ପକ୍ଷୀ ମଡ଼କ ଦେଖିଲେ ଏହି ନମ୍ୱରରେ ଫୋନ୍‌ କରନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେଶର ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲୁ ଯୋଗୁ ହଜାର ହଜାର ପକ୍ଷୀ ମରୁଥିବା ବେଳେ ଓଡ଼ିଶାରେ କିନ୍ତୁ ଏପରି ସ୍ଥିତି ଦେଖାଦେଇ ନ ଥିବା ନେଇ ଗତକାଲି ସ୍ପଷ୍ଟ କରିଥିଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। କିନ୍ତୁ ଆଜି ଖୋର୍ଦ୍ଧା ଜିଲ୍ଲାର ଏକ ଫାର୍ମରେ କୁକୁଡ଼ା ମଡ଼କ ଦେଖିବା ପରେ ସତର୍କତାମୂଳକ ପଦକ୍ଷେପ ଆଣାଇଛନ୍ତି ସରକାର। ବାର୍ଡ ଫ୍ଲୁ ଆଶଙ୍କା କରି ରାଜ୍ୟସ୍ତରୀୟ କଣ୍ଟ୍ରୋଲ ରୁମ୍‌ ଖୋଲିଛନ୍ତି। ବାର୍ଡ ଫ୍ଲୁ ସଂପର୍କିତ […]

help-line

Manoranjan Sial
  • Published: Thursday, 07 January 2021
  • , Updated: 07 January 2021, 04:47 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେଶର ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲୁ ଯୋଗୁ ହଜାର ହଜାର ପକ୍ଷୀ ମରୁଥିବା ବେଳେ ଓଡ଼ିଶାରେ କିନ୍ତୁ ଏପରି ସ୍ଥିତି ଦେଖାଦେଇ ନ ଥିବା ନେଇ ଗତକାଲି ସ୍ପଷ୍ଟ କରିଥିଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। କିନ୍ତୁ ଆଜି ଖୋର୍ଦ୍ଧା ଜିଲ୍ଲାର ଏକ ଫାର୍ମରେ କୁକୁଡ଼ା ମଡ଼କ ଦେଖିବା ପରେ ସତର୍କତାମୂଳକ ପଦକ୍ଷେପ ଆଣାଇଛନ୍ତି ସରକାର। ବାର୍ଡ ଫ୍ଲୁ ଆଶଙ୍କା କରି ରାଜ୍ୟସ୍ତରୀୟ କଣ୍ଟ୍ରୋଲ ରୁମ୍‌ ଖୋଲିଛନ୍ତି। ବାର୍ଡ ଫ୍ଲୁ ସଂପର୍କିତ ତଥ୍ୟ କିମ୍ବା ଅସ୍ୱାଭାବିକ ପକ୍ଷୀ ମଡ଼କ ଦେଖିଲେ ନମ୍ବର- ୦୬୭୧-୨୪୧୪୩୧୦, ୭୯୭୮୧୦୫୫୩୮, ୯୪୩୭୩୧୩୧୮୩ରେ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

ସୂଚନାରୁ ପ୍ରକାଶ, ବେଗୁନିଆର ବଡ଼ବେରଣ ଗାଁରେ ଏକ ଫାର୍ମରେ କୁକୁଡ଼ା ମଡ଼କ ଦେଖିବାକୁ ମିଳିଛି। ଗତ ୩ ଦିନ ହେଲା ଏହି ଫାର୍ମରେ ୩ ହଜାରରୁ ଅଧିକ କୁକୁଡ଼ା ମରି ସାରିଲେଣି। ଫାର୍ମ ମାଲିକଙ୍କ କହିବାନୁଯାୟୀ, ସେ ପ୍ରାୟ ୩,୫୦୦ କୁକୁଡ଼ା ରଖିଥିବା ବେଳେ ଏବେ ମାତ୍ର ୩୦ରୁ ୪୦ଟି କୁକୁଡ଼ା ଅଛନ୍ତି। ବାର୍ଡ ଫ୍ଲୁ  ଯୋଗୁ ନା ଅନ୍ୟ କୌଣସି କାରଣରୁ କୁକୁଡ଼ା ମରୁଛନ୍ତି, ତାହା ସ୍ପଷ୍ଟ ହୋଇପାରି ନାହିଁ।

ଖବର ପାଇବା ପରେ ସେଠାରେ ଭେଟନାରୀ ସର୍ଜନ ପହଞ୍ଚି ସାମ୍ପଲ ସଂଗ୍ରହ କରିଛନ୍ତି। ୧୦ଟି କୁକୁଡ଼ାର ସାମ୍ପଲ ସଂଗ୍ରହ କରାଯାଇଛି। ସେଗୁଡ଼ିକୁ ପରୀକ୍ଷା ପାଇଁ ଭୋପାଳ ଓ ଫୁଲନଖରା ପଠାଯିବ।

Related story