ଓଟିଭି ସିଏଫ୍‌ଓ ମନୋରଞ୍ଜନ ଷଡ଼ଙ୍ଗୀ ଗିରଫ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଟିଭିର ଚିଫ୍‌ ଫାଇନାନ୍ସ ଅଫିସର(ସିଏଫ୍‌ଓ) ମନୋରଞ୍ଜନ ଷଡଙ୍ଗୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। ସାରୁଅ ଜମି କିଣାବିକା ମାମଲାରେ ତାଙ୍କୁ ଗିରଫ କରିଛି। ତାଙ୍କୁ ଦଫା ୪୨୦, ୪୨୩, ୪୬୭, ୪୬୮, ୪୭୧, ୧୨୦ ବିର ସେକ୍ସନ ୩(୧) (ଜି,କ୍ୟୁ) SC/ST ଆଇନରେ ଗିରଫ କରିଛି। ଏନେଇ ସୂଚନା ଦେଲା କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ। ଆଜି ସକାଳେ ଓଟିଭି ସିଏଫଓ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ ଉଠାଇ ନେଇଥିଲା କ୍ରାଇମବ୍ରାଞ୍ଚ। ବିନା ନୋଟିସରେ କ୍ରାଇମବ୍ରାଞ୍ଚ ଉଠାଇ ନେଇଥିବା ଜଣାପଡ଼ିଛି। […]

manora

Manoranjan Sial
  • Published: Sunday, 01 November 2020
  • , Updated: 01 November 2020, 05:22 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଟିଭିର ଚିଫ୍‌ ଫାଇନାନ୍ସ ଅଫିସର(ସିଏଫ୍‌ଓ) ମନୋରଞ୍ଜନ ଷଡଙ୍ଗୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। ସାରୁଅ ଜମି କିଣାବିକା ମାମଲାରେ ତାଙ୍କୁ ଗିରଫ କରିଛି। ତାଙ୍କୁ ଦଫା ୪୨୦, ୪୨୩, ୪୬୭, ୪୬୮, ୪୭୧, ୧୨୦ ବିର ସେକ୍ସନ ୩(୧) (ଜି,କ୍ୟୁ) SC/ST ଆଇନରେ ଗିରଫ କରିଛି। ଏନେଇ ସୂଚନା ଦେଲା କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ।

ଆଜି ସକାଳେ ଓଟିଭି ସିଏଫଓ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ ଉଠାଇ ନେଇଥିଲା କ୍ରାଇମବ୍ରାଞ୍ଚ। ବିନା ନୋଟିସରେ କ୍ରାଇମବ୍ରାଞ୍ଚ ଉଠାଇ ନେଇଥିବା ଜଣାପଡ଼ିଛି। ବହୁ ସମୟ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାଙ୍କ ପରିବାରକୁ ସୂଚନା ଦିଆଯାଇନଥିଲା। ଅପରାହ୍ନରେ କ୍ୟାପିଟାଲ୍‌ ହସ୍ପିଟାଲରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପରେ ତାଙ୍କୁ ଗିରଫ କରାଯାଇଥିଲା।

Related story