କଟକ(ଓଡ଼ିଶା ରିପୋର୍ଟର): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ପ୍ରକାଶ ପାଇଛି ନବମ ଶ୍ରେଣୀ ସମ୍ମେଟିଭ୍ ପରୀକ୍ଷା-୨ର ସୂଚୀ। ଏପ୍ରିଲ୍ ୧୩ ତାରିଖରେ ଦ୍ୱିତୀୟ ଭାଷା, ଏପ୍ରିଲ ୧୬ ତାରିଖରେ ଗଣିତ, ଏପ୍ରିଲ ୧୮ ତାରିଖରେ ବିଜ୍ଞାନ, ଏପ୍ରିଲ ୧୯ ତାରିଖରେ ପ୍ରଥମ ଭାଷା, ଏପ୍ରିଲ ୨୦ ତାରିଖରେ ସାମାଜିକ ବିଜ୍ଞାନ ଓ ଏପ୍ରିଲ ୨୧ ତାରିଖରେ ତୃତୀୟ ଭାଷା ପରୀକ୍ଷା ହେବ।
ସେପଟେ ସମ୍ମେଟିଭ୍ ପରୀକ୍ଷା ରୂପରେଖ ପ୍ରକାଶ କରିଥିଲେ ବୋର୍ଡ। ନବମ ସମ୍ମେଟିଭ୍ ପରୀକ୍ଷା-୨ ଏପ୍ରିଲ ୧୩ ତାରିଖରୁ ଆରମ୍ଭ ହେବ।ସକାଳ ୮ଟାରୁ ଫାଷ୍ଟ ସିଟିଂରେ ନିଜ ସ୍କୁଲରେ ହେବ ପରୀକ୍ଷା। ୧୩ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ୨୧ ତାରିଖରେ ସରିବ। ଏପ୍ରିଲ ୧୮ରୁ ୨୬ ପର୍ଯ୍ୟନ୍ତ ଅନ୍ୟଏକ ସ୍କୁଲରେ ହେବ ମୂଲ୍ୟାୟନ। ଏନେଇ ସୂଚନା ଦେଇଛନ୍ତି ମାଧ୍ୟମ ଶିକ୍ଷା ପରିଷଦ ଉପସଭାପତି ନିହାର ରଞ୍ଜନ ମହାନ୍ତି।