‘ଡିଇଓ ଓ ବିଇଓ କ୍ଷେତ୍ର ପରିଦର୍ଶନ କରିବେ’

ଭୁବନେଶ୍ୱର: କେବଳ ଜିଲ୍ଲା ଅଫିସ୍ ନୁହେଁ, କ୍ଷେତ୍ର ପରିଦର୍ଶନ କରିବାକୁ ଡିଇଓ ଓ ବିଇଓମାନେ ଯିବେ। ଆଜି ଭୁବନେଶ୍ୱରଠାରେ ଆୟୋଜିତ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କ ଦୁଇ ଦିନିଆ ସମ୍ମିଳନୀକୁ ଉଦ୍‌ଘାଟନ ଅବସରରେ ଏହା କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର। ସେ କହିଛନ୍ତି,“ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ଦୃଷ୍ଟିରୁ ଅଧିକାରୀମାନେ ଏଣିକି ମାସର କିଛି ଦିନ ବିଭିନ୍ନ ସ୍କୁଲ ପରିଦର୍ଶନ କରିବେ। ବିଶେଷ କରି ସ୍କୁଲରେ ଛାତ୍ରଛାତ୍ରୀ ଓ […]

school and mass

Rakesh Mallick
  • Published: Monday, 29 May 2017
  • , Updated: 29 May 2017, 09:41 PM IST

ଭୁବନେଶ୍ୱର: କେବଳ ଜିଲ୍ଲା ଅଫିସ୍ ନୁହେଁ, କ୍ଷେତ୍ର ପରିଦର୍ଶନ କରିବାକୁ ଡିଇଓ ଓ ବିଇଓମାନେ ଯିବେ। ଆଜି ଭୁବନେଶ୍ୱରଠାରେ ଆୟୋଜିତ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କ ଦୁଇ ଦିନିଆ ସମ୍ମିଳନୀକୁ ଉଦ୍‌ଘାଟନ ଅବସରରେ ଏହା କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର।

ସେ କହିଛନ୍ତି,“ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ଦୃଷ୍ଟିରୁ ଅଧିକାରୀମାନେ ଏଣିକି ମାସର କିଛି ଦିନ ବିଭିନ୍ନ ସ୍କୁଲ ପରିଦର୍ଶନ କରିବେ। ବିଶେଷ କରି ସ୍କୁଲରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଉପସ୍ଥାନ କେତେ ରହୁଛି, ପାଠପଡା କେମିତି ଚାଲିଛି, ମଧ୍ୟାହ୍ନ ଭୋଜନ ମିଳୁଛି କି ନାହିଁ ଏନେଇ ଅଧିକାରୀମାନେ ଯାଞ୍ଚ କରିବେ। ଫିଲଡ୍ ଭିଜିଟ୍ ରିପୋର୍ଟ ବିଭାଗକୁ ଦେବାକୁ ଦେବେ।”

Related story