ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ମୃତ୍ୟୁବରଣ କରିଥିବା ୬ ଓଡ଼ିଆ ପ୍ରବାସୀ ଶ୍ରମିକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ଘୋଷଣା କରିଛନ୍ତି। ପ୍ରତି ମୃତକଙ୍କ ପରିବାର ପିଛା ୨ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।
https://twitter.com/IPR_Odisha/status/1421091154292969477?s=20
ଶୁକ୍ରବାର ଗୁଣ୍ଟୁର ଜିଲ୍ଲାର ରେପାଲରେ ଥିବା ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ସର୍ଟ ସର୍କିଟ ଯୋଗୁଁ ଏହି ୬ ଜଣ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ୬ ଜଣ ହେଲେ ରାମମୂର୍ତ୍ତି, କିରଣ, ମନୋଜ, ପାଣ୍ଡାବୋ, ମହେନ୍ଦ୍ର ଏବଂ ନବୀନ।
ମିଳିଥିବା ସୂଚନା ଅନୁଯାୟୀ, ମୃତକଙ୍କ ମଧ୍ୟରୁ ଜଣେ ଗୁଣପୁରର ହୋଇଥିବା ବେଳେ ୩ ଜଣ ତାରମାଳର ଓ ୨ ଜଣ ଫୁଲଫୁଟି ଗାଁର। ତେବେ ମୃତକମାନଙ୍କ ପରିଚୟ ମିଳି ନଥିବା ବେଳେ ଫ୍ୟାକ୍ଟ୍ରି ମାଲିକଙ୍କୁ ଅଟକ ରଖି ପଚରା ଉଚରା କରାଯାଉଛି।
ଗତକାଲି ରାତିରେ ଏହି ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ୨୫ରୁ ୩୦ ଜଣ ଶ୍ରମିକ ଶୋଇଥିଲେ। ଏହି ସମୟରେ ସର୍ଟ ସର୍କିଟ୍ ହୋଇ ଥିଲା ଓ ଫ୍ୟାକ୍ଟ୍ରି ପରିସରରେ ଥିବା କିଛି ବର୍ଜ୍ୟବସ୍ତୁ ଜଳି ଯାଇଥିଲା। ଏହାର ପ୍ରଭାବରେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ୍ ସହିତ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛନ୍ତି।