ନିଶା ନିବାରଣ ପାଇଁ ସରକାରଙ୍କ ପାଖେ ପାଣ୍ଠି ଅଭାବ, ମାଗିଲେ ବି ମିଳୁନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ୧୦ବର୍ଷ ମଧ୍ୟରେ ରାଜ୍ୟରେ ଅବକାରୀ ରାଜସ୍ୱ ପରିମାଣରେ ୪୦୦ ପ୍ରତିଶତ ବୃଦ୍ଧି ହୋଇଥିଲେ ମଧ୍ୟ ନିଶା ନିବାରଣ ପାଇଁ ପାଣ୍ଠି ଅଭାବ ପଡ଼ିଛି। ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶକୁ ଫୁ’ କରି ରାଜ୍ୟ ସରକାର ଗତ ୪ବର୍ଷ ହେଲା ନିଶା ନିବାରଣ ସଚେତନତା ପାଇଁ ଟଙ୍କାଟିଏ ବି ଦେଇନାହାନ୍ତି। ପରିସ୍ଥିତି ଏମିତି ହୋଇଛି ଯେ, ନିଶା ନିବାରଣ ଅଭିଯାନ ନିମନ୍ତେ ବାର୍ଷିକ ୨ କୋଟି ଟଙ୍କା ହିସାବରେ ୪ବର୍ଷର ବକେୟା ତୁରନ୍ତ ଦେବା ପାଇଁ […]

anti-drug-programme

Manoranjan Sial
  • Published: Wednesday, 04 September 2019
  • , Updated: 04 September 2019, 08:41 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ୧୦ବର୍ଷ ମଧ୍ୟରେ ରାଜ୍ୟରେ ଅବକାରୀ ରାଜସ୍ୱ ପରିମାଣରେ ୪୦୦ ପ୍ରତିଶତ ବୃଦ୍ଧି ହୋଇଥିଲେ ମଧ୍ୟ ନିଶା ନିବାରଣ ପାଇଁ ପାଣ୍ଠି ଅଭାବ ପଡ଼ିଛି। ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶକୁ ଫୁ’ କରି ରାଜ୍ୟ ସରକାର ଗତ ୪ବର୍ଷ ହେଲା ନିଶା ନିବାରଣ ସଚେତନତା ପାଇଁ ଟଙ୍କାଟିଏ ବି ଦେଇନାହାନ୍ତି। ପରିସ୍ଥିତି ଏମିତି ହୋଇଛି ଯେ, ନିଶା ନିବାରଣ ଅଭିଯାନ ନିମନ୍ତେ ବାର୍ଷିକ ୨ କୋଟି ଟଙ୍କା ହିସାବରେ ୪ବର୍ଷର ବକେୟା ତୁରନ୍ତ ଦେବା ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବେ ନିବେଦନ କରିବାକୁ ପଛାଇ ନାହିଁ।
ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ମଦ ସମେତ ବିଭିନ୍ନ ପ୍ରକାରର ନିଶା କାରବାର ବୃଦ୍ଧି ପାଉଥିବାରୁ ରାଜ୍ୟବ୍ୟାପୀ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ କରିବା ନିମନ୍ତେ ଓଡ଼ିଶା ହାଇକୋର୍ଟ ୨୦୧୫ ସେପ୍ଟେମ୍ବର ୨୮ତାରିଖରେ ରାଜ୍ୟ ସରକାରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସେହିବର୍ଷ ନଭେମ୍ବର ୨୦ତାରିଖରେ ତତକାଳୀନ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ ଓଡ଼ିଶା ମଦ ନିଗମ ବାର୍ଷିକ ୨କୋଟି ଟଙ୍କା ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ନିମନ୍ତେ ରାଜ୍ୟ ସାମାଜିକ ସୁରକ୍ଷା ବିଭାଗକୁ ଦେବା ପାଇଁ ନିଷ୍ପତ୍ତି ହୋଇଥିଲା।

ସରକାରୀ ନିଷ୍ପତ୍ତି ଅନୁସାରେ ଓଡ଼ିଶା ମଦ ନିଗମ ୨୦୧୫-୧୬ ମସିହାରେ ରାଜ୍ୟ ସାମାଜିକ ସୁରକ୍ଷା ବିଭାଗକୁ ୨କୋଟି ଟଙ୍କା ଦେଇଥିଲା। କିନ୍ତୁ ତା’ ପରଠୁ ଏହି ନିଶା ନିବାରଣ କାର୍ଯ୍ୟକ୍ରମ ପାଇଁ ମଦ ନିଗମ ଆଉ ଟଙ୍କାଟିଏ ବି ଦେଇନାହିଁ। ରାଜ୍ୟ ସାମାଜିକ ସୁରକ୍ଷା ବିଭାଗ ଯେତେ ଚିଠି ଦେଲେ ବି ତା’ର ଉତ୍ତର ମଧ୍ୟ ମଦ ନିଗମ ବି ଦେଉନି।
ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସଚିବ ଭାସ୍କରଜ୍ୟୋତି ଶର୍ମା ଆଜି ଅବକାରୀ ସଚିବ ସୁଶୀଲ କୁମାର ଲୋହାନିଙ୍କୁ ଚିଠି ଲେଖି ଓଡ଼ିଶା ମଦ ନିଗମକୁ ଏହି ବକେୟା ଅର୍ଥ ତୁରନ୍ତ ଦେବା ପାଇଁ ଆବଶ୍ୟକ ନିର୍ଦ୍ଦେଶ ଦେବା ନିମନ୍ତେ ଅନୁରୋଧ କରିଛନ୍ତି। ଏହି ଅର୍ଥରେ ରାଜ୍ୟବ୍ୟାପୀ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ କିଭଳି ପେଷାଦାର ଢଙ୍ଗରେ ହୁଏ ତା’ର ମଧ୍ୟ ଏକ ଆକ୍ସନ୍ ପ୍ଲାନ୍ ଦେବାକୁ ଶ୍ରୀ ଶର୍ମା ଭୁଲି ନାହାନ୍ତି ।

ତେବେ ପ୍ରଶ୍ନ ଉଠୁଛି, ପ୍ରତ୍ୟେକବର୍ଷ ନୂଆ ଅବକାରୀ ନୀତି ସହ ରାଜ୍ୟରେ ଅବକାରୀ ରାଜସ୍ୱ ବୃଦ୍ଧି ପାଇଁ ତତ୍ପରତା ଦେଖାଉଥିବା ରାଜ୍ୟ ସରକାର ନିଶା ନିବାରଣ ସଚେତନତା ଦିଗରେ ଆନ୍ତରିକତା କାହିଁକି ଦେଖାଉନାହାନ୍ତି । ୨୦୦୯-୧୦ରେ ଅବକାରୀ ରାଜସ୍ୱରୁ ୮୪୯କୋଟି ଟଙ୍କା ମିଳିଥିବାବେଳେ ୨୦୧୮-୧୯ରେ ଏହା ୪୦୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇ ୩୯୨୫କୋଟି ଟଙ୍କାରେ ପହଞ୍ôଚଛି। ଚଳିତବର୍ଷ ମଧ୍ୟ ରାଜସ୍ୱ ଅବକାରୀ ବାବଦରେ ୪୬୦୦କୋଟି ଟଙ୍କା ମିଳିବା ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ସେପଟେ ଓଡ଼ିଶା ମଦ ନିଗମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖୁସି କରିବା ପାଇଁ ପ୍ରତିବର୍ଷ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅର୍ଥ ଦେଉଛି। ୨୦୧୫-୧୬ରେ ୧୦କୋଟି, ୨୦୧୬-୧୭ରେ ୩୦ଲକ୍ଷ, ୨୦୧୭-୧୮ରେ ୧୨କୋଟି ଓ ୨୦୧୮-୧୯ରେ ୫କୋଟି ଟଙ୍କା ଦେଇଛି। ମାତ୍ର ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତେ୍ୱ ରାଜ୍ୟର ଯୁବପୀଢ଼ି ଓ ସାଧାରଣ ଲୋକଙ୍କୁ ନିଶାମୁକ୍ତ କରିବା ନିମନ୍ତେ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ପାଇଁ ଟଙ୍କାଟିଏ ଦେଇପାରୁନି।

Related story