ବଢ଼ିଲା ୧୦% ଡିଏ: ଉପକୃତ ହେବେ ନିଗମ, ବିଶ୍ୱବିଦ୍ୟାଳୟ ଓ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ କର୍ମଚାରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ବିପତ୍ତି ମଧ୍ୟରେ ରାଜ୍ୟ ସରକାର ଷଷ୍ଠ ବେତନ କମିଶନ ହାରରେ ଦରମା ପାଉଥିବା ରାଜ୍ୟ କର୍ମଚାରୀଙ୍କ ପାଇଁ ଆଜି ୧୦ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି। ଏହି ମହଙ୍ଗା ଭତ୍ତା ପିଛିଲା ଭାବେ ୨୦୧୯ ଜୁଲାଇ ପହିଲାରୁ ଲାଗୁ ହେବ ଓ ଚଳିତମାସ ଦରମାରେ ବର୍ଦ୍ଧିତ ମହଙ୍ଗା ଭତ୍ତା ସହ ବକେୟା ମଧ୍ୟ ମିଳିବ। ଏହି ନିଷ୍ପତ୍ତି ଦ୍ୱାରା ସମସ୍ତ ବ୍ଲକଗ୍ରାଣ୍ଟ୍ ଓ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ, ସରକାରୀ ଉଦ୍ୟୋଗ ଓ ନିଗମ, […]

social distance office

Manoranjan Sial
  • Published: Friday, 15 May 2020
  • , Updated: 15 May 2020, 07:16 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ବିପତ୍ତି ମଧ୍ୟରେ ରାଜ୍ୟ ସରକାର ଷଷ୍ଠ ବେତନ କମିଶନ ହାରରେ ଦରମା ପାଉଥିବା ରାଜ୍ୟ କର୍ମଚାରୀଙ୍କ ପାଇଁ ଆଜି ୧୦ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି। ଏହି ମହଙ୍ଗା ଭତ୍ତା ପିଛିଲା ଭାବେ ୨୦୧୯ ଜୁଲାଇ ପହିଲାରୁ ଲାଗୁ ହେବ ଓ ଚଳିତମାସ ଦରମାରେ ବର୍ଦ୍ଧିତ ମହଙ୍ଗା ଭତ୍ତା ସହ ବକେୟା ମଧ୍ୟ ମିଳିବ। ଏହି ନିଷ୍ପତ୍ତି ଦ୍ୱାରା ସମସ୍ତ ବ୍ଲକଗ୍ରାଣ୍ଟ୍ ଓ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ, ସରକାରୀ ଉଦ୍ୟୋଗ ଓ ନିଗମ, ବିଶ୍ୱବିଦ୍ୟାଳୟ କର୍ମଚାରୀଙ୍କ ସମେତ ସବଅର୍ଡିନେଟ୍ ଜୁଡିସିଆଲ ଅଫିସର ଓ ୱାର୍କ ଚାର୍ଜଡ୍ କର୍ମଚାରୀ, ଜବ୍ କଣ୍ଟ୍ରାକ୍ଟ ୱାର୍କରମାନେ ମଧ୍ୟ ଉପଯୁକ୍ତ ହେବେ।

ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଆଜି ଏନେଇ ଜାରି ବିଧିବଦ୍ଧ ବିଜ୍ଞପ୍ତି ଅନୁସାରେ, ଷଷ୍ଠ ବେତନ କମିଶନ ହାରରେ ଦରମା ପାଉଥିବା କର୍ମଚାରୀମାନଙ୍କର ମହଙ୍ଗା ଭତ୍ତାକୁ ୧୫୪%ରୁ ୧୬୪%କୁ ବୃଦ୍ଧି ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। କର୍ମଚାରୀମାନେ ୨୦୧୯ ଜୁଲାଇ ପହିଲାରୁ ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ପାଇବେ। ମେ’ ମାସ ଦରମାରେ ସେମାନେ ନିଜର ସମସ୍ତ ବକେୟା ବର୍ଦ୍ଧିତ ମହଙ୍ଗା ଭତ୍ତା ମଧ୍ୟ ପାଇବେ। ଏହି ନିଷ୍ପତ୍ତି ଦ୍ୱାରା ଷଷ୍ଠ ବେତନ କମିଶନ ହାରରେ ଦରମା ପାଉଥିବା ରାଜ୍ୟ ସରକାରଙ୍କ ସମସ୍ତ ସରକାରୀ କର୍ମଚାରୀ ଓ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ କର୍ମଚାରୀ ଉପକୃତ ହେବେ।

ସେମାନଙ୍କ ବ୍ୟତୀତ ବିଶ୍ୱବିଦ୍ୟାଳୟର କର୍ମଚାରୀ, ୱାର୍କ ଚାର୍ଜଡ୍ କର୍ମଚାରୀ,ଜବ୍ କଣ୍ଟ୍ରାକ୍ଟ ୱାର୍କର ମଧ୍ୟ ବର୍ଦ୍ଧିତ ମହଙ୍ଗା ଭତ୍ତା ପାଇବେ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ରାଜ୍ୟ ସରକାର ପୂର୍ବରୁ ସପ୍ତମ ବେତନ କମିଶନ ହାରରେ ଦରମା ପାଉଥିବା ରାଜ୍ୟ କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିସାରିଛନ୍ତି।

Related story