Unlock 5.0: ୩୧ ପର୍ଯ୍ୟନ୍ତ ମନ୍ଦିର, ସିନେମା ହଲ୍ ବନ୍ଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ଆଜି ଅକ୍ଟୋବର ମାସ ପାଇଁ ଗାଇଡଲାଇନ ଜାରି କରିଛନ୍ତି। ଅନ୍‌ଲକ-୫ରେ ଆସନ୍ତା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମଠ, ମନ୍ଦିର, ସିନେମା ହଲ୍, ସ୍କୁଲ-କଲେଜ ଓ ଜିମ୍ ବନ୍ଦ ରହିବ। ତେବେ ଉପନିର୍ବାଚନ ଥିବାରୁ କୋଭିଡ୍ ଗାଇଡଲାଇନ୍ ପାଳନ କରି ତିର୍ତ୍ତୋଲ ଓ ବାଲେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀରେ ସର୍ବାଧିକ ୧୦୦ଜଣ ଲୋକ ଏକଜୁଟ ହେବା ନିମନ୍ତେ ଅନୁମତି ମିଳିବ। ରାଜ୍ୟ ସ୍ୱତନ୍ତ୍ର […]

unlock

Manoranjan Sial
  • Published: Thursday, 01 October 2020
  • , Updated: 01 October 2020, 08:27 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ଆଜି ଅକ୍ଟୋବର ମାସ ପାଇଁ ଗାଇଡଲାଇନ ଜାରି କରିଛନ୍ତି। ଅନ୍‌ଲକ-୫ରେ ଆସନ୍ତା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମଠ, ମନ୍ଦିର, ସିନେମା ହଲ୍, ସ୍କୁଲ-କଲେଜ ଓ ଜିମ୍ ବନ୍ଦ ରହିବ। ତେବେ ଉପନିର୍ବାଚନ ଥିବାରୁ କୋଭିଡ୍ ଗାଇଡଲାଇନ୍ ପାଳନ କରି ତିର୍ତ୍ତୋଲ ଓ ବାଲେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀରେ ସର୍ବାଧିକ ୧୦୦ଜଣ ଲୋକ ଏକଜୁଟ ହେବା ନିମନ୍ତେ ଅନୁମତି ମିଳିବ।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଆଜି ଅକ୍ଟୋବର ୧ରୁ ୩୧ ତାରିଖ ପର୍ଯ୍ୟନ୍ତ କରୋନା ଗାଇଡଲାଇନ ଜାରି କରିଛନ୍ତି। ସାମାଜିକ, ରାଜନୀତିକ, କ୍ରୀଡ଼ା, ଧାର୍ମିକ, ଆମୋଦପ୍ରମୋଦ, ସାଂସ୍କୃତିକ, ଶିକ୍ଷା ସମ୍ବନ୍ଧୀୟ ଆଦି ସମସ୍ତ ପ୍ରକାରର ଅଧିକ ସଂଖ୍ୟକ ଲୋକଙ୍କ ସମାବେଶ କାର୍ଯ୍ୟକ୍ରମ ଉପରେ କଟକଣା ଜାରି କରିଛନ୍ତି। ସିନେମା ହଲ୍ , ସୁଇମିଂ ପୁଲ, ଏଣ୍ଟରଟେନମେଣ୍ଟ କମ୍ପେ୍ଲକ୍ସ , ଥିଏଟର, ଅଡିଟୋରିୟମ ଆଦି ସମାବେଶ ସ୍ଥଳୀଗୁଡ଼ିକରେ କାର୍ଯ୍ୟକ୍ରମ ଉପରେ କଟକଣା ଜାରି କରିଥିଲେ ମଧ୍ୟ ଅକ୍ଟୋବର ୧୫ତାରିଖ ପରେ ରାଜ୍ୟ କ୍ରୀଡ଼ା ବିଭାଗ ଅନ୍ତର୍ଗତ ସୁଇମିଂ ପୁଲଗୁଡ଼ିକ କେନ୍ଦ୍ର ସରକାରଙ୍କ ଏସପିଓ ଅନୁସାରେ ଖୋଲିବ।

ଅକ୍ଟୋବର ୩୧ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନରେ ଲକଡାଉନ୍ ଲାଗୁ କରିବା ନିମନ୍ତେ ଅନୁମତି ମିଳିବ ନାହିଁ। ତେବେ ସମ୍ପୃକ୍ତ ଜିଲ୍ଲାପାଳ ଅବା ମହାନଗର ପ୍ରଶାସକ ସେହି ସୂଚନାକୁ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହ ପରାମର୍ଶ କରି ଏହା କରିପାରିବେ। କଣ୍ଟେନମେଣ୍ଟ ଜୋନରେ ସମସ୍ତ ପ୍ରକାରର ଅତ୍ୟାବଶ୍ୟକ ସେବାକୁ ଅନୁମତି ମିଳିବ। କଣ୍ଟେନମେଣ୍ଟ ଜୋନ୍ ବାହାରେ କୌଣସି ପ୍ରକାରର ଲକଡାଉନକୁ ଅନୁମତି ମିଳିବ ନାହିଁ। ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ଓ ଅନ୍ୟ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର, ଅଙ୍ଗନବାଡ଼ି ଆଦି ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଅନଲାଇନ୍ ପାଠପଢ଼ା ଓ ଟେଲି କାଉନସେଲିଂ ଆଦି କାର୍ଯ୍ୟ ହୋଇପାରିବ। ପରୀକ୍ଷା ପରିଚାଳନା, ଖାତା ଦେଖା ଓ ଅନ୍ୟ ପ୍ରଶାସନିକ ଗତିବିଧି ହୋଇପାରିବ।

ସେହିପରି ବିବାହ ସଂକ୍ରାନ୍ତ ଭୋଜିରେ ୫୦ଜଣ ଓ ମୃତ୍ୟୁଜନିତ କାର୍ଯ୍ୟରେ ୨୦ଜଣରୁ ଅଧିକ ଲୋକ ଏକଜୁଟ ହୋଇପାରିବେ ନାହିଁ। ସର୍ବସାଧାରଣ ସ୍ଥଳରେ ଛେପ ପକାଇବା ଦଣ୍ଡନୀୟ ହେବ। ମଦ,ଗୁଟଖା, ପାନ ଆଦି ସର୍ବସାଧାରଣ ସ୍ଥଳରେ ଖାଇବା ଉପରେ କଟକଣା ରହିବ। ତେବେ ତିର୍ତ୍ତୋଲ ଓ ବାଲେଶ୍ୱର ବିଧାନସଭ ଆସନରେ ଉପନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଦୁଇଟି ସ୍ଥାନରେ ସର୍ବାଧିକ ୧୦୦ଲୋକଙ୍କୁ ଏକଜୁଟ ହେବା ନିମନ୍ତେ ଅନୁମତି ଦିଆଯାଇଛି। ତେବେ ଏଥିପାଇଁ ସମସ୍ତ ଲୋକଙ୍କୁ ମାସ୍କ, ସାମାଜିକ ଦୂରତ୍ୱ ସହ ସେମାନଙ୍କର ଥର୍ମାଲ ସ୍କ୍ରିନିଂ କରିବା ବାଧ୍ୟତାମୂଳକ ହେବ। ସ୍ଥାନୀୟ ଜିଲ୍ଲା ପ୍ରଶାସନ ରାଜନୀତିକ କାର୍ଯ୍ୟକ୍ରମ ନିମନ୍ତେ ଏହି ଲୋକଙ୍କ ଏକଜୁଟ ପାଇଁ ଅନୁମତି ଦେବେ । ଅଫିସ ହେଉ ଅବା ସର୍ବସାଧାରଣ ସ୍ଥଳୀ ଅବା ଯାନବାହନରେ ଯିବାବେଳେ ମାସ୍କ ପିନ୍ଧିବା ଜରୁରୀ ହେବ। ସର୍ବସାଧାରଣ ସ୍ଥଳରେ ୬ଫୁଟର ସାମାଜିକ ଦୂରତ୍ୱକୁ ପାଳନ କରିବେ । ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବାକୁ ଉଭୟ ଗ୍ରାହକ ଓ କର୍ମଚାରୀମାନେ ପାଳନ କରିବେ। ନିୟମ ଖିଲାପ କଲେ ସମ୍ପୃକ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ କାର୍ଯ୍ୟାନୁଷ୍ଠାନ ହେବ।

ସେହିପରି ସେଲୁନ, ସ୍ପା, ବ୍ୟୁଟି ପାର୍ଲର ଓ ଚୁଟିକଟା ଦୋକାନଗୁଡ଼ିକ ସମସ୍ତ ପ୍ରକାରର ନିରାପତ୍ତା ଅବଲମ୍ବ ନ କରିବେ । ପ୍ରତ୍ୟେକ ଗ୍ରାହକଙ୍କୁ ସେବା ଯୋଗାଇବା ପରେ ସାନିଟାଇଜ୍ କରିବେ। ଏହାର ଖିଲାପ କଲେ ଦୋକାନ ମାଲିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ। ରାଜ୍ୟ ଭିତରେ ଓ ରାଜ୍ୟ ବାହାରକୁ ଯାତ୍ରୀବାହୀ ବସ୍ ଚଳାଚଳ କରିପାରିବ। ତା’ଛଡ଼ା ରାଜ୍ୟ ଭିତରେ ଯିବାଆସିବା ପାଇଁ କୌଣସି ପ୍ରକାରର ଅନୁମତି ଆବଶ୍ୟକ ପଡ଼ିବ ନାହିଁ। ତେବେ ଟ୍ରେନ ଓ ଘରୋଇ ବିମାନ ଯାତ୍ରାବେଳେ ଯାତ୍ରୀଙ୍କୁ ଆବଶ୍ୟକ ଗାଇଡଲାଇନ୍ ପାଳନ କରିବାକୁ ହେବ ଏସବୁ ବ୍ୟତୀତ ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ୬୫ ବର୍ଷ ବୟସରୁ ଅଧିକ ବ୍ୟକ୍ତି, ୧୦ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁ, ଗର୍ଭବତୀ ମହିଳା ଓ ବହୁବିଧ ରୋଗରେ ପୀଡ଼ିତ ଲୋକମାନଙ୍କୁ ଘରୁ ବାହାରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି।ମହାମାରୀ ପରିଚାଳନା ଆଇନ-୨୦୦୫ ଅନ୍ତର୍ଗତ ଜାରି ଏହି ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଜିଳ୍ଲାପାଳ, ମହାନଗର କମିଶନର ଓ ପୁଲିସ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Related story