କଳିଙ୍ଗ ଷ୍ଟୁଡ଼ିଓ ପାଇଁ ୨୦୦ କୋଟି, ୨୦୨୨ ଡିସେମ୍ବର ସୁଦ୍ଧା ସରିବ ନବକଳେବର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୀର୍ଘବର୍ଷ ଧରି ବିପର୍ଯ୍ୟସ୍ତ ଅବସ୍ଥାରେ ପଡ଼ି ରହିଥିବା କଳିଙ୍ଗ ଷ୍ଟୁଡ଼ିଓର ବିକାଶ ପାଇଁ ରାଜ୍ୟ ସରକାର ୨୦୦କୋଟି ଟଙ୍କା ବିନିଯୋଗ କରିବେ। ଏହି ଷ୍ଟୁଡ଼ିଓର ନବକଳେବର କରାଯାଇ ଏହାକୁ ‘ଷ୍ଟେଟ୍ ଅଫ ଦି ଆର୍ଟ’ ଫିଲ୍ମ ହବ୍ ଭାବେ ବିକଶିତ କରିବାକୁ ନିଷ୍ପତ୍ତି ହୋଇଛି। ୨୦୨୨ ଡିସେମ୍ବର ସୁଦ୍ଧା ଏହି ନବକଳେବର କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି […]

kalinga studio bhubaneswar

Ordigital Desk
  • Published: Wednesday, 17 February 2021
  • , Updated: 17 February 2021, 07:59 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୀର୍ଘବର୍ଷ ଧରି ବିପର୍ଯ୍ୟସ୍ତ ଅବସ୍ଥାରେ ପଡ଼ି ରହିଥିବା କଳିଙ୍ଗ ଷ୍ଟୁଡ଼ିଓର ବିକାଶ ପାଇଁ ରାଜ୍ୟ ସରକାର ୨୦୦କୋଟି ଟଙ୍କା ବିନିଯୋଗ କରିବେ। ଏହି ଷ୍ଟୁଡ଼ିଓର ନବକଳେବର କରାଯାଇ ଏହାକୁ ‘ଷ୍ଟେଟ୍ ଅଫ ଦି ଆର୍ଟ’ ଫିଲ୍ମ ହବ୍ ଭାବେ ବିକଶିତ କରିବାକୁ ନିଷ୍ପତ୍ତି ହୋଇଛି। ୨୦୨୨ ଡିସେମ୍ବର ସୁଦ୍ଧା ଏହି ନବକଳେବର କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ପୁନର୍ବିନ୍ୟାସ ଯୋଜନାକୁ ଅନୁମୋଦନ ମିଳିଛି।

ଏହି ଷ୍ଟୁଡ଼ିଓକୁ ମଧ୍ୟ ରାଜ୍ୟର ଏକ ପର୍ଯ୍ୟଟନ ଓ ସାମାଜିକ କେନ୍ଦ୍ର ଭାବେ ବିକଶିତ କରିବା ସହ ଏକ ନିଯୁକ୍ତି ସୃଷ୍ଟିକାରୀ ୟୁନିଟ୍ ଓ ପ୍ରତିଯୋଗିତାମୂଳକ ବ୍ୟବସାୟିକ ଢଙ୍ଗରେ ବିକଶିତ କରିବାକୁ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ରବିବାର ମୁଖ୍ୟ ସଚିବ ଶ୍ରୀ ମହାପାତ୍ର କଳିଙ୍ଗ ଷ୍ଟୁଡ଼ିଓ ଯାଇ କ୍ଷେତ୍ରସ୍ତରୀୟ ସ୍ଥିତି ଅନୁଧ୍ୟାନ କରିବା ପରେ ଯୋଜନା ପ୍ରସ୍ତୁତ ନିମନ୍ତେ ଶିଳ୍ପ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଷ୍ଟୁଡ଼ିଓକୁ ଆଉଟସୋର୍ସିଂ ମଡେଲ୍ ଦ୍ୱାରା ପରିଚାଳନା କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି।

ବୈଠକରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ଏହି ଷ୍ଟୁଡ଼ିଓରେ ନିବେଶର ବିସ୍ତୃତ ଯୋଜନାର କ୍ୱାର୍ଯ୍ୟାନ୍ୱୟନ, ନିଯୁକ୍ତି ସୁଯୋଗ ସୃଷ୍ଟି, ନିର୍ଦ୍ଧାରିତ ଅବଧି ମଧ୍ୟରେ ରାଜସ୍ୱ ସଂଗ୍ରହ ସହ ଟେକ୍ନୋଲୋଜି ଯୁଗରେ ଏହାକୁ ପ୍ରତିଯୋଗିତାମୂଳକ କରିବା ପାଇଁ ପରାମର୍ଶ ଦେଇଥିଲେ। ସେହିପରି ଶିଳ୍ପ ସଚିବ ହେମନ୍ତ ଶର୍ମା କହିଛନ୍ତି ଯେ ଏବେ କଳିଙ୍ଗ ଷ୍ଟୁଡିଓଟି ସହରର ମଧ୍ୟଭାଗରେ ୨୬ଏକର ଜମିରେ ଅବସ୍ଥିତ। ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହାକୁ ଆଧୁନିକ ଫିଲ୍ମ ସେଣ୍ଟର ଭାବେ ବିକଶିତ କରାଯାଇପାରିବ। ୨୦୧୪-୧୫ରେ ଏହି ଷ୍ଟୁଡ଼ିଓର ସାମାନ୍ୟ ମରାମତି କାର୍ଯ୍ୟ ହୋଇଥିଲା। ୨୦୨୦ ସେପ୍ଟେମ୍ବର ମାସ ପରଠୁ ଏହି ଷ୍ଟୁଡ଼ିଓ ମାସକୁ ୪ଲକ୍ଷ ଟଙ୍କା ରାଜସ୍ୱ ସଂଗ୍ରହ କରୁଛି।

ଏହି ଷ୍ଟୁଡ଼ିଓକୁ ଇଡକୋ ଦ୍ୱାରା ୩ଟି ଜୋନରେ ପୁନର୍ବିନ୍ୟାସ କରାଯିବ। ପ୍ରଥମ ଜୋନରେ ଇନଡୋର ସୁଟିଂ ଫ୍ଲୋର, ସେଣ୍ଟ୍ରାଲ କଣ୍ଟ୍ରିୟାର୍ଡ, ଫିଲ୍ମ ଟେକ୍ ଜୋନ, କମର୍ସିଆଲ ସ୍ଥାନ ଓ କାଫ୍ଟେରିଆ ଆଦି ରହିବ। ଦ୍ୱିତୀୟ ଜୋନରେ ଆଉଟଡୋର ସୁଟିଂ ସୁବିଧା, ଥିମ୍ ଆଧାରିତ ସୁଟିଂ, ଗାର୍ଡେନ୍‌, କିଡସ ଜୋନ୍‌, କାଷ୍ଟେଲ ଭ୍ୟୁ, ସ୍ନୋ ୱାଲର୍ଡ ଓ ଆଡଭେଂଚର ଲ୍ୟାଣ୍ଡ ଆଦି ବିକଶିତ କରାଯିବ। ସେହିପରି ତୃତୀୟ ଜୋନରେ ଫୁଡ୍ କୋର୍ଟ, ଫିଲ୍ମ ନିର୍ମାଣ ସଦସ୍ୟଙ୍କ ରହିବା ଓ ଖାଇବା ପାଇଁ ଲଜିଂ ସୁବିଧା, ବିବାହ ଓ ସାମାଜିକ ଉତ୍ସବ ନିମନ୍ତେ ସ୍ଥାନ ଆଦି ବିକଶିତ କରାଯିବ।

ଏହି ଉଚ୍ଚସ୍ତରୀୟ ବୈଠକରେ କଳିଙ୍ଗ ଷ୍ଟୁଡିଓକୁ ନବକଳେବର କରିବା ନିମନ୍ତେ ଶିଳ୍ପ ବିଭାଗର ୨୦୦କୋଟି ଟଙ୍କାର ପ୍ୟାକେଜକୁ ଅନୁମୋଦନ ମିଳିଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ, ଅର୍ଥ ସଚିବ ଅଶୋକ କୁମାର ମୀନା, ଇଡକୋ ଅଧ୍ୟକ୍ଷ ସଞ୍ଜୟ ସିଂ, ଇପିକଲ୍ ଏମଡି ନିତିନ ଜାୱଲେ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Related story