ଚେକପଏଣ୍ଟରେ ଶ୍ରମିକଙ୍କୁ ମାଗଣା ଚାଉଳ ଓ ଚଣା ଦେଲା ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ପ୍ରଭାବିତ ପ୍ରବାସୀ ଶ୍ରମିକମାନଙ୍କୁ ‘ଆତ୍ମନିର୍ଭର ଭାରତ’ କାର୍ଯ୍ୟକ୍ରମରେ ଓଡ଼ିଶା ସରକାର ମାଗଣା ଚାଉଳ ଓ ଚଣା ଯୋଗାଇ ଦେଉଛନ୍ତି। ଓଡ଼ିଶା ଚେକ ପଏଣ୍ଟ ଦେଇ ଯାଉଥିବା ଅନ୍ୟ ରାଜ୍ୟର ଶ୍ରମିକମାନଙ୍କୁ ମୁଣ୍ଡପିଛା ୫ କିଲୋ ଚାଉଳ ହିସାବରେ ୨ ମାସର ୧୦କିଲୋ ଓ ପରିବାର ପିଛା ୧ କିଲୋ ଚଣା ହିସାବରେ ୨କିଲୋ ବିନା ମୂଲ୍ୟରେ ବଣ୍ଟନ କରାଯାଉଛି। ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୀମାବର୍ତ୍ତୀ ୧୧ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ […]

chana

Manoranjan Sial
  • Published: Friday, 29 May 2020
  • , Updated: 29 May 2020, 08:10 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ପ୍ରଭାବିତ ପ୍ରବାସୀ ଶ୍ରମିକମାନଙ୍କୁ ‘ଆତ୍ମନିର୍ଭର ଭାରତ’ କାର୍ଯ୍ୟକ୍ରମରେ ଓଡ଼ିଶା ସରକାର ମାଗଣା ଚାଉଳ ଓ ଚଣା ଯୋଗାଇ ଦେଉଛନ୍ତି। ଓଡ଼ିଶା ଚେକ ପଏଣ୍ଟ ଦେଇ ଯାଉଥିବା ଅନ୍ୟ ରାଜ୍ୟର ଶ୍ରମିକମାନଙ୍କୁ ମୁଣ୍ଡପିଛା ୫ କିଲୋ ଚାଉଳ ହିସାବରେ ୨ ମାସର ୧୦କିଲୋ ଓ ପରିବାର ପିଛା ୧ କିଲୋ ଚଣା ହିସାବରେ ୨କିଲୋ ବିନା ମୂଲ୍ୟରେ ବଣ୍ଟନ କରାଯାଉଛି।

ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୀମାବର୍ତ୍ତୀ ୧୧ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖାଯାଇ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ଅନୁସାରେ ନିଜ ରାଜ୍ୟକୁ ଫେରୁଥିବା ପ୍ରବାସୀ ଶ୍ରମିକମାନଙ୍କୁ ଚାଉଳ ଓ ଚଣା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ୧୧ଟି ଜିଲ୍ଲାର ୧୨ଟି ଚେକ ପଏଣ୍ଟ ମାଧ୍ୟମରେ ଅନ୍ୟ ରାଜ୍ୟର ପ୍ରବାସୀ ଶ୍ରମିକମାନେ ଯେପରି ଓଡ଼ିଶା ମଧ୍ୟ ଦେଇ ସୁବିଧାରେ ନିଜ ରାଜ୍ୟକୁ ଫେରିପାରିବେ ସେଥିପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏସବୁ ଚେକପଏଣ୍ଟ ନିକଟବର୍ତ୍ତୀ ସୁଲଭ ମୂଲ୍ୟ ଦୋକାନ ମାଧ୍ୟମରେ ଖାଦ୍ୟସାମଗ୍ରୀ ବଣ୍ଟନ କରାଯାଉଛି। ଯେଉଁ ପ୍ରବାସୀମାନଙ୍କୁ ଚାଉଳ ଓ ଚଣା ବଣ୍ଟନ କରାଯାଉଛି ସେମାନଙ୍କ ବାମ ହାତର ମଝି ଆଙ୍ଗୁଠିରେ ଅଲିଭା କାଳି ଲଗାଇବା ସହିତ ସେମାନଙ୍କ ନିର୍ଭୁଲ ତାଲିକା ପ୍ରସ୍ତୁତ କରି ବିଭାଗକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

Related story