AAIର ସ୍ପଷ୍ଟୀକରଣ: ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ୧୯ ମିନିଟ୍‌ ଉଡିଥିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଗଷ୍ଟ ୩୧ ତାରିଖରେ ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବନ୍ୟାଞ୍ଚଳ ପରିଦର୍ଶନର ସତ କଣ? ଆର୍‌ଟିଆଇ କର୍ମୀ ଉଠାଇଥିବା ଏହି ପ୍ରଶ୍ନର ୨୪ ଘଣ୍ଟା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟୀକରଣ ରଖାଯାଇ ନାହିଁ। ସେପଟେ କିନ୍ତୁ ଏୟାରପୋର୍ଟ ଅର୍ଥରିଟି ଅଫ୍‌ ଇଣ୍ଡିଆ(AAI) ସ୍ପଷ୍ଟୀକରଣ ରଖିଛି। AAI ସ୍ପଷ୍ଟୀକରଣ ରଖି କହିଛି, ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ୧୯ ମିନିଟ୍‌ ଉଡ଼ାଣ କରିଥିଲା। ଅପରାହ୍ନ ୩ଟା ୪୨ରେ ଉଡ଼ାଣ ଆରମ୍ଭ କରି […]

Biju-Patnaik-International-Airport

Manoranjan Sial
  • Published: Thursday, 15 October 2020
  • , Updated: 15 October 2020, 09:23 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଗଷ୍ଟ ୩୧ ତାରିଖରେ ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବନ୍ୟାଞ୍ଚଳ ପରିଦର୍ଶନର ସତ କଣ? ଆର୍‌ଟିଆଇ କର୍ମୀ ଉଠାଇଥିବା ଏହି ପ୍ରଶ୍ନର ୨୪ ଘଣ୍ଟା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟୀକରଣ ରଖାଯାଇ ନାହିଁ। ସେପଟେ କିନ୍ତୁ ଏୟାରପୋର୍ଟ ଅର୍ଥରିଟି ଅଫ୍‌ ଇଣ୍ଡିଆ(AAI) ସ୍ପଷ୍ଟୀକରଣ ରଖିଛି।

AAI ସ୍ପଷ୍ଟୀକରଣ ରଖି କହିଛି, ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ୧୯ ମିନିଟ୍‌ ଉଡ଼ାଣ କରିଥିଲା। ଅପରାହ୍ନ ୩ଟା ୪୨ରେ ଉଡ଼ାଣ ଆରମ୍ଭ କରି ୪ଟା ୦୧ରେ ଉଡ଼ାଣ ଶେଷ ହୋଇଥିଲା। ୱାର୍ମ ଅପ୍‌ ଟାଇମ୍‌ ଛାଡ଼ି ୧୯ ମିନିଟ୍‌ ଉଡ଼ାଣ କରିଥିଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର। ମୁଖ୍ୟମନ୍ତ୍ରୀ VVIP ଶ୍ରେଣୀରେ ଯାଉନଥିବା ମଧ୍ୟ ସ୍ପଷ୍ଟ କରିଛି AAI। SOP ଅନୁସାରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ VVIP ବର୍ଗରେ ଯାଉଥିବା AAI କହିଛି। ମୁଖ୍ୟମନ୍ତ୍ରୀଙ୍କ ବିମାନର ଉଡ଼ାଣ ସୂଚୀ ଏବଂ ସମୟକୁ ନେଇ ଗଣମାଧ୍ୟମରେ ସୃଷ୍ଟି ହୋଇଥିବା ଭୁଲ ବୁଝାମଣା ପରିପ୍ରେକ୍ଷୀରେ AAI ପକ୍ଷରୁ ଏହି ସ୍ପଷ୍ଟୀକରଣ ରଖାଯାଇଛି।

ସେପଟେ ଆର୍‌ଟିଆଇ କର୍ମୀ ପଚାରିଥିବା ପ୍ରଶ୍ନର ଉତ୍ତର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ମିଳିନି। ଏପରିକି ଇମେଲ୍‌ ଯୋଗେ ଓଟିଭି ପକ୍ଷରୁ ସିଏମ୍‌ଓର ପ୍ରତିକ୍ରିୟା ଲୋଡ଼ା ଯାଇଥିଲେ ହେଁ ଏଯାଏ ତା’ର ଉତ୍ତର ମିଳିନାହିଁ।

ପୂର୍ବରୁ ଆରଟିଆଇ କର୍ମୀଙ୍କୁ ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ତଥ୍ୟ ଅନୁଯାୟୀ ଅଗଷ୍ଟ ୩୧ରେ ଭୁବନେଶ୍ୱର ଏୟାରପୋର୍ଟରୁ OSS ଏୟାର ମ୍ୟାନେଜମେଣ୍ଟର VTOSH ନାମକ ମାତ୍ର ଗୋଟିଏ ହେଲିକପ୍ଟର କେବଳ ୧୯ ମିନିଟ୍‌ ପାଇଁ ଉଡ଼ାଣ ଭରିଥିଲା। ତା’ସହିତ ଭୁବନେଶ୍ୱର ବିମାନ ବନ୍ଦରରୁ କୌଣସି ଭିଭିଆଇପି ମୁଭମେଣ୍ଟ ହୋଇନଥିଲା।

Related story