ଧାନ ସଂଗ୍ରହ ଧାର୍ଯ୍ୟ ତାରିଖର ୭ ଦିନ ପୂର୍ବରୁ ଟୋକନ୍‌ ମଳିବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖରିଫ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କଲେଣି। ଏଥର ମଧ୍ୟ ଅଗ୍ରମୀ ଟୋକନ୍‌ ବ୍ୟବସ୍ଥାରେ ଧାନ କିଣିବେ ରାଜ୍ୟ ସରକାର। ଚଳିତବର୍ଷ ୧୪ ଲକ୍ଷ ୯୭ ହଜାର ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଛନ୍ତି। ଧାନ ସଂଗ୍ରହ ଧାର୍ଯ୍ୟ ତାରିଖର ୭ ଦିନ ପୂର୍ବରୁ ଟୋକନ୍‌ ଜେନେରେଟ ହେବ। କେଉଁ ଦିନ କେଉଁ ଚାଷୀ ଧାନ ବିକ୍ରି କରିବେ, ସେଥିଲାଗି ଧାନ ସଂଗ୍ରହ କେନ୍ଦ୍ରରେ ନୋଟିସ ଲାଗିବ […]

paddy

Manoranjan Sial
  • Published: Thursday, 29 October 2020
  • , Updated: 29 October 2020, 04:34 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖରିଫ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କଲେଣି। ଏଥର ମଧ୍ୟ ଅଗ୍ରମୀ ଟୋକନ୍‌ ବ୍ୟବସ୍ଥାରେ ଧାନ କିଣିବେ ରାଜ୍ୟ ସରକାର। ଚଳିତବର୍ଷ ୧୪ ଲକ୍ଷ ୯୭ ହଜାର ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଛନ୍ତି। ଧାନ ସଂଗ୍ରହ ଧାର୍ଯ୍ୟ ତାରିଖର ୭ ଦିନ ପୂର୍ବରୁ ଟୋକନ୍‌ ଜେନେରେଟ ହେବ। କେଉଁ ଦିନ କେଉଁ ଚାଷୀ ଧାନ ବିକ୍ରି କରିବେ, ସେଥିଲାଗି ଧାନ ସଂଗ୍ରହ କେନ୍ଦ୍ରରେ ନୋଟିସ ଲାଗିବ ଓ ମୋବାଇଲକୁ ମଧ୍ୟ ମେସେଜ ଯିବ।

ଜଳସେଚିତ ଜମିରୁ ଏକର ପିଛା ୧୯ କ୍ୱିଣ୍ଟାଲ ଓ ଅଣଜଳସେଚିତ ଜମିରୁ ୧୨ କ୍ୱିଣ୍ଟାଲ କିଣାଯିବା। ଯଦି କେହି  ଟୋକନ ପାଇନଥିବେ ୧୯୬୭ ଟୋଲ ଫି’ ନମ୍ବରରେ ସେମାନେ ଜଣାଇ ପାରିବେ। କେଉଁ ଜିଲ୍ଲାରୁ କେଉଁ ତାରିଖରେ ଆରମ୍ଭ ହେବ ଜିଲ୍ଲାସ୍ତରୀୟ ପ୍ରୋକ୍ୟୁମେଣ୍ଟ କମିଟି ନିଷ୍ପତ୍ତି ନେବ।

ପଶ୍ଚିମ ଓଡ଼ିଶା ଜିଲ୍ଲାଗୁଡିକ ନଭେମ୍ବର ୧୫ ଭିତରେ ଧାନ ସଂଗ୍ରହ କରିବେ। ସବୁ ବ୍ଲକରେ ପି-ପାସ ବ୍ୟବସ୍ଥା କରାଯିବ। ଯେଉଁଠି ଇଣ୍ଟରନେଟ୍‌ ସୁବିଧା ନାହିଁ, ଏଭଳି ୫୦ ବ୍ଲକରେ ଅଫ୍‌ଲାଇନରେ କରାଯିବ। ଚଳିତବର୍ଷ ନୂଆ ଏମ୍‌ଏସ୍‌ପି ଦରରେ କିଣାଯିବା ଧାନ। ଏଫଏକ୍ୟୁ ମାନର ଧାନ କ୍ୱିଣ୍ଟାଲ ପିଛା ୧୮ଶହ ୬୮ ଟଙ୍କା ଓ ଗ୍ରେଡ୍‌- ଏ ମାନର ଧାନ ୧୮ଶହ ୮୮ ଟଙ୍କାରେ କିଣାଯିବ ବୋଲି ସୂଚନା ଦେଇଛନ୍ତି ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ବିଶ୍ୱଜିତ ଦାସ।

Related story