ଛାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ: ସମାଜ, ମା ଓ ମାଟି ପାଇଁ ସମୟ ଦିଅ

ଭୁବନେଶ୍ୱର: ସମାଜ, ମା ଓ ମାଟି ପାଇଁ ସମୟ ଦେବାକୁ ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜୁ ଛାତ୍ର ଜନତା ଦଳର ପୁନର୍ଗଠନ ପରେ ଆଜି ବସିଥିବା ପ୍ରଥମ ରାଜ୍ୟ କାର୍ଯ୍ୟକାରିଣୀ ଓ ପ୍ରଶିକ୍ଷଣ ଶିବିରରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ସେ କହିଛନ୍ତି,“ଓଡ଼ିଶା ପୂର୍ବ ଭାରତର ଶିକ୍ଷା ହବ୍‌ରେ ପରିଣତ ହୋଇଛି। ୧୮ ଲକ୍ଷ ପିଲାଙ୍କୁ ତାଲିମ ଦେବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ୩ ଲକ୍ଷ ପିଲାଙ୍କୁ ଆତ୍ମନିର୍ଭରଶୀଳ ପାଇଁ ତାଲିମ ନେଇସାରିଲେଣି। […]

cm

Rakesh Mallick
  • Published: Monday, 05 June 2017
  • , Updated: 05 June 2017, 06:56 PM IST

ଭୁବନେଶ୍ୱର: ସମାଜ, ମା ଓ ମାଟି ପାଇଁ ସମୟ ଦେବାକୁ ଆହ୍ୱାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜୁ ଛାତ୍ର ଜନତା ଦଳର ପୁନର୍ଗଠନ ପରେ ଆଜି ବସିଥିବା ପ୍ରଥମ ରାଜ୍ୟ କାର୍ଯ୍ୟକାରିଣୀ ଓ ପ୍ରଶିକ୍ଷଣ ଶିବିରରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି।

ସେ କହିଛନ୍ତି,“ଓଡ଼ିଶା ପୂର୍ବ ଭାରତର ଶିକ୍ଷା ହବ୍‌ରେ ପରିଣତ ହୋଇଛି। ୧୮ ଲକ୍ଷ ପିଲାଙ୍କୁ ତାଲିମ ଦେବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ୩ ଲକ୍ଷ ପିଲାଙ୍କୁ ଆତ୍ମନିର୍ଭରଶୀଳ ପାଇଁ ତାଲିମ ନେଇସାରିଲେଣି। ଇନଭେଷ୍ଟର୍ସ ମିଟ୍‌ରେ ବ୍ୟାପକ ନିବେଶ ସମ୍ଭାବନା ସୃଷ୍ଟି ହୋଇଛି। ପ୍ରାୟ ୨ଲକ୍ଷ କୋଟି ଟଙ୍କାର ନିବେଶ ପାଇଁ ପ୍ରସ୍ତାବ ଆସିଛି। ଏହାଦ୍ୱାରା ଓଡ଼ିଶା ପିଲାମାନଙ୍କୁ ବ୍ୟାପକ ନିଯୁକ୍ତି ସୁଯୋଗ ମିଳିବ। ଓଡ଼ିଶାର ବେକାରୀ ସମସ୍ୟା ଦୂର ହେବ।”

ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକାରିଣୀରେ ସବୁ ଜିଲ୍ଲା ସଭାପତି ଓ ଅନ୍ୟ କର୍ମକର୍ତ୍ତା ଯୋଗଦେଇଥିଲେ। ବିଜୁ ଛାତ୍ର ଜନତା ଦଳର ଉପଦେଷ୍ଟା, ବିଧାୟକ ଓ ମନ୍ତ୍ରୀମାନେ ମଧ୍ୟ ବୈଠକରେ ସାମିଲ ହୋଇଥିଲେ।

Related story