ଅମ୍ଫାନ: ଜିଲ୍ଲାପାଳଙ୍କୁ କ୍ଷୟକ୍ଷତି ରିପୋର୍ଟ ମାଗିଲେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁନ୍ଦରବନ ନିକଟରେ ଆଜି ସ୍ଥଳଭାଗ ଛୁଇଁଥିବା ବାତ୍ୟା ‘ଅମ୍ଫାନ’ ଯୋଗୁ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଜିଲ୍ଲାପାଳମାନଙ୍କୁ ରାଜ୍ୟ ସରକାର ରିପୋର୍ଟ ମାଗିଛନ୍ତି। ୪୮ଘଣ୍ଟା ମଧ୍ୟରେ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ କୁମାର ଜେନା ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ‘ଅମ୍ଫାନ’ ଯୋଗୁ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ୪୮ଘଣ୍ଟା ମଧ୍ୟରେ ପ୍ରାକ୍ ଆକଳନ ରିପୋର୍ଟ ପଠାଇବା ନିମନ୍ତେ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ସେମାନଙ୍କଠୁ […]

paradeep

Manoranjan Sial
  • Published: Wednesday, 20 May 2020
  • , Updated: 20 May 2020, 06:58 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁନ୍ଦରବନ ନିକଟରେ ଆଜି ସ୍ଥଳଭାଗ ଛୁଇଁଥିବା ବାତ୍ୟା ‘ଅମ୍ଫାନ’ ଯୋଗୁ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଜିଲ୍ଲାପାଳମାନଙ୍କୁ ରାଜ୍ୟ ସରକାର ରିପୋର୍ଟ ମାଗିଛନ୍ତି। ୪୮ଘଣ୍ଟା ମଧ୍ୟରେ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ କୁମାର ଜେନା ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ‘ଅମ୍ଫାନ’ ଯୋଗୁ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ୪୮ଘଣ୍ଟା ମଧ୍ୟରେ ପ୍ରାକ୍ ଆକଳନ ରିପୋର୍ଟ ପଠାଇବା ନିମନ୍ତେ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ସେମାନଙ୍କଠୁ ପ୍ରାଥମିକ ରିପୋର୍ଟ ମିଳିବା ପରେ ସରକାର କ୍ଷୟକ୍ଷତି ଆକଳନ କରିବେ। ଜିଲ୍ଲାପାଳମାନେ ପରବର୍ତ୍ତୀ ସମୟରେ ଚୂଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟ ଦେବେ। ପ୍ରାକ୍ ଆକଳନ କ୍ଷୟକ୍ଷତି ରିପୋର୍ଟ ମିଳିବା ପରେ କ୍ଷତିଗ୍ରସ୍ତ ଲୋକମାନଙ୍କୁ କ୍ଷତିପୂରଣ ଦେବା ପାଇଁ ଆବଶ୍ୟକ ବ୍ୟବସ୍ଥା ସରକାରଙ୍କ ଗାଇଡଲାଇନ୍ ଅନୁସାରେ କରାଯିବ ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ବାତ୍ୟା ‘ଅମ୍ଫାନ’ ଯୋଗୁ ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ପ୍ରଭାବିତ ହୋଇଥିବାବେଳେ ସର୍ବାଧିକ କ୍ଷୟକ୍ଷତି ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ହୋଇଛି।

Related story