ଭିଏତନାମ ଗସ୍ତରେ ୭ ଜଣିଆ ଓଡ଼ିଆ ସାଇକ୍ଲିଷ୍ଟ ଟିମ୍‌

ଭୁବନେଶ୍ୱର: ଭିଏତନାମ ଗସ୍ତରେ ଯାଇଛନ୍ତି ୭ ଜଣିଆ ଓଡ଼ିଆ ସାଇକ୍ଲିଷ୍ଟ ଟିମ୍‌। ଭୁବନେଶ୍ୱର ସାଇକ୍ଲିଂ ଆଣ୍ଡ ଆଡଭେନଚର କ୍ଲବ (ବିକାକ୍‌)ର ଏହି ସାଇକ୍ଲିଷ୍ଟମାନେ କାମ୍ବୋଡିଆ ଇଣ୍ଟରନ୍ୟାସନାଲ ସାଇକେଲ ଟ୍ରିପ୍‌ରେ ଭାଗ ନେବେ। ଏହି ଟ୍ରିପ୍‌ରେ ସେମାନେ ଭିଏତନାମର ରାଜଧାନୀ ହାନୋଇରୁ ଭିଏତନାମ୍‌ର ସବୁଠାରୁ ବଡ଼ ସହର ନାମ୍‌ପେନ୍‌ ପର୍ଯ୍ୟନ୍ତ ଯାତ୍ରା କରିବେ। ବିକାକ୍‌ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଇକ୍ଲିଷ୍ଟମାନେ ୧୬ ଦିନ ମଧ୍ୟରେ ୨୦୦୦ କି.ମି. ଦୂରତା ଅତିକ୍ରମ କରିବେ। ବିଶ୍ୱଶାନ୍ତି ଓ ମୈତ୍ରୀର ବାର୍ତ୍ତା […]

odisha-cycle-team

Rakesh Mallick
  • Published: Sunday, 30 October 2016
  • , Updated: 30 October 2016, 11:23 PM IST

ଭୁବନେଶ୍ୱର: ଭିଏତନାମ ଗସ୍ତରେ ଯାଇଛନ୍ତି ୭ ଜଣିଆ ଓଡ଼ିଆ ସାଇକ୍ଲିଷ୍ଟ ଟିମ୍‌। ଭୁବନେଶ୍ୱର ସାଇକ୍ଲିଂ ଆଣ୍ଡ ଆଡଭେନଚର କ୍ଲବ (ବିକାକ୍‌)ର ଏହି ସାଇକ୍ଲିଷ୍ଟମାନେ କାମ୍ବୋଡିଆ ଇଣ୍ଟରନ୍ୟାସନାଲ ସାଇକେଲ ଟ୍ରିପ୍‌ରେ ଭାଗ ନେବେ।

ଏହି ଟ୍ରିପ୍‌ରେ ସେମାନେ ଭିଏତନାମର ରାଜଧାନୀ ହାନୋଇରୁ ଭିଏତନାମ୍‌ର ସବୁଠାରୁ ବଡ଼ ସହର ନାମ୍‌ପେନ୍‌ ପର୍ଯ୍ୟନ୍ତ ଯାତ୍ରା କରିବେ। ବିକାକ୍‌ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଇକ୍ଲିଷ୍ଟମାନେ ୧୬ ଦିନ ମଧ୍ୟରେ ୨୦୦୦ କି.ମି. ଦୂରତା ଅତିକ୍ରମ କରିବେ।

ବିଶ୍ୱଶାନ୍ତି ଓ ମୈତ୍ରୀର ବାର୍ତ୍ତା ପ୍ରଚାର ଉଦ୍ଦେଶ୍ୟରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ବୋଲି ବିକାକ୍‌ ପକ୍ଷରୁ ସୂଚନା ଦିଆଯାଇଛି। ସାଇକ୍ଲିଷ୍ଟମାନେ ଆଜି କୋଲକାତାରୁ ଯାତ୍ରା ଆରମ୍ଭ କରିଛନ୍ତି। ଆସନ୍ତା ୧୯ ତାରିଖରେ ସେମାନେ ଭାରତ ଫେରିବେ।

Related story