ଥାନାବାବୁଙ୍କୁ ସସ୍‌ପେଣ୍ଡ କଲେ ପୁଲିସ୍‌ ଡିଜି

ମାଲକାନଗିରି(ଜିତେନ୍ଦ୍ର ବେଉରା): ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଆଇଆଇସି ରଞ୍ଜନ ସାହୁ ସସ୍‌ପେଣ୍ଡ ହୋଇଛନ୍ତି। ପୁଲିସ ଡିଜି ଡକ୍ଟର ଆର୍‌ପି ଶର୍ମା ଆଜି ଆଇଆଇସି ରଞ୍ଜନ ସାହୁଙ୍କ ସମେତ ୩ ପୁଲିସ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରିଛନ୍ତି। ମାଲକାନଗିରି ଜିଲ୍ଲା ସଦର ମହକୁମା ଥାନାର ଆଇଆଇସି ରଞ୍ଜନ ସାହୁ, ଏସ୍ଆଇ ମାନସ ରଞ୍ଜନ ଓ ସୁନିଲ କୁମାର ଏକ ଘରୋଇ କଲେଜ କର୍ତ୍ତୃପକ୍ଷଙ୍କଠାରୁ ପୁରୁଣା ମାମଲାରେ ଲକ୍ଷେ ଟଙ୍କା ଲାଞ୍ଚ ମାଗିଥିଲେ। ଏପରିକି କଲେଜ କର୍ତ୍ତୃପକ୍ଷଙ୍କୁ ଧମକଚମକ […]

Odisha-DGP-suspends-former-Inspector-of-Malkangiri

Manoranjan Sial
  • Published: Friday, 26 July 2019
  • , Updated: 26 July 2019, 08:15 PM IST

ମାଲକାନଗିରି(ଜିତେନ୍ଦ୍ର ବେଉରା): ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଆଇଆଇସି ରଞ୍ଜନ ସାହୁ ସସ୍‌ପେଣ୍ଡ ହୋଇଛନ୍ତି। ପୁଲିସ ଡିଜି ଡକ୍ଟର ଆର୍‌ପି ଶର୍ମା ଆଜି ଆଇଆଇସି ରଞ୍ଜନ ସାହୁଙ୍କ ସମେତ ୩ ପୁଲିସ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରିଛନ୍ତି।

ମାଲକାନଗିରି ଜିଲ୍ଲା ସଦର ମହକୁମା ଥାନାର ଆଇଆଇସି ରଞ୍ଜନ ସାହୁ, ଏସ୍ଆଇ ମାନସ ରଞ୍ଜନ ଓ ସୁନିଲ କୁମାର ଏକ ଘରୋଇ କଲେଜ କର୍ତ୍ତୃପକ୍ଷଙ୍କଠାରୁ ପୁରୁଣା ମାମଲାରେ ଲକ୍ଷେ ଟଙ୍କା ଲାଞ୍ଚ ମାଗିଥିଲେ। ଏପରିକି କଲେଜ କର୍ତ୍ତୃପକ୍ଷଙ୍କୁ ଧମକଚମକ ଦେଉଥିଲେ। ଏନେଇ କଲେଜ କର୍ତ୍ତୃପକ୍ଷ ଭିଜିଲାନ୍ସରେ ଦ୍ୱାରସ୍ଥ ହୋଇଥିଲେ। ଗତକାଲି ରାତିରେ କଲେଜ କର୍ତ୍ତୃପକ୍ଷ ଯୋଜନା ମୁତାବକ ଲକ୍ଷେ ଟଙ୍କା ଦେବା ବେଳେ ଭିଜିଲାନ୍ସ ଅଧିକାରୀମାନେ ୩ ପୁଲିସ ଅଧିକାରୀଙ୍କୁ କାବୁ କରିଥିଲେ। ଗିରଫ ପରେ ତିନି ଜଣଙ୍କୁ ଜୟପୁର ନିଆଯାଇଥିଲା।

ଆଜି ସେମାନଙ୍କୁ ସସ୍‌ପେଣ୍ଡ କରାଯାଇଛି।

Related story