ପ୍ରବାସୀ ଓଡ଼ିଆଙ୍କ କୋଭିଡ୍ ପରୀକ୍ଷା ଓ ଫେରସ୍ତ ପାଇଁ ବ୍ୟବସ୍ଥା ଦାବି କଲା ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଥିବାବେଳେ ପ୍ରବାସୀ ଓଡ଼ିଆଙ୍କ କୋଭିଡ୍ ପରୀକ୍ଷା ଓ ଲକଡାଉନ୍ ପରେ ଫେରିବାକୁ ଚାହୁଁଥିବା ଲୋକଙ୍କ ନିମନ୍ତେ ଆବଶ୍ୟକ ବ୍ୟବସ୍ଥା କରିବା ପାଇଁ ଓଡ଼ିଶା ଦାବି କରିଛି। ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଥିବାବେଳେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଓଡ଼ିଶା ପକ୍ଷରୁ ଏହି ଦାବି ରଖିଛନ୍ତି। ଭିଡ଼ିଓ କନଫରେନ୍ସିଂରେ ଶ୍ରୀ ଦାସ ଓଡ଼ିଶାର ଦାବି […]

health

Manoranjan Sial
  • Published: Friday, 24 April 2020
  • , Updated: 24 April 2020, 07:22 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଥିବାବେଳେ ପ୍ରବାସୀ ଓଡ଼ିଆଙ୍କ କୋଭିଡ୍ ପରୀକ୍ଷା ଓ ଲକଡାଉନ୍ ପରେ ଫେରିବାକୁ ଚାହୁଁଥିବା ଲୋକଙ୍କ ନିମନ୍ତେ ଆବଶ୍ୟକ ବ୍ୟବସ୍ଥା କରିବା ପାଇଁ ଓଡ଼ିଶା ଦାବି କରିଛି। ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଥିବାବେଳେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଓଡ଼ିଶା ପକ୍ଷରୁ ଏହି ଦାବି ରଖିଛନ୍ତି।

ଭିଡ଼ିଓ କନଫରେନ୍ସିଂରେ ଶ୍ରୀ ଦାସ ଓଡ଼ିଶାର ଦାବି ଉପସ୍ଥାପନ କରି କହିଥିଲେ ଯେ ବିଭିନ୍ନ ରାଜ୍ୟର ରହିଥିବା ପ୍ରବାସୀ ଶ୍ରମିକମାନଙ୍କର ସମସ୍ୟାକୁ ଗୁରୁତ୍ୱର ଭାବେ କେନ୍ଦ୍ର ସରକାର ଗ୍ରହଣ କରିବା ଉଚିତ୍। ଲକଡାଉନ୍ ପରେ ନିଜ ରାଜ୍ୟକୁ ଫେରିବାକୁ ଚାହୁଁଥିବା ପ୍ରବାସୀ ଶ୍ରମିକମାନଙ୍କ ସମ୍ପର୍କିତ ସମସ୍ତ ତଥ୍ୟ ସଂଗ୍ରହ ନିମନ୍ତେ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦିଆଯାଉ। ନିଜ ରାଜ୍ୟକୁ ଫେରିବା ପୂର୍ବରୁ ସେମାନଙ୍କର କୋଭିଡ-୧୯ ପରୀକ୍ଷା ନିଶ୍ଚିତ ଭାବେ କରାଯିବା ଦରକାର ଓ ସମ୍ପୃକ୍ତ ରାଜ୍ୟ ସରକାର ସେମାନଙ୍କୁ ଏନେଇ ପ୍ରମାଣପତ୍ର ପ୍ରଦାନ କରିବା ପରେ ହିଁ ସେମାନେ ନିଜ ରାଜ୍ୟକୁ ଫେରିବାକୁ ସୁନିଶ୍ଚିତ କରାଯାଉଛି। ଏନେଇ ଏକ ଆନ୍ତଃ ରାଜ୍ୟ ଓ ଅନ୍ତ ସୀମା ମନ୍ତ୍ରିସ୍ତରୀୟ କମିଟି ଗଠନ କରିବାକୁ ଓଡ଼ିଶା ଦାବି ରଖିଛି। ରାଜ୍ୟ ବାହାରେ ରହି କାର୍ଯ୍ୟ କରୁଥିବା ଶ୍ରମିକମାନେ ନିଜ ରାଜ୍ୟକୁ ଫେରିବା ପୂର୍ବରୁ ସେମାନଙ୍କର କୋଭିଡ-୧୯ ପରୀକ୍ଷା ନିହାତି ହେବା ଦରକାର ଓ ଏନେଇ ଆବଶ୍ୟକ କିଟ୍ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ଯୋଗାଇ ଦିଅନ୍ତୁ ବୋଲି ଓଡ଼ିଶା ପ୍ରସ୍ତାବ ଦେଇଛି।

ଏହାସହିତ ରାଜ୍ୟରେ ବ୍ୟାପକ ରକ୍ତ ପରୀକ୍ଷା ନିମନ୍ତେ କେନ୍ଦ୍ର ସରକାର ଅନମୁତି ଦିଅନ୍ତୁ ବୋଲି ଶ୍ରୀ ଦାସ ଦାବି ରଖିଛନ୍ତି। ଆରସିଏମଆର ଗାଇଡଲାଇନକୁ କୋହଳ କରାଯାଉ ଓ ଓଡ଼ିଶାରେ ସ୍ୱତନ୍ତ୍ର ଫାର୍ମାସ୍ୟୁଟିକାଲ ଜୋନ୍ ପ୍ରତିଷ୍ଠା ହେଉ। ଜାତୀୟ ଔଷଧ ବିତରଣ ନିୟମ ପ୍ରଣୟନ କରିବା ପାଇଁ ମଧ୍ୟ ଓଡ଼ିଶା ଆଜି କେନ୍ଦ୍ର ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିଛି।

Related story