କେରଳରେ ହାତୀକୁ ହତ୍ୟା, ଓଡ଼ିଶାରେ ଆଲର୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେରଳରେ ହାତୀକୁ ବର୍ବର ଶୈଳୀରେ ହତ୍ୟା କରାଯିବା ପରେ ଆଜି ଓଡ଼ିଶା ସରକାର ହାତୀମାନଙ୍କ ସୁରକ୍ଷା ପାଇଁ ଆଲର୍ଟ ଜାରି କରିଛନ୍ତି। ରାଜ୍ୟ ପିସିସିଏଫ ଆଜି ଜଙ୍ଗଲ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ଚିଠି ଲେଖି ଏନେଇ ସତର୍କ କରାଇ କହିଛନ୍ତି ଯେ, ହାତୀମାନଙ୍କର ଗତିବିଧିକୁ ନଜର ରଖି ଗାଁ ଲୋକଙ୍କୁ ତ୍ୱରିତ୍ ସୂଚନା ଦେବାକୁ ପରାମର୍ଶ ଦେଇଛନ୍ତି। ହାତୀଙ୍କ ବାସସ୍ଥଳୀ କମିଛି, ହାତୀଙ୍କୁ ଗ୍ରହଣ କରିବାର ମାନସିକତା ବି କମିଛି। ହାତୀମାନେ ବାହାରିବେ, ଫସଲ […]

elephant

Manoranjan Sial
  • Published: Thursday, 04 June 2020
  • , Updated: 04 June 2020, 08:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେରଳରେ ହାତୀକୁ ବର୍ବର ଶୈଳୀରେ ହତ୍ୟା କରାଯିବା ପରେ ଆଜି ଓଡ଼ିଶା ସରକାର ହାତୀମାନଙ୍କ ସୁରକ୍ଷା ପାଇଁ ଆଲର୍ଟ ଜାରି କରିଛନ୍ତି।

ରାଜ୍ୟ ପିସିସିଏଫ ଆଜି ଜଙ୍ଗଲ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ଚିଠି ଲେଖି ଏନେଇ ସତର୍କ କରାଇ କହିଛନ୍ତି ଯେ, ହାତୀମାନଙ୍କର ଗତିବିଧିକୁ ନଜର ରଖି ଗାଁ ଲୋକଙ୍କୁ ତ୍ୱରିତ୍ ସୂଚନା ଦେବାକୁ ପରାମର୍ଶ ଦେଇଛନ୍ତି। ହାତୀଙ୍କ ବାସସ୍ଥଳୀ କମିଛି, ହାତୀଙ୍କୁ ଗ୍ରହଣ କରିବାର ମାନସିକତା ବି କମିଛି। ହାତୀମାନେ ବାହାରିବେ, ଫସଲ ଓ ଅନ୍ୟାନ୍ୟ ନଷ୍ଟ କରିବେ, ସେଥିପାଇଁ ସରକାରୀ ସହାୟତା ବି ମିଳିବ। ତେଣୁ ହାତୀଜନିତ କ୍ଷୟକ୍ଷତି ନେଇ ଲୋକମାନଙ୍କୁ ପିସିସିଏଫ ଆଶ୍ୱାସନା ଦେବା ସହ ହାତୀମାନଙ୍କର କ୍ଷତି ନକରିବାକୁ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, ୧୯୯୯ ମସିହାରେ ରାଜ୍ୟର ହାତୀ ସଂଖ୍ୟା ୧୮୨୭ ଥିଲାବେଳେ ୨୦୧୦ ମସିହାରେ ଏହା ବୃଦ୍ଧି ପାଇ ୧୮୮୬ରେ ପହଂଚିଥିଲା। ସେହିପରି ୨୦୧୨ରେ ହାତୀ ସଂଖ୍ୟା ୧୯୩୦ ଓ ୨୦୧୭ ମସିହାରେ ୧୯୭୬କୁ ବୃଦ୍ଧି ପାଇଥିଲା। ଓଡ଼ିଶାର ବିସ୍ତୃତ ଜଙ୍ଗଲରେ ୧୭୦୦ରୁ ୧୮୦୦ ପର୍ଯ୍ୟନ୍ତ ହାତୀଙ୍କୁ ସଠିକ୍ ଭାବେ ପରିଚାଳନା କରିହେବ ବୋଲି ଜଙ୍ଗଲ ବିଭାଗ ସୂତ୍ରରୁ ସୂଚନା ମିଳିଛି।

Related story