ବୁଣାକାରଙ୍କ ପାଇଁ ବାର୍ତ୍ତାଟିଏ ଦେବାକୁ ଭୁଲିଗଲେ ସରକାର!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମଗ୍ର ଦେଶ ଆଜିର ଦିନକୁ ‘ଜାତୀୟ ହସ୍ତତନ୍ତ ଦିବସ’ ଭାବେ ପାଳନ କରୁଛି। କରୋନା ମହାମାରୀ ସମୟରେ ବୁଣାକାରଙ୍କୁ ସହାୟତାର ହାତ ବଢ଼ାଇ ନଥିବା ରାଜ୍ୟ ସରକାର ଜାତୀୟ ହସ୍ତତନ୍ତ ଦିବସରେ ସେମାନଙ୍କ ମନୋବଳ ବୃଦ୍ଧି ପାଇଁ ବାର୍ତ୍ତାଟିଏ ବି ଦେବାକୁ ଭୁଲି ଯାଇଛନ୍ତି। ଏପରିକି ରାଜ୍ୟ ବୟନଶିଳ୍ପ ଓ ହସ୍ତତନ୍ତ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କର ସ୍ୱର ଶବ୍ଦ ବି ଗତ ୫ ମାସ ହେଲା ଶୁଭୁନି। ଓଡ଼ିଶାର ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ସମ୍ବଲପୁରୀ […]

padmini-dean

padmini-dean

Manoranjan Sial
  • Published: Friday, 07 August 2020
  • Updated: 07 August 2020, 09:09 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମଗ୍ର ଦେଶ ଆଜିର ଦିନକୁ ‘ଜାତୀୟ ହସ୍ତତନ୍ତ ଦିବସ’ ଭାବେ ପାଳନ କରୁଛି। କରୋନା ମହାମାରୀ ସମୟରେ ବୁଣାକାରଙ୍କୁ ସହାୟତାର ହାତ ବଢ଼ାଇ ନଥିବା ରାଜ୍ୟ ସରକାର ଜାତୀୟ ହସ୍ତତନ୍ତ ଦିବସରେ ସେମାନଙ୍କ ମନୋବଳ ବୃଦ୍ଧି ପାଇଁ ବାର୍ତ୍ତାଟିଏ ବି ଦେବାକୁ ଭୁଲି ଯାଇଛନ୍ତି। ଏପରିକି ରାଜ୍ୟ ବୟନଶିଳ୍ପ ଓ ହସ୍ତତନ୍ତ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କର ସ୍ୱର ଶବ୍ଦ ବି ଗତ ୫ ମାସ ହେଲା ଶୁଭୁନି। ଓଡ଼ିଶାର ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ସମ୍ବଲପୁରୀ ଶାଢ଼ୀକୁ ନିଜର ଫିଲ୍ମ ମାଧ୍ୟମରେ ବଲିଉଡ୍ ଅଭିନେତ୍ରୀ ବିଦ୍ୟା ବାଲାନ୍ ପ୍ରଚାରପ୍ରସାର କରୁଥିବା ବେଳେ ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବରୁ ଓଲଟା ଏହି ଶିଳ୍ପ ଏବେ ତଳିତଳାନ୍ତ ହେବାରେ ଲାଗିଥିବା ଚର୍ଚ୍ଚା ହେଉଛି।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ବୁଣାକାରଙ୍କୁ ପ୍ରୋତ୍ସାହନ କରିବା ନିମନ୍ତେ ଏପର୍ଯ୍ୟନ୍ତ ରାଜ୍ୟ ସରକାର ସେଭଳି କୌଣସି ଆଖିଦୃଶିଆ ପଦକ୍ଷେପ ନେଇପାରିନାହାନ୍ତି। କେବଳ ଓଡ଼ିଶା ହ୍ୟାଣ୍ଡଲୁମ୍ ପଲିସି-୨୦୧୬ ଓ ହ୍ୟାଣ୍ଡିକ୍ରାଫ୍ଟ ପଲିସି-୨୦୧୯କୁ କାଗଜକଲମ ମଧ୍ୟରେ ସୀମିତ ରଖିଛନ୍ତି। ରାଜ୍ୟ ସରକାରଙ୍କ ହ୍ୟାଣ୍ଡଲୁମ୍ ପଲିସି ଅନୁସାରେ ରାଜ୍ୟରେ ୪୦,୬୮୩ଟି ବୁଣାକାର ପରିବାରରେ ୧.୯୨ଲକ୍ଷ ଲୋକ ଅଛନ୍ତି। ମାତ୍ର କେନ୍ଦ୍ର ଟେକ୍ସଟାଇଲ୍ ମନ୍ତ୍ରଣାଳୟର ଚତୁର୍ଥ ସର୍ବଭାରତୀୟ ହ୍ୟାଣ୍ଡଲୁମ୍ ଗଣନା-୨୦୧୯-୨୦ ଅନୁସାରେ ଓଡ଼ିଶାରେ ୫୩,୪୭୨ଟି ବୁଣାକାର ପରିବାର ଅଛନ୍ତି। ବୁଣାକାରଙ୍କ ଗଣନା ମଧ୍ୟରେ ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀକୁ ବଜାର ଯୋଗାଇ ଦେବା ଓ ସେମାନଙ୍କୁ ଉନ୍ନତମାନର ଯୁଗପଯୋଗୀ ଜ୍ଞାନକୌଶଳ ଯୋଗାଇବାରେ ସରକାରଙ୍କ ପଦକ୍ଷେପ କେବଳ ପ୍ରଚାରପ୍ରସାରରେ ହେଉଛି। ଯେଉଁଥିପାଇଁ ହସ୍ତତନ୍ତ ଉପରେ ନିର୍ଭରଶୀଳ ବୁଣାକାର ପରିବାରକୁ ଦୁର୍ଦ୍ଦିନ ମଧ୍ୟରେ ଦିନ ବିତାଇବାକୁ ପଡ଼ୁଛି।

ବୁଣାକାରଙ୍କୁ ବ୍ୟାଙ୍କ ଲିଙ୍କେଜ୍ ସହ ସେମାନଙ୍କୁ ବଜାର ଯୋଗାଇବା ନିମନ୍ତେ ରାଜ୍ୟର ବିଭିନ୍ନ ଭାଗରେ ପିପିପି ମୋଡରେ ହ୍ୟାଣ୍ଡଲୁମ୍ ପାର୍କ ଓ ହ୍ୟାଣ୍ଡିକ୍ରାଫ୍ଟ ପାର୍କ ସ୍ଥାପନ କରିବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ ମଧ୍ୟ ତାହା କେବଳ ଘୋଷଣା ମଧ୍ୟରେ ରହିଯାଇଛି। ରାଜ୍ୟରେ ଯେତିକି ବୁଣାକାର ପରିବାର ଅଛନ୍ତି ସେଥିରୁ ୫୫ ପ୍ରତିଶତ କେବଳ ପଶ୍ଚିମ ଓଡ଼ିଶାର। ଓଡ଼ିଶାର ବୁଣାକାରଙ୍କ ଉତ୍ପାଦିତ ସାମଗ୍ରୀର ଚାହିଦା ଦେଶବିଦେଶରେ ରହିଥିଲେ ମଧ୍ୟ ବଜାର ଲିଙ୍କ୍ ଯୋଗାଇ ଦେବାରେ ସରକାରଙ୍କ ଆନ୍ତରିକତା ରହୁନଥିବାରୁ ସେମାନେ ଏଥିରୁ ଲାଭାନ୍ୱିତ ହୋଇପାରୁନାହାନ୍ତି। ଅବଶ୍ୟ ନିକଟରେ ଇ-କମର୍ସ ପ୍ଲାଟଫର୍ମରେ ସମ୍ବଲପୁରୀ ଶାଢ଼ୀ ସହ ରାଜ୍ୟର ବିଭିନ୍ନ ଭାଗରେ ଥିବା ହସ୍ତତନ୍ତ ପ୍ରସ୍ତୁତ ଶାଢ଼ୀ ବିକ୍ରି ଆରମ୍ଭ ହୋଇଛି। କିନ୍ତୁ ସରକାରୀ ପ୍ରୋତ୍ସାହନ ଅଭାବରୁ ଉତ୍ପାଦ ମୂଲ୍ୟରେ ବିଶେଷ ଫାଇଦା ବୁଣାକାରଙ୍କୁ ହୋଇପାରୁନଥିବା ପଶ୍ଚିମଓଡ଼ିଶାର ବୁଣାକାରମାନେ କ୍ଷୋଭର ସହ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି।

ଅନ୍ୟପକ୍ଷରେ ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀକୁ ବିକ୍ରି ପାଇଁ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ‘ବୟନିକା’ରେ ପରିଚାଳନାଗତ ତ୍ରୁଟି ଯୋଗୁ ଗତ ୫ବର୍ଷ ମଧ୍ୟରେ ଏହାର ଲାଭ ୫୦ ପ୍ରତିଶତ ହ୍ରାସ ପାଇଛି। ୨୦୧୫-୧୬ରେ ବୟନିକାର ମୋଟ ଲାଭ ୯କୋଟି ଟଙ୍କା ଥିବାବେଳେ ୨୦୧୯-୨୦ରେ ଏହା ୪.୪୫କୋଟି ଟଙ୍କାକୁ ହ୍ରାସ ପାଇଛି। ଓଡ଼ିଶାର ହ୍ୟାଣ୍ଡଲୁମ୍ ପରିଧାନକୁ ନିଜ ରାଜ୍ୟରେ ପ୍ରଚାରପ୍ରସାର ନିମନ୍ତେ ରାଜ୍ୟ ସରକାର ଏପର୍ଯ୍ୟନ୍ତ ଆନ୍ତରିକତା ଦେଖାଉନାହାନ୍ତି। ଯେଉଁଥିପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ବୟନିକା ପକ୍ଷରୁ ବାରମ୍ବାର ଚିଠି ଲେଖାଯାଇ ଆଶ୍ରମ ସେବାସ୍କୁଲ ଓ ଆଦିବାସୀ ହଷ୍ଟେଲଗୁଡ଼ିକରେ ବେଡସିଟ୍ ଓ ଚାଦର ବୟନିକାରୁ ନେବାକୁ ଅନୁରୋଧ କରାଯାଇଥିଲା। କିନ୍ତୁ ଏଥିପ୍ରତି କୌଣସି ଜିଲ୍ଲାପାଳ ଆନ୍ତରିକତା ଦେଖାଉନାହାନ୍ତି। କେବଳ ସେତିକି ନୁହେଁ ଓଡ଼ିଶାର ବୁଣାକାରଙ୍କୁ ପ୍ରୋତ୍ସାହିତ କରିବାକୁ ହସ୍ତତନ୍ତ ସାମଗ୍ରୀରେ ପ୍ରସ୍ତୁତ ପରିଧାନକୁ ରାଜ୍ୟ ସରକାରୀ କର୍ମଚାରୀ, ସ୍କୁଲ ଓ କଲେଜ ପିଲାମାନଙ୍କ ମଧ୍ୟରେ ପ୍ରସାର କରାଇବାକୁ ଦାବି ହୋଇ ଆସୁଥିଲା। କିନ୍ତୁ ସରକାର ସେ ଦିଗରେ ନିଦାବିଷ୍ଣୁ ପାଲଟିଛନ୍ତି।

ଅନ୍ୟପକ୍ଷରେ ଶାସକ ବିଜେଡିର ମୁଖପାତ୍ର ତଥା ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ‘ଜାତୀୟ ହସ୍ତତନ୍ତ ଦିବସ’ରେ ସୋଶାଲ ମିଡିଆରେ ବାର୍ତ୍ତା ଦେଇ ସପ୍ତାହକୁ ଅତିକମରେ ଦିନଟିଏ ହସ୍ତତନ୍ତରେ ପ୍ରସ୍ତୁତ କିଛି ବସ୍ତ୍ର ପରିଧାନ କରିବା ନିମନ୍ତେ ଶପଥ ନେବାକୁ ସାଧାରଣ ଲୋକଙ୍କୁ ଆହ୍ୱାନ କରିଛନ୍ତି। ତେବେ ଗତ ୨୦ବର୍ଷ ମଧ୍ୟରେ ରାଜ୍ୟରେ ବହୁ ହସ୍ତତନ୍ତ କାରଖାନାକୁ ତାଙ୍କ ଦଳର ସରକାର ହିଁ ପରିଚାଳନାଗତ କାରଣରୁ ବନ୍ଦ କରିଦେଇଥିବା ବୋଧହୁଏ ବିଜେଡି ମୁଖପାତ୍ର ଶ୍ରୀମତୀ ମିଶ୍ର ଭୁଲିଯାଇଥିବା ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story