ଧର୍ମଘଟକୁ ପ୍ରୋତ୍ସାହିତ କଲେ ଜେଲ, ଜରିମାନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବେଆଇନ୍‌ ଧର୍ମଘଟକୁ ପ୍ରୋତ୍ସାହିତ କଲେ ଏଣିକି ଜେଲ୍‌ ଦଣ୍ଡ। ପ୍ରୋତ୍ସାହକଙ୍କୁ ୧ ବର୍ଷ ଜେଲ୍‌ କିମ୍ବା ୫୦୦୦ ଟଙ୍କା ଯାଏ ଜରିମାନା କରାଯିବ। ଏପରିକି ଉଭୟଟା ମଧ୍ୟ ଲାଗୁ କରାଯାଇପାରିବ। ଓଡ଼ିଶା ଅତ୍ୟାବଶ୍ୟକ ସେବା ସଂଶୋଧନ ଆଇନକୁ ଆଜି ରାଜ୍ୟ ସରକାର ବିଧାନସଭାରେ ପାରିତ କରିଛନ୍ତି। ନୂଆ ଅଧିନିୟମରେ ଅଗ୍ନି ନିରାପତ୍ତା ଓ ଜଙ୍ଗଲ ବିଭାଗ ସାମିଲ ହୋଇଛି। ଏଥିସହ କାରାଗାର ସଂସ୍କାର, ଇଲେକ୍ଟ୍ରୋନିକ୍ସ, ସୂଚନା ଓ ଯୋଗାଯୋଗ ମଧ୍ୟ ସାମିଲ ହୋଇଛି। […]

odisha-assamble-1

Manoranjan Sial
  • Published: Monday, 23 November 2020
  • , Updated: 23 November 2020, 06:18 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବେଆଇନ୍‌ ଧର୍ମଘଟକୁ ପ୍ରୋତ୍ସାହିତ କଲେ ଏଣିକି ଜେଲ୍‌ ଦଣ୍ଡ। ପ୍ରୋତ୍ସାହକଙ୍କୁ ୧ ବର୍ଷ ଜେଲ୍‌ କିମ୍ବା ୫୦୦୦ ଟଙ୍କା ଯାଏ ଜରିମାନା କରାଯିବ। ଏପରିକି ଉଭୟଟା ମଧ୍ୟ ଲାଗୁ କରାଯାଇପାରିବ। ଓଡ଼ିଶା ଅତ୍ୟାବଶ୍ୟକ ସେବା ସଂଶୋଧନ ଆଇନକୁ ଆଜି ରାଜ୍ୟ ସରକାର ବିଧାନସଭାରେ ପାରିତ କରିଛନ୍ତି।

ନୂଆ ଅଧିନିୟମରେ ଅଗ୍ନି ନିରାପତ୍ତା ଓ ଜଙ୍ଗଲ ବିଭାଗ ସାମିଲ ହୋଇଛି। ଏଥିସହ କାରାଗାର ସଂସ୍କାର, ଇଲେକ୍ଟ୍ରୋନିକ୍ସ, ସୂଚନା ଓ ଯୋଗାଯୋଗ ମଧ୍ୟ ସାମିଲ ହୋଇଛି। ନୂଆକରି ସାମିଲ ବିଭାଗର କର୍ମଚାରୀମାନେ ବେଆଇନ୍‌ ଧର୍ମଘଟରେ ସାମିଲ ହେଲେ ଦଣ୍ଡିତ ହେବେ। ସେହିପରି ଯଦି କେହି ବେଆଇନ ଧର୍ମଘଟକୁ ପ୍ରୋତ୍ସାହିତ କରେ ଓ ସମର୍ଥନ କରି ଆର୍ଥିକ ସହାୟତା କଲେ, ସେମାନେ ମଧ୍ୟ ଦଣ୍ଡିତ ହେବେ। ଧର୍ମଘଟ ପାଇଁ ସାଧାରଣ ଲୋକଙ୍କ ସୁରକ୍ଷା ବିପନ୍ନ ହେଲେ ଦଣ୍ଡବିଧାନ ହେବ।

ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତିକୁ ବିଜେପି ଓ କଂଗ୍ରେସ ବିରୋଧ କରିଥିଲେ। ଶାସକ ଦଳ ପାଖରେ ସଂଖ୍ୟା ଗରିଷ୍ଠତା ଥିବାରୁ ବିଲ୍‌କୁ ପାସ୍‌ କରିଦିଆଯାଇଛି।

Related story