ଆଇ ଲଭ୍‌ ୟୁ-ଆଇ ହେଟ୍‌ ୟୁ ପରିସ୍ଥିତିରେ ନବୀନ ବାବୁ: କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନକୁ ଦିନ ଜୋର ଧରୁଛି ସନ୍‌ସାଇନ୍‌ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ପ୍ରସଙ୍ଗ। ସାରା ଓଡ଼ିଶାରେ ଜାରି ଏହି ତାତି। ବିରୋଧୀ ଦଳ ପକ୍ଷରୁ ସରାକରଙ୍କୁ ଜୋରଦାର ଟାର୍ଗେଟ କରାଯାଉଛି। ଏହାରି ଭିତରେ ଆଜି କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ସତ୍ୟ ପ୍ରକାଶ ନାୟକ। ଗୋଲାମୁଣ୍ଡାର ସନ୍‌ସାଇନ୍‌ ସ୍କୁଲ ଅଧ୍ୟକ୍ଷା ମମିତା ମେହେରକୁ ହତ୍ୟା କରିଥିବା ଅଭିଯୁକ୍ତକୁ ସୁରକ୍ଷା ଦେବା ଓ ତା’ ଅନୁଷ୍ଠାନକୁ ସହାୟତା […]

Satya prakash nayak-1

Satya prakash nayak-1

Madhupriya Mistry
  • Published: Saturday, 23 October 2021
  • Updated: 23 October 2021, 06:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନକୁ ଦିନ ଜୋର ଧରୁଛି ସନ୍‌ସାଇନ୍‌ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ପ୍ରସଙ୍ଗ। ସାରା ଓଡ଼ିଶାରେ ଜାରି ଏହି ତାତି। ବିରୋଧୀ ଦଳ ପକ୍ଷରୁ ସରାକରଙ୍କୁ ଜୋରଦାର ଟାର୍ଗେଟ କରାଯାଉଛି। ଏହାରି ଭିତରେ ଆଜି କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ସତ୍ୟ ପ୍ରକାଶ ନାୟକ।

ଗୋଲାମୁଣ୍ଡାର ସନ୍‌ସାଇନ୍‌ ସ୍କୁଲ ଅଧ୍ୟକ୍ଷା ମମିତା ମେହେରକୁ ହତ୍ୟା କରିଥିବା ଅଭିଯୁକ୍ତକୁ ସୁରକ୍ଷା ଦେବା ଓ ତା’ ଅନୁଷ୍ଠାନକୁ ସହାୟତା ଦେଉଥିବାରୁ ସନ୍ଦେହ ଘେରକୁ ଆସିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ବର୍ତ୍ତମାନ ନବୀନ ବାବୁ ଏକ ଅଜବ ଦ୍ୱନ୍ଦ୍ୱ ଭିତରେ ପଡ଼ି ଯାଇଛନ୍ତି। ଗତକାଲି ଦିବ୍ୟଶଙ୍କର ମିଶ୍ର ମୟୂରଭଞ୍ଜ ଗସ୍ତ ଥିଲା ହେଲେ ସେ ଗଲେ ନାହିଁ। ଏଥିରୁ ସ୍ପଷ୍ଟ ଯେ ଏବେ ନବୀନ ବାବୁ ଦିବ୍ୟଶଙ୍କରଙ୍କୁ ନିଜ ପାଖରେ ଦେଖିବାକୁ ଚାହୁଁନାହାନ୍ତି। ନବୀନ ବାବୁ ଦିବ୍ୟ ଶଙ୍କର ମିଶ୍ରଙ୍କୁ ନେଇ ଗୋଟିଏ ମିନିଟ୍‌ରେ 'ଆଇ ଲଭ୍‌ ୟୁ' ଏବଂ ଆଉ ଏକ ମିନିଟ୍‌ରେ 'ଆଇ ହେଟ୍‌ ୟୁ' ପରିସ୍ଥିତିରେ ଅଛନ୍ତି। ତାଙ୍କୁ ନେଇ ଦ୍ୱନ୍ଦରେ ଅଛନ୍ତି ବୋଲି ସେ କହିଛନ୍ତି।

୨୦୧୩ ମସିହାରେ ନୂଆ କରି ଗଢି ଉଠିଥିବା ଏକ ସଂସ୍ଥାରେ କେମେଷ୍ଟ୍ରି ପେପର ଲିକ୍‌ ହୋଇଥିଲା। ଏହାର ଚେର ମହାଳିଙ୍ଗ କଲେଜ ଯାଏଁ ଲମ୍ବି ଥିବା ବୋଲି ଜଣାପଡିଥିଲା। କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କଲା। ବଡ଼ ରାକେଟ କାମ କରୁଥିବା କହିଥିଲା ପୁଲିସ। ସେତେବେଳର ଉଚ୍ଚ ଶିକ୍ଷା ବିଭାଗ ଲକ୍ଷ ଲକ୍ଷ ଛାତ୍ରଙ୍କ ଭବିଷ୍ୟତ ସହ ଖେଳିଥିବା ଏହି ସଂସ୍ଥା ଉପରେ କ'ଣ କାର୍ଯ୍ୟାନୁଷ୍ଠାନ ନେଇଥିଲା ବୋଲି ସେ ପ୍ରଶ୍ନ ପଚାରିଛନ୍ତି।

ସିଏଜି ରିପୋର୍ଟରେ ବଡ ଖୁଲାସା ହୋଇଥିବା ନେଇ ମଧ୍ୟ କହିଛନ୍ତି କଂଗ୍ରେସ ନେତା ସତ୍ୟପ୍ରକାଶ ନାଏକ। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ପାଇଁ ଆସିଥିବା ଟଙ୍କାକୁ ମହାଳିଙ୍ଗ କଲେଜକୁ ଦିଆଗଲା। ରାସ୍ତା ଓ କଲେଜର ଲେଡିଜ ହଷ୍ଟେଲ ତିଆରି ପାଇଁ ପଂଚୟତରାଜ ବିଭାଗ ଏହି ସରକାରୀ ଟଙ୍କାକୁ ଦେଇଥିବା ସେ ଅଭିଯୋଗ ଉଠାଇଛନ୍ତି।

୮ ତାରିଖରେ ମମିତା ନିଖୋଜ ହୋଇଥିଲେ। ସେ ଗୋବିନ୍ଦ ସାହୁ ସହ ବୁଲିଥିବା ସିସିଟିଭିରେ ତଥ୍ୟ ପ୍ରମାଣ ମିଳିବା ପରେ କେ, ଗାଁ ଥାନା ପୁଲିସ ପରିବାର ଲୋକଙ୍କ ଏଫ୍‌ଆଇ ରଖିଲା ନାହିଁ। ମମିତାଙ୍କୁ ହତ୍ୟା କରିବା ପରେ ୧୩ ତାରିଖ ଦିନ ଗୋବିନ୍ଦ ସାହୁଙ୍କୁ ଗିରଫ କରି କାହିଁକି ତାଙ୍କୁ ଆତିଥ୍ୟ ଦେଇ ଖସେଇ ଦିଆଗଲା ବୋଲି କଂଗ୍ରେସ ପ୍ରଶ୍ନ ପଚାରିଛି।

କଂଗ୍ରେସ ନେତା ସତ୍ୟ ପ୍ରକାଶ ଆହୁରି କହିଛନ୍ତି, ଦିବ୍ୟ ଶଙ୍କର ମିଶ୍ରଙ୍କୁ ପାଖକୁ ଗୋବିନ୍ଦ ସାହୁଙ୍କ କେତେ ଥର କଲ ଆସିଛି ତା'ର ତଦନ୍ତ ହେବ। ଗୋବିନ୍ଦ ସାହୁ ସଚିବାଳୟକୁ କେତେଥର ଆସିଛି ତା'ର ସିସିଟିଭି ଫୁଟେଜ ଯାଂଚ ହେଉ।  ବ୍ଲାକ ଲିଷ୍ଟ ହେବା ଭଳି ଏକ ସଂସ୍ଥାକୁ ରେକମେଣ୍ଡଡେସନ ପାଇଁ ମନ୍ତ୍ରୀ କେଉଁ ବିଭାଗକୁ କେତେ ଥର ଚିଠି ଲେଖିଛନ୍ତି ତାହା ଖୁଲାସା କରାଯାଉ ବୋଲି ସେ ଦାବି କରିଛନ୍ତି।

ଗୋବିନ୍ଦ ସାହୁଙ୍କ ଯେଉଁ କଲେଜ ତିଆରି ହୋଇଛି ସେହି କଲେଜର କେତେ ଜମି ଗୋବିନ୍ଦ ସାହୁଙ୍କ ତା'ର ଯାଂଚ ହେଉ। କାହିଁକି ନବୀନ ବାବୁ ଦିବ୍ୟ ଶଙ୍କରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରୁ ନାହାନ୍ତି? ଏଥିରେ ପୂରା ଶାସକ ଦଳର ବହୁ ବଡ ବଡ ବିଭାଗ ସାମିଲ ଥିବା ସେ ଅଭିଯୋଗ ଉଠାଇଛନ୍ତି। ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବରଖାସ୍ତ କରିବା ସହ ତଦନ୍ତ ପରିସର ଭୁକ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି।

କଳାହାଣ୍ଡି ଜିଲ୍ଲାରେ ୫ ହଜାରରୁ ଅଧିକ ସ୍କୁଲରେ ପିଲା ବିପଦ ସଂକୁଳ ଅବସ୍ଥାରେ ପଢୁଛନ୍ତି। ମହାଳିଙ୍ଗ କଲେଜକୁ କେତେ ସରକାରୀ ଜମି କେଉଁ ଆକାରରେ ସହାୟତା କରି ଦିଆଯାଇଛି ତାହାର ଉତ୍ତର ଦିଅନ୍ତୁ ସରକାର ବୋଲି କଂଗ୍ରେସ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos