ବଗଲା ନେଇ ହାଇକୋର୍ଟରେ ଜବାବ ରଖିଲେ ସରକାର

କଟକ(ଓଡ଼ିଶା ରିପୋର୍ଟର): ଓଡ଼ିଶା ହାଇକୋର୍ଟରେ ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ମାମଲା ପ୍ରସଙ୍ଗରେ ପୁରୀ ତହସିଲଦାର ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜବାବ ଦାଖଲ କରାଯାଇଛି। ବଗଲା ଜମି ସରକାରଙ୍କ ଅଧୀନରେ ଥିବା ଜଣାଇଛନ୍ତି ସରକାର। ଜମି ସରକାରଙ୍କ ଅଧୀନରେ ଅଛି ଓ ତାକୁ ନବୀକରଣ କରାଯାଉଛି ବୋଲି କୋର୍ଟଙ୍କୁ ଜଣାଇଛି ପ୍ରଶାସନ। ତେବେ ଦାଖଲ ଜବାବ ସତ୍ୟପାଠ ଆକାରରେ ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ସତ୍ୟପାଠ ଦାଖଲ ପାଇଁ ଆଡଭୋକେଟ ଜେନେରାଲଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ […]

Orissa High Court

Manoranjan Sial
  • Published: Tuesday, 29 September 2020
  • , Updated: 29 September 2020, 03:33 PM IST

କଟକ(ଓଡ଼ିଶା ରିପୋର୍ଟର): ଓଡ଼ିଶା ହାଇକୋର୍ଟରେ ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ମାମଲା ପ୍ରସଙ୍ଗରେ ପୁରୀ ତହସିଲଦାର ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜବାବ ଦାଖଲ କରାଯାଇଛି। ବଗଲା ଜମି ସରକାରଙ୍କ ଅଧୀନରେ ଥିବା ଜଣାଇଛନ୍ତି ସରକାର। ଜମି ସରକାରଙ୍କ ଅଧୀନରେ ଅଛି ଓ ତାକୁ ନବୀକରଣ କରାଯାଉଛି ବୋଲି କୋର୍ଟଙ୍କୁ ଜଣାଇଛି ପ୍ରଶାସନ।

ତେବେ ଦାଖଲ ଜବାବ ସତ୍ୟପାଠ ଆକାରରେ ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ସତ୍ୟପାଠ ଦାଖଲ ପାଇଁ ଆଡଭୋକେଟ ଜେନେରାଲଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ଅନ୍ୟ ପ୍ରତିପକ୍ଷଙ୍କୁ ମଧ୍ୟ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଜାରି ହୋଇଛି। ଆବେଦନକାରୀ ଜଗନ୍ନାଥ ବସ୍ତିଆଙ୍କୁ ମଧ୍ୟ ପ୍ରତି ଜବାବ ମାଗିଛନ୍ତି କୋର୍ଟ। ଆସନ୍ତା ସୋମବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଅନ୍ୟପକ୍ଷରେ ବଗଲା ଧର୍ମଶାଳା ଜମି ଅନିୟମିତତା ଅଭିଯୋଗ ମାମଲାରେ ହାଇକୋର୍ଟରେ ଆଉ ଏକ ମାମଲା ଦାୟର ହୋଇଛି। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ପକ୍ଷରୁ ଏହି ମାମଲା ଦାୟର କରାଯାଇଛି। ବଗଲା ଧର୍ମଶାଳା ଜମି ଅନିୟମିତତା ଅଭିଯୋଗର ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ଆବେଦନରେ କୁହାଯାଇଛି। ଏହାଛଡ଼ା ଜଗନ୍ନାଥଙ୍କ ଖାତାକୁ ଜମି ଫେରାଇବାକୁ ପିଟିସନରେ ଆବେଦନ କରିଛନ୍ତି ଶ୍ରୀ ପାତ୍ର।

Related story