‘ଦରକାର ପଡ଼ିଲେ ରସଗୋଲା ପାଇଁ କୋର୍ଟ ଯିବୁ’

Ordigital Desk
  • Published: Thursday, 16 November 2017
  • , Updated: 16 November 2017, 09:50 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ୍ ହାସଲ ପାଇଁ ୭ ଦିନ ଭିତରେ ଆବେଦନ କରାଯିବ। ଏହାର ଉତ୍ପତି ସ୍ଥଳ ଓଡ଼ିଶା ବୋଲି ଦର୍ଶାଇବାକୁ କୋର୍ଟର ଆଶ୍ରୟ ମଧ୍ୟ ନିଆଯିବ। ଏଥିପାଇଁ ଆଇନଗତ ପରାମର୍ଶ ନିଆଯାଉଛି। ଏହି ପ୍ରକ୍ରିୟା ସରିବା ମାତ୍ରେ ଚେନ୍ନାଇ ସ୍ଥିତ ଜିଆଇ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ ହେବ ବୋଲି ସୂଚନା ଦେଇଛନ୍ତି ଏମ୍ଏସ୍ଏମ୍ଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି। ଏହାସହ ରସଗୋଲା ଜିଆଇ ମାନ୍ୟତା ଆବେଦନରେ ରାଜ୍ୟ ସରକାର ବିଳମ୍ବ କରିଥିବା ଅଭିଯୋଗକୁ ସେ ସ୍ୱୀକାର କରିଛନ୍ତି।</p> <p>&lt;span style=&quot;color: #ff0000;&quot;&gt;କନ୍ଧମାଳ ହଳଦୀ ପାଇଁ ବି କରାଯିବ ଜିଆଇ ଆବେଦନ&nbsp;&lt;/span&gt;</p> <p>ସେପଟେ ଦେଶ ବିଦେଶରେ ପରିଚିତ କନ୍ଧମାଳ ହଳଦୀ ପାଇଁ ଜିଆଇ ମାନ୍ୟତା ହାସଲ ଲାଗି ଜୋରଦାର ଉଦ୍ୟମ ଚଳାଇଛନ୍ତି ରାଜ୍ୟ ସରକାର। ଏଥିଲାଗି ସେଣ୍ଟ୍ରାଲ୍ ଟୁଲ୍ ରୁମ୍ ଆଣ୍ଡ&nbsp; ଟ୍ରେନିଂ ସେଣ୍ଟ୍ରର ବା ସିଟିଟିସି ପ୍ରାରମ୍ଭିକ ପର୍ଯ୍ୟାୟ ତଥ୍ୟ ସଂଗ୍ରହ କରିଛି। କନ୍ଧମାଳ ହଳଦୀରେ ଉଭୟ ହର୍ବାଲ ଓ ଔଷଧୀୟ ଗୁଣ ଭରି ରହିଛି। ଏସବୁ ତଥ୍ୟକୁ ଆଧାର କରି ଜିଆଇ କର୍ତ୍ତୃପକ୍ଷଙ୍କ ନିକଟରେ ଚଳିତମାସ ସୁଦ୍ଧା ସମସ୍ତ କାଗଜପତ୍ର ଦାଖଲ ହେଲେ ଆସନ୍ତା ଜାନୁଆରୀ ସୁଦ୍ଧା ଜିଆଇ ଟ୍ୟାଗ୍ ମିଳିଯିବ ବୋଲି ଆଶା ରଖିଛନ୍ତି କନ୍ଧମାଳ ଜିଲ୍ଲାର ପ୍ରାୟ ୧୨ଶହ ହଳଦୀ ଚାଷୀଙ୍କୁ ନେଇ କାମ କରୁଥିବା କସମ ସଂଗଠନ।</p> <p>ଓଡ଼ିଶା ପାଇଁ ଜିଆଇ ଟ୍ୟାଗ୍ ନୂଆ କଥା ନୁହେଁ। ପୂର୍ବରୁ ୧୪ରୁ ଅଧିକ ହସ୍ତଶିଳ୍ପ ଓ ଅନ୍ୟାନ୍ୟ ସାମଗ୍ରୀକୁ ମଧ୍ୟ ମିଳି ସାରିଛି ଜିଓଗ୍ରାଫିକାଲ୍ ଇଣ୍ଡିକେସନ୍ (ଜିଆଇ)। ଏହା ମଧ୍ୟରେ ରହିଛି&nbsp; ପିପିଲି ଚାନ୍ଦୁଆ, ରଘୁରାଜପୁର ପଟ୍ଟଚିତ୍ର, କୋଣାର୍କ ପଥର କାମ, ଗଞ୍ଜାମର କିଆ ଫୁଲ,&nbsp; ସମ୍ବଲପୁରୀ ବାନ୍ଧ ଶାଢ଼ୀ, ଗୋପାଳପୁର ଟସର ଶାଢ଼ୀ ଓ ଖଣ୍ଡୁଆ ଶାଢ଼ୀ। ତେବେ ଶହ ଶହ ବର୍ଷ ଧରି ଓଡ଼ିଶାର ସଂସ୍କୃତି ସହ ଜଡ଼ିତ ରସଗୋଲାକୁ କିଭଳି ଶୀଘ୍ର ଏହି ମାନ୍ୟତା ମିଳିବ ସେଥିପାଇଁ ଚାଲିଛି ଜୋରଦାର ଉଦ୍ୟମ।</p>

Related story