‘ସରକାର ହିସାବ ଦେଲେ ପ୍ରବାସୀ ଶ୍ରମିକଙ୍କ ରେଳ ଭଡ଼ା ଦେବ କଂଗ୍ରେସ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରବାସୀ ଶ୍ରମିକମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ରେଳ ଭଡ଼ା ଯାହା ଆବଶ୍ୟକ ପଡ଼ିବ ତାହା ଦେବା ପାଇଁ କଂଗ୍ରେସ ଦଳ ନିଷ୍ପତ୍ତି ନେଇଛି। ତେଣୁ ଶ୍ରମିକମାନେ କେଉଁ ଜାଗାରୁ ଆସିବେ ଓ କେତେ ଖର୍ଚ୍ଚ ହେବ ସେ ସମ୍ପର୍କରେ ଜଣାଇଲେ କଂଗ୍ରେସ ଦଳ ଆବଶ୍ୟକ ପଦକ୍ଷେପ ନେବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଟ୍ରେନ୍ ଟିକେଟ କିଣିବାକୁ ସକ୍ଷମ ନଥିବା ପ୍ରବାସୀ ଶ୍ରମିକମାନଙ୍କୁ ସାହାଯ୍ୟ କରିବା ପାଇଁ […]

niranjan-750x430

Manoranjan Sial
  • Published: Monday, 04 May 2020
  • , Updated: 04 May 2020, 10:15 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରବାସୀ ଶ୍ରମିକମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ରେଳ ଭଡ଼ା ଯାହା ଆବଶ୍ୟକ ପଡ଼ିବ ତାହା ଦେବା ପାଇଁ କଂଗ୍ରେସ ଦଳ ନିଷ୍ପତ୍ତି ନେଇଛି। ତେଣୁ ଶ୍ରମିକମାନେ କେଉଁ ଜାଗାରୁ ଆସିବେ ଓ କେତେ ଖର୍ଚ୍ଚ ହେବ ସେ ସମ୍ପର୍କରେ ଜଣାଇଲେ କଂଗ୍ରେସ ଦଳ ଆବଶ୍ୟକ ପଦକ୍ଷେପ ନେବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

https://twitter.com/NPatnaikOdisha/status/1257274039757725696?s=20

ସାମ୍ବାଦିକମାନଙ୍କୁ ସୂଚନା ଦେଇ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଶ୍ରମିକମାନେ ହେଉଛନ୍ତି ଦେଶର ଅର୍ଥନୀତିର ମୂଳପିଣ୍ଡି । କେନ୍ଦ୍ର ସରକାର ଅର୍ଥ ଖର୍ଚ୍ଚ କରି ଦେଶ ବାହାରୁ ଲୋକଙ୍କୁ ଆଣୁଛନ୍ତି । କିନ୍ତୁ ଦେଶର ଶ୍ରମିକମାନଙ୍କ ପାଇଁ ସରକାରଙ୍କ ନିକଟରେ ଅର୍ଥ ନାହିଁ। ତେଣୁ ପ୍ରବାସୀ ଶ୍ରମିକମାନଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ନେବା ନିମନ୍ତେ ଯାହା ଖର୍ଚ୍ଚ ଲାଗିବ ତାହା କଂଗ୍ରେସ ଦଳ ବହନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଠାର ସରକାରଙ୍କ ଗାଇଡଲାଇନ୍ ଅନୁସାରେ କେତେ ଶ୍ରମିକ କେଉଁ ଜାଗାରୁ ଆସିବେ ଓ କେତେ ଖର୍ଚ୍ଚ ହେବ ସେ ନେଇ ତଥ୍ୟ କଂଗ୍ରେସ ଦଳ ପାଖରେ ନାହିଁ। ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି, ଯଦି ସେ ଏ ସଂକ୍ରାନ୍ତ ତଥ୍ୟ ଦେବେ କଂଗ୍ରେସ ଦଳ ଆବଶ୍ୟକ କାର୍ଯ୍ୟକ୍ରମ ଆରମ୍ଭ କରିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସୂଚନାଯୋଗ୍ୟ, ପ୍ରବାସୀ ଶ୍ରମିକ ନିଜେ ରେଳଭଡ଼ା ବହନ କରି ନିଜ ରାଜ୍ୟକୁ ଫେରୁଥିବାରୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏଥିପାଇଁ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିବା ସହ ପ୍ରବାସୀ ଶ୍ରମିକଙ୍କ ଘରକୁ ଯିବା ନିମନ୍ତେ ସମସ୍ତ ରେଳଭଡ଼ା କଂଗ୍ରେସ ଦଳ ବହନ କରିବ ବୋଲି ଘୋଷଣା କରିଛନ୍ତି।

Related story