ଜୋରିମାନା ସାମିଲ କରାଯାଇଛି । ଏହି ନୂଆ […]

#Odisha-Chief-Secretary-writes-to-Police-DG-regarding-implementation-of-Motor-Vehicles-(Amendment)-Act,-2019-From-Sep-1

Manoranjan Sial
  • Published: Saturday, 31 August 2019
  • , Updated: 31 August 2019, 06:42 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ସଡ଼କ ଦୁର୍ଘଟଣା ଓ ମୃତ୍ୟୁ ହ୍ରାସ କରିବା ପାଇଁ ରାଜ୍ୟ ସରକାର ଟ୍ରାଫିକ ନିୟମକୁ କଡ଼ାକଡ଼ି ପାଳନ ସହ ଉଲ୍ଲଘଂନକାରୀଙ୍କ ପାଇଁ ଜୋରିମାନା ପରିମାଣ ବୃଦ୍ଧି କରିଛନ୍ତି। ଅଯଥାରେ ହର୍ଣ୍ଣ ବଜାଇଲେ ହଜାରେ ଟଙ୍କା ଓ ମୋବାଇଲ ଫୋନରେ ଗପିଲେ ସର୍ବନିମ୍ନ ୫ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ।

ଏହା ସହିତ ଟ୍ରାଫିକ ସୁପରିଚାଳନା ନିମନ୍ତେ ପ୍ରଥମଥର ପାଇଁ ଅନେକ ଧରଣର ନୂଆ ଜୋରିମାନା ସାମିଲ କରାଯାଇଛି । ଏହି ନୂଆ ଜୋରିମାନା ଆସନ୍ତାକାଲିଠୁ ରାଜ୍ୟବ୍ୟାପୀ ଲାଗୁ ହେବ। କେନ୍ଦ୍ର ସରକାର ନିଜର ମୋଟର ଯାନ ଆଇନ-୧୯୮୮ ସଂଶୋଧନ କରିଥିବାବେଳେ ଏହି ଆଇନକୁ ଆସନ୍ତାକାଲିଠୁ ଓଡ଼ିଶାରେ ଲାଗୁ କରାଯିବ ବୋଲି ରାଜ୍ୟ ବାଣିଜ୍ୟ ଓ ପରିବହନ ସଚିବ ଗୁଡେ ଶ୍ରୀନିବାସ ସୂଚନା ଦେଇଛନ୍ତି।

ନୂଆ ନିୟମ ଅନୁସାରେ, ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ ପାଇଁ ଏଣିକି ସର୍ବନିମ୍ନ ଜୋରିମାନା ୫୦୦ ଟଙ୍କା ଧାର୍ଯ୍ୟ ହୋଇଛି। ସିଗନାଲ ନମାନି ଗାଡ଼ି ଚଳାଇଲେ, ମୋବାଇଲ ଫୋନ୍‌ରେ ଗପି ଗପି ଗାଡ଼ି ଚଳାଉଥିଲେ, ବିପଦପୂର୍ଣ୍ଣ ଭାବେ ଗାଡ଼ି ଚଳାଉଥିଲେ ଓ ‘ନୋ ଓଭରଟେକିଂ ଜୋନ୍’ରେ ଅନ୍ୟକୁ ଓଭରଟେକିଂ କଲେ ସର୍ବନିମ୍ନ ୫ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ। ଦ୍ୱିତୀୟ ଥର ଏହି ଭୁଲ୍ କଲେ ଜୋରିମାନା ପରିମାଣ ୧୦ ହଜାର ଟଙ୍କାକୁ ବୃଦ୍ଧି ପାଇବ। ସେହିପରି କାର୍‌ର ଡ୍ରାଇଭର ଓ ପାସେଞ୍ଜର ଯଦି ସିଟ୍ ବେଲ୍ଟ ପିନ୍ଧିନଥିବେ ସେମାନଙ୍କଠୁ ହଜାରେ ଟଙ୍କା ଜୋରିମାନା ଆଦାୟ ହେବ। ୧୪ ବର୍ଷରୁ କମ୍ ପିଲାଙ୍କୁ ଧରି ସିଟ୍ ବେଲଟ୍ ପିନ୍ଧି ନଥିଲେ ମଧ୍ୟ ହଜାରେ ଟଙ୍କା ଜୋରିମାନା ଦେବାକୁ ହେବ। ଦୁଇଚକିଆ ଗାଡ଼ିରେ ୨ ଜଣରୁ ଅଧିକ ଯାତ୍ରା କରୁଥିଲେ ହଜାରେ ଟଙ୍କା, ଦୁଇ ଚକିଆ ଗାଡ଼ିରେ ଉଭୟ ଡ୍ରାଇଭର ଓ ସହଯାତ୍ରୀ ହେଲମେଟ୍ ପିନ୍ଧି ନଥିଲେ ହଜାରେ ଟଙ୍କା, ବିନା କାରଣରେ ପ୍ରତିବନ୍ଧିତ ଅଞ୍ଚଳରେ ହର୍ଣ୍ଣ ବଜାଇଲେ ହଜାରେ ଟଙ୍କା, ସାଇଲେନ୍ସରରୁ ଧୂଆଁ ବାହାରିଲେ ହଜାରେ ଟଙ୍କା ଜୋରିମାନ ଦେବାକୁ ପଡ଼ିବ।

ସେହିପରି ଯଦି ଜରୁରୀକାଳୀନ ସେବା ଯଥା ଆମ୍ବୁଲାନ୍ସ ଓ ଫାୟାର ଗାଡ଼ିକୁ ସାଇଡ୍ ନଦେବେ ତେବେ ଅତିକମରେ ୧୦ ହଜାର ଟଙ୍କା ଜୋରିମାନା ଆଦାୟ ହେବ। ରାଜ୍ୟ ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠୀ ଆଜି ଏନେଇ ପୁଲିସ ଡିଜି ବିକେ ଶର୍ମାଙ୍କୁ ଚିଠି ଲେଖି ଅବଗତ କରିବା ସହ ନୂଆ ଜୋରିମାନା ଚାର୍ଟ ମଧ୍ୟ ଦେଇଛନ୍ତି । ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ କେଉଁ ଭୁଲ୍ ପାଇଁ କେତେ ଅର୍ଥ ଦଣ୍ଡ ରହିବ ତାହା ସେହି ରେଟ୍ ଚାର୍ଟ ଆଧାରରେ ଆଦାୟ ନିମନ୍ତେ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ପୁଲିସକୁ ଦିଆଯାଇଥିବା ୧୦ କୋଟି ଟଙ୍କାରେ ରାଜପଥ ପାଟ୍ରୋଲିଂ କଡ଼ାକଡ଼ି କରିବା ପାଇଁ ମଧ୍ୟ ଶ୍ରୀ ତ୍ରିପାଠୀ କହିଛନ୍ତି। ରାଜ୍ୟ ପରିବହନ ସଚିବ ଜି. ଶ୍ରୀନିବାସ ମଧ୍ୟ ଆଜି ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି।

Related story