କରୋନା ଯୋଦ୍ଧାଙ୍କୁ ଶହୀଦର ସମ୍ମାନ ଦେଲେନି, ଏବେ ପୁଣି ଗାଇଡ଼ଲାଇନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଯୋଦ୍ଧାଙ୍କ ସମେତ ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ଉଦବେଗଜନକ ଭାବେ ବଢ଼ୁôଥିବାବେଳେ ସେମାନଙ୍କ ଅନ୍ତିମ ସଂସ୍କାର ଦିଗରେ ପ୍ରଶାସନିକ ଅବହେଳାର ବିକଟାଳ ଚିତ୍ର ଏବେ ସଭ୍ୟ ସମାଜକୁ ଆନ୍ଦୋଳିତ କରିବାରେ ଲାଗିଛି। ସଂକ୍ରମିତଙ୍କ ମୃତଦେହକୁ ଶହୀଦର ସମ୍ମାନ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏପ୍ରିଲ ୨୧ତାରିଖରେ ଘୋଷଣା କରିଥିବାବେଳେ ଏବେ ସେମାନଙ୍କୁ ପ୍ରଶାସନ ଅଣଦେଖା କରୁଥିବାରୁ ସାମ୍ବାଦିକ ଓ ସମାଜସେବୀମାନେ ଆଗକୁ ଆସି ଅନ୍ତିମ ସଂସ୍କାର କରୁଛନ୍ତି। ରାଜ୍ୟର ବିଭିନ୍ନ ଭାଗରେ […]

khalikota

Manoranjan Sial
  • Published: Saturday, 25 July 2020
  • , Updated: 25 July 2020, 08:15 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଯୋଦ୍ଧାଙ୍କ ସମେତ ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ଉଦବେଗଜନକ ଭାବେ ବଢ଼ୁôଥିବାବେଳେ ସେମାନଙ୍କ ଅନ୍ତିମ ସଂସ୍କାର ଦିଗରେ ପ୍ରଶାସନିକ ଅବହେଳାର ବିକଟାଳ ଚିତ୍ର ଏବେ ସଭ୍ୟ ସମାଜକୁ ଆନ୍ଦୋଳିତ କରିବାରେ ଲାଗିଛି। ସଂକ୍ରମିତଙ୍କ ମୃତଦେହକୁ ଶହୀଦର ସମ୍ମାନ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏପ୍ରିଲ ୨୧ତାରିଖରେ ଘୋଷଣା କରିଥିବାବେଳେ ଏବେ ସେମାନଙ୍କୁ ପ୍ରଶାସନ ଅଣଦେଖା କରୁଥିବାରୁ ସାମ୍ବାଦିକ ଓ ସମାଜସେବୀମାନେ ଆଗକୁ ଆସି ଅନ୍ତିମ ସଂସ୍କାର କରୁଛନ୍ତି। ରାଜ୍ୟର ବିଭିନ୍ନ ଭାଗରେ ସଂକ୍ରମିତଙ୍କ ମୃତଦେହକୁ ଅସମ୍ମାନିତ ହେଉଥିବା ଭଳି ଦୃଶ୍ୟ ନଜରକୁ ଆସିବାପରେ ରାଜ୍ୟ ସରକାର ଆଜି ପୁଣିଥରେ କରୋନା ସଂକ୍ରମିତ ମୃତକଙ୍କ ଅନ୍ତିମ ସଂସ୍କାର ସଂକ୍ରାନ୍ତ ସାନି ଗାଇଡଲାଇନ୍ ଜାରି କରିଛନ୍ତି।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଆଜି ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସପାଲଟି କମିଶନରଙ୍କୁ ଚିଠି ଲେଖି କରୋନାରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ପାଇଁ ପୂର୍ବରୁ ଜାରି ହୋଇଥିବା ଗାଇଡଲାଇନକୁ ପାଳନ ସହ ରୀତିନୀତି ଅନୁସାରେ ପରିବାର ଲୋକ ଚାହିଁଲେ ମୃତ ବ୍ୟକ୍ତିଙ୍କ ଅସ୍ତି ସଂଗ୍ରହ କରିପାରିବେ ବୋଲି କହିଛନ୍ତି। ମୃତଦେହକୁ ସମ୍ମାନଜନକ ଭାବେ ପରିବହନ କରିବା, ମୃତଦେହକୁ ସ୍ପର୍ଶ ନକରି ରୀତିନୀତି ଅନୁସାରେ ଅନ୍ତିମ ସଂସ୍କାର କରିବା ନିମନ୍ତେ ପରିବାରବର୍ଗଙ୍କୁ ଅନୁମତି ଦେବା, ମାସ୍କ ଓ ଗ୍ଲୋଭସ୍ ପିନ୍ଧି ସାମାଜିକ ଦୂରତ୍ୱର ସହ ଅନ୍ତିମ ସଂସ୍କାରରେ ସାମିଲ ହେବାକୁ ସରକାର ଅନୁମତି ଦେଇଛନ୍ତି। ମୃତଦେହକୁ ଗାଧେଇବା, ଚୁମ୍ବନ କରିବା, କୋଳାଗ୍ରତ ଆଦି ଉପରେ କଟକଣା ସହ ସବୁ ଲୋକଙ୍କୁ ମିଶାଇ ୨୦ରୁ ଅଧିକ ଲୋକ ଅନ୍ତିମ ସଂସ୍କାରରେ ସାମିଲ ହୋଇପାରିବେ ନାହିଁ। ଯଦି କୋଭିଡ୍ ସଂକ୍ରମିତଙ୍କ ମୃତଦେହର ସଂସ୍କାର କରିବା ପାଇଁ ସେମାନଙ୍କ ପରିବାର ଲୋକ ଚାହିଁବେ ନାହିଁ ତା’ହେଲେ ନିର୍ଦ୍ଧାରିତ ପ୍ରକ୍ରିୟାରେ ରୀତିନୀତି ଅନୁସାରେ ପ୍ରଶାସନ ସେମାନଙ୍କ ଅନ୍ତିମ ସଂସ୍କାର କରିବା ଉଚିତ୍‌ । ଏହି ସମସ୍ତ ଗାଇଡଲାଇନ୍ ସମେତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ଗାଇଡଲାଇନକୁ ମଧ୍ୟ ପାଳନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ କରୋନା ଯୋଦ୍ଧା ଭାବେ ସାମିଲ ହୋଇଥିବା ସ୍ୱାସ୍ଥ୍ୟ କର୍ମୀ ଓ ଡାକ୍ତରମାନଙ୍କ ମୃତ ହେଲେ ସେମାନଙ୍କୁ ଶହୀଦ ଭଳି ରାଜ୍ୟ ସରକାର ସମ୍ମାନ ଦେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପ୍ରିଲ ୨୧ତାରିଖରେ ଘୋଷଣା କରିଥିଲେ। କିନ୍ତୁ ଇତିମଧ୍ୟରେ ଅନେକ କରୋନା ଯୋଦ୍ଧା ପ୍ରାଣ ହରାଇଥିଲେ ବି ସେମାନଙ୍କୁ ଶହୀଦ ମାନ୍ୟତା ଦୂରର କଥା ସେମାନଙ୍କ ମୃତଦେହକୁ ସଂସ୍କାର କରିବାକୁ ବି ପ୍ରଶାସନ ଆଗେଇ ଆସୁନାହିଁ।

ଜି.ଉଦୟଗିରିରେ ଜଣେ ଡାକ୍ତରଙ୍କ ଶବ ୧୨ଘଣ୍ଟା ପଡ଼ିବା ପରେ ଏକ ଏନଜିଓର ସହାୟତାରେ ପ୍ରଶାସନର ତାଙ୍କର ଅନ୍ତିମ ସଂସ୍କାର କରିଥିଲା। ସେହିପରି ଗଞ୍ଜାମ ଜିଲ୍ଲାର ଶେରଗଡ଼ ଗାଁରେ କରୋନା ସଂକ୍ରମିତ ଜଣେ ସ୍କୁଲ ପ୍ରଧାନଶିକ୍ଷକଙ୍କ ଶବକୁ ପ୍ରଶାସନ ଅଣଦେଖା କରିବାପରେ ସ୍ଥାନୀୟ ସାମ୍ବାଦିକମାନେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରିଥିଲେ।

କେବଳ ଏହି ଦୁଇଜଣ ନୁହଁନ୍ତି ଅନେକ ସଂକ୍ରମିତଙ୍କ ମୃତ୍ୟୁ ଘଟଣାରେ ପ୍ରଶାସନ ଏଭଳି ଦାୟିତ୍ୱହୀନ ଓ ବେପରୁୱା ମନୋଭାବ ପୋଷଣ କରିବାରେ ଲାଗିଛି।ସଂକ୍ରମିତଙ୍କ ମୃତଦେହ ପ୍ରତି ଏଭଳି ଅସମ୍ମାନ ଖୋଲାଖୋଲି ଭାବେ ମୁଖ୍ୟମନ୍ତ୍ରୀଙ୍କ କରୋନା ଯୋଦ୍ଧାଙ୍କୁ ‘ଶହୀଦ ସମ୍ମାନ’ ଦେବାର ଆନ୍ତରିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Related story