ସୁନ୍ଦରୀ ରହିବ କେଉଁଠି? NTCAକୁ ଚିଠି ଲେଖିଲା ବନ ବିଭାଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ବନବିଭାଗକୁ ସୁନ୍ଦରୀ ଚିନ୍ତା। ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ National Tiger Conservation Authority(NTCA)କୁ ଚିଠି ଲେଖିଲା ବନବିଭାଗ। ସୁନ୍ଦରୀ ଫେରିବ ନା ଓଡ଼ିଶାରେ ରହିବ ସେ ସଂପର୍କରେ ତୁରନ୍ତ ନିଷ୍ପତ୍ତି ନେବାକୁ ବନ ବିଭାଗ ଚିଠିରେ ଉଲ୍ଲେଖ କରିଛି। ଯଦି ସୁନ୍ଦରୀ ନ ଫେଲେ, ତାହାହେଲେ WII, NTCA ଓ ବନବିଭାଗ ମିଳିତ ନିଷ୍ପତ୍ତି ନେବେ ବୋଲି ବନ୍ୟ ପ୍ରାଣୀ ପିସିସିଏଫ୍‌ ହରିଶଙ୍କର ଉପାଧ୍ୟାୟ କହିଛନ୍ତି। ଅନ୍ୟପକ୍ଷରେ ସୁନ୍ଦରୀ ପାଇଁ […]

Sundari-1-3-1

Manoranjan Sial
  • Published: Monday, 23 November 2020
  • , Updated: 23 November 2020, 04:09 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ବନବିଭାଗକୁ ସୁନ୍ଦରୀ ଚିନ୍ତା। ସେଥିପାଇଁ ବାଘୁଣୀ ସୁନ୍ଦରୀ ପାଇଁ National Tiger Conservation Authority(NTCA)କୁ ଚିଠି ଲେଖିଲା ବନବିଭାଗ। ସୁନ୍ଦରୀ ଫେରିବ ନା ଓଡ଼ିଶାରେ ରହିବ ସେ ସଂପର୍କରେ ତୁରନ୍ତ ନିଷ୍ପତ୍ତି ନେବାକୁ ବନ ବିଭାଗ ଚିଠିରେ ଉଲ୍ଲେଖ କରିଛି। ଯଦି ସୁନ୍ଦରୀ ନ ଫେଲେ, ତାହାହେଲେ WII, NTCA ଓ ବନବିଭାଗ ମିଳିତ ନିଷ୍ପତ୍ତି ନେବେ ବୋଲି ବନ୍ୟ ପ୍ରାଣୀ ପିସିସିଏଫ୍‌ ହରିଶଙ୍କର ଉପାଧ୍ୟାୟ କହିଛନ୍ତି।

ଅନ୍ୟପକ୍ଷରେ ସୁନ୍ଦରୀ ପାଇଁ ମଧ୍ୟପ୍ରଦେଶ ହାଇକୋର୍ଟରେ ରେଡ୍‌ ଲିଙ୍କସ୍‌ କନ୍‌ଫେଡେରେସନ ନାମକ ସଂସ୍ଥା ପକ୍ଷରୁ ଏକ ଜନସ୍ୱାର୍ଥ ମାମଲା ଦାଏର ହୋଇଥିଲା। ସତ୍ୟପାଠରେ ଦର୍ଶାଯାଇଛି- କାହିଁକି ଏନ୍‌କ୍ଲୋଜରରେ ରହିଛି ସୁନ୍ଦରୀ? ସାତକୋଶିଆରେ ବାଘ ବଂଶ ବିସ୍ତାର ପାଇଁ କରାଯାଇଥିବା ଯୋଜନା କାହିଁକି ଫେଲ୍‌ ମାରିଲା? ଦୀର୍ଘଦିନ ପରେ ମଧ୍ୟ ସୁନ୍ଦରୀ ବାବଦରେ କାହିଁକି ନିଆଯାଇ ପାରୁନାହିଁ କୌଣସି ନିଷ୍ପତ୍ତି?    

ମାମଲାର ଶୁଣାଣି କରି ଏ ସମ୍ପର୍କିତ ରିପୋର୍ଟ ସହ ବାଘୁଣୀ ସୁନ୍ଦରୀର ବର୍ତ୍ତମାନର ସ୍ଥିତି ଜଣାଇବା ପାଇଁ ରାଜ୍ୟ ବନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟପ୍ରଦେଶ ହାଇକୋର୍ଟ। ନିର୍ଦ୍ଦେଶ ଅନୁଯାୟୀ ଆସନ୍ତା ସପ୍ତାହରେ ଓଡ଼ିଶା ବନ ବିଭଗ ପକ୍ଷରୁ ଅନୁଗୋଳ ଡିଏଫ୍ଓ ମଧ୍ୟପ୍ରଦେଶ ହାଇକୋର୍ଟରେ ହାଜର ହୋଇ ପକ୍ଷ ରଖିବେ।

Related story