ତୁଟିଲାନି ବିବାଦ, ଧାରଣାରେ ବସିଥିଲେ ମହିଳା କଂଗ୍ରେସ ସଭାନେତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଂଗ୍ରେସରେ ଟିକେଟ କଳି ତୀବ୍ର ରୂପ ଧାରଣ କରିଛି। ଗତକାଲି ଦଳୀୟ ଟିକେଟ ବଣ୍ଟା ନେଇ ରାଜ୍ୟ ମୁଖ୍ୟାଳୟରେ ମୁହାଁମୁହିଁ ହୋଇଥିଲେ ଦୁଇ ଗୋଷ୍ଠୀ। ଏହି ସମୟରେ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ର ଜେନାଙ୍କୁ ଟଣାଓଟରା କରାଯାଇଥିଲା। ଏହାର ପ୍ରତିବାଦରେ ଆଜି ସୁମିତ୍ର ଜେନା କଂଗ୍ରେସ ଭବନରେ ଧାରଣାରେ ବସିଥିଲେ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ଭବନରେ ପହଞ୍ଚି ତାଙ୍କ ସହିତ ଆଲୋଚନା କରିଥିଲେ। ପରେ ବସିଥିବା ବୈଠକରେ ଓଡ଼ିଶା କଂଗ୍ରେସ […]

odisha-congress-womens-wing-president-ends-her-dharna-after-talking-to-pcc-chief

Manoranjan Sial
  • Published: Monday, 01 April 2019
  • , Updated: 01 April 2019, 10:27 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଂଗ୍ରେସରେ ଟିକେଟ କଳି ତୀବ୍ର ରୂପ ଧାରଣ କରିଛି। ଗତକାଲି ଦଳୀୟ ଟିକେଟ ବଣ୍ଟା ନେଇ ରାଜ୍ୟ ମୁଖ୍ୟାଳୟରେ ମୁହାଁମୁହିଁ ହୋଇଥିଲେ ଦୁଇ ଗୋଷ୍ଠୀ। ଏହି ସମୟରେ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ର ଜେନାଙ୍କୁ ଟଣାଓଟରା କରାଯାଇଥିଲା। ଏହାର ପ୍ରତିବାଦରେ ଆଜି ସୁମିତ୍ର ଜେନା କଂଗ୍ରେସ ଭବନରେ ଧାରଣାରେ ବସିଥିଲେ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ଭବନରେ ପହଞ୍ଚି ତାଙ୍କ ସହିତ ଆଲୋଚନା କରିଥିଲେ।

ପରେ ବସିଥିବା ବୈଠକରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଟିଏସ୍ ସିଂଦେଓ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନାଙ୍କ ସହିତ ଆଲୋଚନା କରିଥିଲେ। ମାତ୍ର ସେମାନଙ୍କ ଆଲୋଚନା ବିଫଳ ହୋଇଥିଲା। ଠେଲାପେଲା କରିଥିବା ଅଭିଯୁକ୍ତଙ୍କୁ ଗିରଫ ନକରିବା ଯାଏ ଧାରଣା ଚାଲିବ ବୋଲି ସୁମିତ୍ରା ରୋକଠୋକ ଶୁଣାଇ ଦେଇଥିଲେ। ସେ ପୂର୍ବପରି କଂଗ୍ରେସ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ।

ଗତକାଲିଠାରୁ ପ୍ରାର୍ଥୀ ଚୟନକୁ ନେଇ ଅସନ୍ତୁଷ୍ଟ ଥିବା ସୁମିତ୍ରା ଜେନାଙ୍କ ନେତୃତ୍ୱରେ କିଛି ମହିଳା କଂଗ୍ରେସ କର୍ମୀ କଂଗ୍ରେସ ଭବନରେ ତାଲା ପକାଇ ଧାରଣା ଦେଇଥିଲେ। ତେବେ ଭଦ୍ରକ ଜିଲ୍ଲାର କିଛି କଂଗ୍ରେସ କର୍ମୀ ଗେଟ୍ ଖୋଲି କଂଗ୍ରେସ ଭବନରେ ପ୍ରବେଶ କରିବାରୁ ଏହାକୁ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହି ସମୟରେ ତାଙ୍କୁ ଟଣାଓଟରା କରାଯାଇଥିବା ଅଭିଯୋଗ କରିଥିଲେ ସୁମିତ୍ରା ଜେନା। ଏହାର ପ୍ରତିବାଦରେ ସେ କଂଗ୍ରେସ ଭବନ ଆଗରେ ଧାରଣା ଦେଇଥିଲେ। ଅଣକଂଗ୍ରେସ କର୍ମୀ ତାଙ୍କ ଉପରେ ଆକ୍ରମଣ କରିଛନ୍ତି ବୋଲି ସେ ଅଭିଯୋଗ କରିଥିଲେ।

Related story