ନୀତିଶଙ୍କୁ ଫୋନ୍ କଲେ ନବୀନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିହାରରେ ବନ୍ୟା ବିତ୍ପାତ ଲାଗି ରହିଥିବାବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଟେଲିଫୋନ୍ ଯୋଗେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ କଥା ହୋଇଛନ୍ତି। ଏହାସହିତ ବିହାର ସରକାରଙ୍କୁ ଯଥାସମ୍ଭବ ସହାୟତା ଯୋଗାଇ ଦେବାକୁ ଶ୍ରୀ ପଟ୍ଟନାୟକ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ବିହାରରେ ଗତ ପ୍ରାୟ ଏକ ସପ୍ତାହ ଧରି ବନ୍ୟା ବିତ୍ପାତ ଲାଗି ରହିଛି। ଜଳବନ୍ଦୀ ଅଞ୍ଚଳରେ ଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଲାଗି ରହିଥିବାବେଳେ ଭାରତୀୟ ବାୟୁ ସେନା […]

naveen-telephone-to-nitish-kumar

Manoranjan Sial
  • Published: Thursday, 03 October 2019
  • , Updated: 03 October 2019, 09:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିହାରରେ ବନ୍ୟା ବିତ୍ପାତ ଲାଗି ରହିଥିବାବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଟେଲିଫୋନ୍ ଯୋଗେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ କଥା ହୋଇଛନ୍ତି। ଏହାସହିତ ବିହାର ସରକାରଙ୍କୁ ଯଥାସମ୍ଭବ ସହାୟତା ଯୋଗାଇ ଦେବାକୁ ଶ୍ରୀ ପଟ୍ଟନାୟକ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ବିହାରରେ ଗତ ପ୍ରାୟ ଏକ ସପ୍ତାହ ଧରି ବନ୍ୟା ବିତ୍ପାତ ଲାଗି ରହିଛି। ଜଳବନ୍ଦୀ ଅଞ୍ଚଳରେ ଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଲାଗି ରହିଥିବାବେଳେ ଭାରତୀୟ ବାୟୁ ସେନା ହେଲିକପ୍ଟରରେ ରିଲିଫ ସାମଗ୍ରୀ ଆକାଶ ମାର୍ଗରୁ ବଣ୍ଟନ କରାଯାଉଛି। ବନ୍ୟାରେ ମୃତ୍ୟୁ ସଂଖ୍ୟା ୪୨ରେ ପହଞ୍ଚିଛନ୍ତି ।

Related story