ଶ୍ରୀକ୍ଷେତ୍ର ପରେ ଏକାମ୍ରକ୍ଷେତ୍ର: ଲିଙ୍ଗରାଜ ମନ୍ଦିର ଚାରିପଟୁ ଜବରଦଖଲ ଉଚ୍ଛେଦ ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର)ପୁରୀ ପରେ ଏବେ ଏକାମ୍ର ଭୁବନେଶ୍ୱର ଉଚ୍ଛେଦ ହେବ ଶ୍ରୀଲିଙ୍ଗରାଜ ମନ୍ଦିର ଚାରିପଟେ ଥିବା ଜବରଦଖଲ। ଏନେଇ ଆଜି ସ୍କ୍ୱାଡ଼ ପକ୍ଷରୁ ଆରମ୍ଭ ହୋଇଛି ଜମି ଚିହ୍ନଟ ପ୍ରକ୍ରିୟା । ସେପଟେ ଚିହ୍ନଟ ପ୍ରକ୍ରିୟାରୁ ଜବରଦଖଲକାରୀଙ୍କ ଛାତିରେ ଛନକା ପଶିଲାଣି । କିନ୍ତୁ ପର୍ଯ୍ୟଟକମାନେ ଏହାକୁ ସ୍ୱାଗତ କରିଛନ୍ତି। ଖୁବ୍ ଶୀଘ୍ର ଆସିବ ଶ୍ରୀ ଲିଙ୍ଗରାଜ ମନ୍ଦିର ଆଇନ୍ । ଶ୍ରୀମନ୍ଦିର ଢାଞ୍ଚାରେ ହେବ ସୌନ୍ଦର୍ଯ୍ୟକରଣ । ଏନେଇ ଆଜିଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି। […]

43210

Tapas Behera
  • Published: Tuesday, 15 October 2019
  • , Updated: 15 October 2019, 09:23 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର)ପୁରୀ ପରେ ଏବେ ଏକାମ୍ର ଭୁବନେଶ୍ୱର ଉଚ୍ଛେଦ ହେବ ଶ୍ରୀଲିଙ୍ଗରାଜ ମନ୍ଦିର ଚାରିପଟେ ଥିବା ଜବରଦଖଲ। ଏନେଇ ଆଜି ସ୍କ୍ୱାଡ଼ ପକ୍ଷରୁ ଆରମ୍ଭ ହୋଇଛି ଜମି ଚିହ୍ନଟ ପ୍ରକ୍ରିୟା । ସେପଟେ ଚିହ୍ନଟ ପ୍ରକ୍ରିୟାରୁ ଜବରଦଖଲକାରୀଙ୍କ ଛାତିରେ ଛନକା ପଶିଲାଣି । କିନ୍ତୁ ପର୍ଯ୍ୟଟକମାନେ ଏହାକୁ ସ୍ୱାଗତ କରିଛନ୍ତି।

ଖୁବ୍ ଶୀଘ୍ର ଆସିବ ଶ୍ରୀ ଲିଙ୍ଗରାଜ ମନ୍ଦିର ଆଇନ୍ । ଶ୍ରୀମନ୍ଦିର ଢାଞ୍ଚାରେ ହେବ ସୌନ୍ଦର୍ଯ୍ୟକରଣ । ଏନେଇ ଆଜିଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି।  ଶ୍ରୀଲିଙ୍ଗରାଜ ମନ୍ଦିର ଚାରିପଟେ ଥିବା ବେଆଇନ୍ ନିର୍ମାଣ ତଥା ଜବରଦଖଲ କେତେ ଅଛି ସେନେଇ ଆରମ୍ଭ ହୋଇଛି ଚିହ୍ନଟ।  ବିଏମ୍ସି, ବିଡିଏ, ସାଧାରଣ ପ୍ରଶାସନ, ଆର୍ ଆଣ୍ଡ ବି ଓ ମନ୍ଦିର ଟ୍ରଷ୍ଟ ବୋର୍ଡକୁ ନେଇ ଗଠିତ ସ୍କ୍ୱାଡ଼ ଆଜି ମନ୍ଦିରର ଜମି ସର୍ଭେ କାମ ଆରମ୍ଭ କରିଛନ୍ତି ।

ସିଂହଦ୍ୱାର ସମ୍ମୁଖରେ ଥିବା ବେଆଇନ୍ ନିର୍ମାଣ ମପାଯାଇଛି। ସର୍ଭେର ପ୍ରଥମ ପର୍ଯ୍ୟାୟରେ ଲିଙ୍ଗରାଜ ମନ୍ଦିର, ବିନ୍ଦୁସାଗର ଓ କୋଟିତୀର୍ଥ ମନ୍ଦିର ଅଞ୍ଚଳକୁ ସାମିଲ୍ କରାଯିବ। ଲିଙ୍ଗରାଜଙ୍କ ଜମି ଥିବା ଦୁଇଟି ମୌଜା ଭୁବନେଶ୍ୱର ୟୁନିଟ ୨୭ ଓ ଗୌତମ ନଗର ୟୁନିଟ ୨୮ରେ ଜମି ଚିହ୍ନଟ କରାଯିବ। ଏହାପରେ ଟିମ୍ ଜବରଦଖଲ ସମ୍ପର୍କିତ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବେ। ଆତଙ୍କବାଦୀ ଆକ୍ରମଣ, ଯାତ୍ରୀଙ୍କ ସୁବିଧା, ଐତିହ୍ୟ ସୁରକ୍ଷା ତଥା ସୌନ୍ଦର୍ଯ୍ୟକରଣ ଲାଗି ଜମି ସର୍ଭେ କାମ ଆରମ୍ଭ ହୋଇଛି।

ସେପଟେ ସ୍ୱତନ୍ତ୍ରଅ ଆଇନ୍ ବଳରେ ମନ୍ଦିର ଚାରିପାଖେ ଥିବା ଜବରଦଖଲ ଉଚ୍ଛେଦ ହେବ। ଏହାକୁ ନେଇ ବ୍ୟବସାୟୀଙ୍କ ମନରେ ଏବେଠାରୁ ଛନକା ପଶିଲାଣି। ଦୋକାନ ଘର ଉଚ୍ଛେଦକୁ ବିରୋଧ ନକଲେ ବି ଥଇଥାଇନ କରି ଉଚ୍ଛେଦ କରାଯାଉ । ଉଠାଦୋକାନୀମାନେ ଏମିତି ଦାବି ଉଠାଇଛନ୍ତି। ସେପଟେ ପୁରୀ ଭଳି ଏଠାରେ ସ୍ୱତନ୍ତ୍ର ‌ଆଇନ୍ ଲାଗୁ ହେଲେ ସେବାୟତଙ୍କ ଜୁଲମରୁ ମୁକ୍ତି ମିଳିବ ବୋଲି କହିଛନ୍ତି ପର୍ଯ୍ୟଟକ।

କିଛିଦିନ ତଳେ ପ୍ରଭୁ ଲିଙ୍ଗରାଜଙ୍କ ଭୁବନେଶ୍ୱର ଉପକଣ୍ଠ ନୂଆଗାଁ ଜମିରେ ବଡୁ ନିଯୋଗ ପକ୍ଷରୁ ବେଆଇନ୍ ନିର୍ମାଣ କରାଯାଉଥିବା ଅଭିଯୋଗ ଆସିବା ପରେ ଦୁଇ ପ୍ରମୁଖ ନିଯୋଗ ନୀତି ବନ୍ଦ କରିଥିଲେ। ତେବେ ସ୍ୱତନ୍ତ୍ର ଆଇନ୍ ଆସିଲେ ଏସବୁ ସମସ୍ୟାର ସମାଧାନ ହୋଇପାରିବ ବୋଲି ଆଶା ରଖିଛନ୍ତି ସରକାର। ସେପଟେ ମନ୍ଦିର ପାଖରେ ଥିବା ସ୍କୁଲ୍ ଓ ହସ୍ପିଟାଲ୍ ଉଚ୍ଛେଦ ହେବ ନା ନାହିଁ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ।

 

Related story