ଆନ୍ଦୋଳନକୁ ସ୍ଥଗିତ ରଖିଲା କନଷ୍ଟେବଲ ହାବିଲଦାର-ସିପାହୀ ମହାସଂଘ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକରେ ଓକିଲ-ପୁଲିସ ବିବାଦ ନୂଆ ମୋଡ଼ ନେଇଛି। ଥଣ୍ଡା ପଡ଼ିଲା କନଷ୍ଟେବଲ ହାବିଲଦାର-ସିପାହୀ ମହାସଂଘ। ମାମଲାରେ ୩ଜଣ କନଷ୍ଟେବଳ ଓ ଜଣେ ହୋମଗାର୍ଡଙ୍କ ଉପରେ ନିଲମ୍ବନ ଆଦେଶକୁ ରାଜ୍ୟ ସରକାର ପ୍ରତ୍ୟାହାର କରିଥିବାରୁ ଆସନ୍ତାକାଲିଠୁ ହେବାକୁ ଥିବା ଆନ୍ଦୋଳନକୁ ସ୍ଥଗିତ ରଖିଛି ମହାସଂଘ। ଆଜି କଟକରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମହାସଂଘର ସଭାପତି ସନ୍ତୋଷ ଶତପଥୀ ଏହି ସୂଚନା ଦେଇଛନ୍ତି। ମହାସଂଘର ୩ଟି ଦାବିରୁ ସରକାର ୨ଟି ପୂରଣ କରିଛନ୍ତି। କନଷ୍ଟେବଳ ଓ […]

odisha-constable-havildar-sipahi-mahasangh-not-to-go-ahead-with-agitation-plans

Manoranjan Sial
  • Published: Saturday, 03 November 2018
  • , Updated: 03 November 2018, 07:26 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକରେ ଓକିଲ-ପୁଲିସ ବିବାଦ ନୂଆ ମୋଡ଼ ନେଇଛି। ଥଣ୍ଡା ପଡ଼ିଲା କନଷ୍ଟେବଲ ହାବିଲଦାର-ସିପାହୀ ମହାସଂଘ। ମାମଲାରେ ୩ଜଣ କନଷ୍ଟେବଳ ଓ ଜଣେ ହୋମଗାର୍ଡଙ୍କ ଉପରେ ନିଲମ୍ବନ ଆଦେଶକୁ ରାଜ୍ୟ ସରକାର ପ୍ରତ୍ୟାହାର କରିଥିବାରୁ ଆସନ୍ତାକାଲିଠୁ ହେବାକୁ ଥିବା ଆନ୍ଦୋଳନକୁ ସ୍ଥଗିତ ରଖିଛି ମହାସଂଘ। ଆଜି କଟକରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମହାସଂଘର ସଭାପତି ସନ୍ତୋଷ ଶତପଥୀ ଏହି ସୂଚନା ଦେଇଛନ୍ତି।

ମହାସଂଘର ୩ଟି ଦାବିରୁ ସରକାର ୨ଟି ପୂରଣ କରିଛନ୍ତି। କନଷ୍ଟେବଳ ଓ ହୋମଗାର୍ଡଙ୍କ ନିଲମ୍ବନ ପ୍ରତ୍ୟାହାର ସହ ଦାବି ଅନୁସାରେ ଚାଉଳିଆଗଞ୍ଜ ଥାନା IICଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଛି। ତା’ସହ ଗତ ୨୯ ତାରିଖରେ ହାଇକୋର୍ଟ ପରିସରରେ କନ୍‌ଷ୍ଟେବଳଙ୍କୁ ଆକ୍ରମଣ ଘଟଣାର ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ପ୍ରତିଶ୍ରୁତି ମିଳିଥିବା ମହାସଂଘ କହିଛି।

ସେପଟେ ଆଇନ୍‌ଜୀବୀଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ସରକାର ପୁଲିସ କର୍ମଚାରୀଙ୍କ ଉପରେ ନିଲମ୍ବନ ପ୍ରତ୍ୟାହାର କରିଥିବାରୁ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଆଇନ୍‌ଜୀବୀ ସଂଘ। ସରକାର ଏଭଳି ନିଷ୍ପତ୍ତି ନେଇ ଆନ୍ଦୋଳନର ସମାଧାନ ପାଇଁ ଚାହୁଁ ନାହାନ୍ତି ବୋଲି ହାଇକୋର୍ଟ ବାର ଆସୋସିସସନ୍ ସମ୍ପାଦକ ସତ୍ୟବ୍ରତ ମହାନ୍ତି କହିଛନ୍ତି।

Related story