ରାଜ୍ୟପାଳଙ୍କ ପାଖରେ ଦୁଃଖ ପ୍ରକାଶ କଲେ ମୁଖ୍ୟଶାସନ ସଚିବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିମାନ ଖର୍ଚ୍ଚ ବାବଦକୁ ରାଜ୍ୟପାଳଙ୍କ ଅଫିସକୁ କୈଫିୟତ ତଲବ ବିବାଦକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ। ସେଥିପାଇଁ ସେ ଆଜି ସକାଳେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି। ସରକାର ଗସ୍ତ ବାବଦ ଖର୍ଚ୍ଚକୁ ଅନୁମୋଦନ ଦିଆଯାଇଥିବା ମୁଖ୍ୟ ସଚିବ ରାଜ୍ୟପାଳଙ୍କୁ ସୂଚନା ଦେଇଛନ୍ତି। ତେବେ ବିମାନଭଡ଼ା ସଂପର୍କରେ ସ୍ପଷ୍ଟୀକରଣ ଦେବା ଲାଗି ଯେଉଁଭଳି ଢ଼ଙ୍ଗରେ ଚିଠି ଲେଖାଯାଇଥିଲା, ତାକୁ ନେଇ ସେ ଅତି […]

bb

bb

Rakesh Mallick
  • Published: Friday, 06 July 2018
  • Updated: 06 July 2018, 10:48 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିମାନ ଖର୍ଚ୍ଚ ବାବଦକୁ ରାଜ୍ୟପାଳଙ୍କ ଅଫିସକୁ କୈଫିୟତ ତଲବ ବିବାଦକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ। ସେଥିପାଇଁ ସେ ଆଜି ସକାଳେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି। ସରକାର ଗସ୍ତ ବାବଦ ଖର୍ଚ୍ଚକୁ ଅନୁମୋଦନ ଦିଆଯାଇଥିବା ମୁଖ୍ୟ ସଚିବ ରାଜ୍ୟପାଳଙ୍କୁ ସୂଚନା ଦେଇଛନ୍ତି। ତେବେ ବିମାନଭଡ଼ା ସଂପର୍କରେ ସ୍ପଷ୍ଟୀକରଣ ଦେବା ଲାଗି ଯେଉଁଭଳି ଢ଼ଙ୍ଗରେ ଚିଠି ଲେଖାଯାଇଥିଲା, ତାକୁ ନେଇ ସେ ଅତି ମାତ୍ରାରେ ଦୁଃଖିତ ବୋଲି ରାଜ୍ୟପାଳଙ୍କୁ ଜଣାଇଛନ୍ତି। ଯିଏ ବି ଏଥିପାଇଁ ଦାୟୀ, ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ସଚିବ କହିଛନ୍ତି।

ରାଜ୍ୟପାଳ ସ୍ୱତନ୍ତ୍ର ବିମାନ ଓ ହେଲିକପ୍ଟରରେ ଭୁବନେଶ୍ୱରରୁ ଦିଲ୍ଲୀ ଯାଇ ସେଠାରେ ହରିଆଣାର ସିର୍ସା ଯିବା ବାବଦକୁ ସମୁଦାୟ ୪୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ତେବେ କେଉଁ ଉଦ୍ଦେଶ୍ୟରେ ଓ କେଉଁ ପରିସ୍ଥିତିରେ ହେଲିକପ୍ଟର ବ୍ୟବହାର କରାଗଲା ତାହା ଜଣାଇବା ଲାଗି ରାଜ୍ୟପାଳଙ୍କ ଅଫିସକୁ ଚିଠି ଲେଖିଥିଲା ସାଧାରଣ ପ୍ରଶାସନ ବିଭାଗ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos