‘ମିଡିଆକୁ ନିଜ ନିୟନ୍ତ୍ରଣରେ ରଖିବାକୁ ଚାହୁଁଛନ୍ତି ରାଜ୍ୟ ସରକାର’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ମହାମାରୀ ‘କରୋନା’ ଭୟଙ୍କର ରୂପ ଧାରଣ କରିସାରିଲାଣି। ଏହା ବିରୋଧରେ ସରକାର ଲଢ଼ିବା ପରିବର୍ତ୍ତେ ସତ୍ୟକୁ ସାମ୍ନାକୁ ଆଣୁଥିବା ଗଣମାଧ୍ୟମକୁ ନାଲି ଆଖି ଦେଖାଉଛନ୍ତି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) କମିଶନର। ଓଟିଭିର ସୋଶାଲ୍‌ ମିଡିଆ ପ୍ଲାଟ୍‌ଫର୍ମରେ ପ୍ରକାଶିତ ଦୁଇଟି ଭାଇରାଲ୍‌ ଖବରକୁ ନେଇ ରାତି ଅଧିଆ ନୋଟିସ୍‌ କରାଯାଇଛି। ଏହାର ସତ୍ୟାସତ୍ୟ ଜାଣିବା ପରିବର୍ତ୍ତେ ଥାନାରେ ମାମଲା ରୁଜୁ କରିବା ସହିତ ଜବାବ ତଲବ୍‌ କରିଛି। ତେବେ ବିଏମ୍‌ସିର ଏପରି ଉଦ୍ୟମକୁ […]

bmc

bmc

Manoranjan Sial
  • Published: Saturday, 08 August 2020
  • Updated: 08 August 2020, 04:44 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ମହାମାରୀ ‘କରୋନା’ ଭୟଙ୍କର ରୂପ ଧାରଣ କରିସାରିଲାଣି। ଏହା ବିରୋଧରେ ସରକାର ଲଢ଼ିବା ପରିବର୍ତ୍ତେ ସତ୍ୟକୁ ସାମ୍ନାକୁ ଆଣୁଥିବା ଗଣମାଧ୍ୟମକୁ ନାଲି ଆଖି ଦେଖାଉଛନ୍ତି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) କମିଶନର। ଓଟିଭିର ସୋଶାଲ୍‌ ମିଡିଆ ପ୍ଲାଟ୍‌ଫର୍ମରେ ପ୍ରକାଶିତ ଦୁଇଟି ଭାଇରାଲ୍‌ ଖବରକୁ ନେଇ ରାତି ଅଧିଆ ନୋଟିସ୍‌ କରାଯାଇଛି। ଏହାର ସତ୍ୟାସତ୍ୟ ଜାଣିବା ପରିବର୍ତ୍ତେ ଥାନାରେ ମାମଲା ରୁଜୁ କରିବା ସହିତ ଜବାବ ତଲବ୍‌ କରିଛି। ତେବେ ବିଏମ୍‌ସିର ଏପରି ଉଦ୍ୟମକୁ ରାଜ୍ୟର ରାଜନୈତିକ ବ୍ୟକ୍ତି ବିଶେଷ ଓ ବରିଷ୍ଠ ଗଣମାଧ୍ୟମ ପ୍ରତିନିଧିମାନେ ନିନ୍ଦା କରିଛନ୍ତି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ଗଣମାଧ୍ୟମକୁ ନାଲି ଆଖି ଦେଖାଇବା ଗଣତନ୍ତ୍ର ପ୍ରତି ବିପଦ।

ଆସନ୍ତୁ ଦେଖିବା ଏନେଇ କିଏ କଣ କହିଛନ୍ତି-

ଓଟିଭିକୁ ନୋଟିସ୍‌କୁ ନେଇ କଡା ସମାଲୋଚନା କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି। ସେ କହିଛନ୍ତି-“ପ୍ରତିଷ୍ଠିତ ଗଣମାଧ୍ୟମ ପ୍ରତି ଏଭଳି ବ୍ୟବହାର ଗ୍ରହଣୀୟ ନୁହେଁ। ଏଭଳି ଅସହିଷ୍ଣୁତା କେବେ ଦେଖା ଦେଇ ନଥିଲା। କ୍ଷମତା ଅପବ୍ୟବହାରର ଏହା ହେଉଛି ନିଦର୍ଶନ। ଗଣମାଧ୍ୟମକୁ ନାଲି ଆଖି ଦେଖାଇବା ଗଣତନ୍ତ୍ର ପ୍ରତି ବିପଦ।”

ସେହିପରି ବିଏମ୍‌ସିକୁ ତୀବ୍ର ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ସେ କହିଛନ୍ତି-“ସରକାର ଭାବୁଛନ୍ତି ଗଣମାଧ୍ୟମ ତାଙ୍କର ପ୍ରବକ୍ତା ସାଜନ୍ତୁ। ଏଭଳି ହେଲେ ସାମ୍ବାଦିକତାର ମୌଳିକ ଅଧିକାର କିପରି ରହିବ? ସତ କହିଲେ ଯଦି ନୋଟିସ ହେବ, ଆମେ ଗଣମାଧ୍ୟମ ସହ ଅଛୁ। ଗଣମାଧ୍ୟମରେ ଏଭଳି ଖବର ପରେ ସରକାର ତତ୍ପର ହେବା କଥା। କଣ୍ଠରୋଧ କେହି କରିପାରିବେନି, କାରଣ ଜନତା ତାଙ୍କ ସହ ଅଛି।”

ଗଣମାଧ୍ୟମକୁ ଦମନ ଓ କଣ୍ଠରୋଧ ପ୍ରୟାସ ଶୁଭଙ୍କର ନୁହେଁ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ସେ କହିଛନ୍ତି-“ଓଟିଭି ନାଁରେ ଯାହା ସବୁ କରାଯାଇଛି, ତାକୁ କଡ଼ା ନିନ୍ଦା କରୁଛି। ଖୋର୍ଦ୍ଧା ଜିଲ୍ଲାରେ ଯେତେ କୋଭିଡ୍‌ ମୃତ୍ୟୁ ହୋଇଛି, ସେଥିପାଇଁ ବିଏମ୍‌ସି କମିଶନର ଦାୟୀ। ତାଙ୍କ ଅବହେଳା ଓ ଅହଙ୍କାର ପାଇଁ ଖୋର୍ଦ୍ଧା ଜିଲ୍ଲାର ଏ ପରିସ୍ଥିତି ସୃଷ୍ଟି ହୋଇଛି। ତାଙ୍କ ବିରୋଧରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଦରକାର।”

ଓଟିଭିକୁ ନୋଟିସ କରିବାକୁ ନେଇ ବିଏମ୍‌ସି ଉପରେ ବର୍ଷିଛନ୍ତି ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର। ସେ କହିଛନ୍ତି-“ରାଜ୍ୟ ସରକାର ଅସହିଷ୍ଣୁ ହୋଇପଡ଼ିଛନ୍ତି। ରାଜ୍ୟ ସରକାର ସକାରାତ୍ମକ ସମାଲୋଚନାକୁ ସ୍ୱୀକାର କରନ୍ତୁ। ଗଣମାଧ୍ୟମକୁ ନାଲିଆଖି ଗଣତନ୍ତ୍ର ପାଇଁ ହିତକର ନୁହେଁ। ରାଜ୍ୟ ସରକାର ଭୟଭୀତ ହୋଇପଡ଼ିଥିବା ଜଣାପଡୁଛି। ସମାଲୋଚନାକୁ ଯିଏ ଡ଼ରେ, ସେ କିଛି ଲୁଚେଇବାକୁ ଚେଷ୍ଟା କରୁଛି।”

ଓଟିଭିକୁ ନୋଟିସ୍‌ କରିବାକୁ ନେଇ ବରିଷ୍ଠ କଂଗ୍ରେସ ନେତା ସୁଦର୍ଶନ ଦାସ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି-“ଗର୍ବ ଓ ଅହଙ୍କାର ମୁଣ୍ଡରେ ଚଢ଼ିଲେ ପତନ ଅବଶ୍ୟମ୍ଭାବୀ। ରାମାୟଣରେ ରାବଣର ପତନ ପାଇଁ ରାବଣର ଅହଙ୍କାର ଦାୟୀ ଥିଲା। ଓଡ଼ିଶା ସରକାର ରାବଣ ଢଙ୍ଗରେ କାମ କରୁଛନ୍ତି। ସରକାରଙ୍କ ଗଣତନ୍ତ୍ରର ମୂଳସ୍ତମ୍ଭ ଗଣମାଧ୍ୟମ ପ୍ରତି ସମ୍ମାନ ନାହିଁ। ଏହା କେବଳ ନିନ୍ଦନୀୟ ନୁହେଁ; ଗର୍ବ ଓ ଅହଙ୍କାରର ନିଦର୍ଶନ।”

ଓଟିଭିକୁ ନୋଟିସ୍‌ ନେଇ ବିଏମ୍‌ସିକୁ କଡା ଭାଷାରେ ସମାଲୋଚନା କରିଛନ୍ତି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି-“ଏମିତି ଏକଛତ୍ରବାଦୀ ମନୋଭାବ ଚଳିବନି। ଆଞ୍ଚଳିକ ରାଜନୈତିକ ଦଳମାନେ ନିଜକୁ ଏକଛତ୍ରବାଦୀ ଭାବୁଛନ୍ତି। ଜରୁରୀକାଳୀନ ସ୍ଥିତି ବେଳେ ଯେମିତି ଚାଲିଥିଲା, ଏବେ ସେମିତି ଚାଲିଛି। ଗଣମାଧ୍ୟମକୁ ଧମକ ଦେବା ଓ ସ୍ୱର ଦବେଇଦେବା ଚଳିବନି। ରାଜ୍ୟ ସରକାରଙ୍କ ଏକଛତ୍ରବାଦୀ ମନୋଭାବ ଚଳିବନି। ଆକ୍ରୋଶମୂଳକ ମନୋଭାବ ରଖି ଚପେଇବାକୁ ଚେଷ୍ଟା କଲେ ଭୋଗିବେ।”

ତୀବ୍ର ସମାଲୋଚନା କଲେ ବରିଷ୍ଠ ସାମ୍ବାଦିକ ରବି ଦାସ। କୋଭିଡ୍‌ ସୁଯୋଗରେ ସରକାର ମିଡିଆକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ଗଣମାଧ୍ୟମର କଣ୍ଠରୋଧ ପାଇଁ ଚେଷ୍ଟା ଚାଲିଛି ବୋଲି ରବି ଦାସ କହିଛନ୍ତି। ସେ କହିଛନ୍ତି-“ମହାମାରୀ କରୋନାରେ ଖୋର୍ଦ୍ଧା ଏବେ ଗଂଜାମ ଜିଲ୍ଲାକୁ ଟପି ଗଲାଣି। ଏଥିପାଇଁ ବିଏମ୍‌ସି କମିଶନର କୈଫିୟତ ଦେବା କଥା। ମାତ୍ର ତାହା ନକରି କମିଶନର ଗଣମାଧ୍ୟମ କଣ୍ଠରୋଧ କଲେ ତୀବ୍ର ଜନଅସନ୍ତୋଷ ସୃଷ୍ଟି ହେବ। ବିଏମ୍‌ସି ତୁରନ୍ତ ଏତଲା ପ୍ରତ୍ୟାହାର କରିବା ଦରକାର।”

ଘଟଣାକୁ ସମାଲୋଚନା କଲେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି। ସେ କହିଛନ୍ତି-“କୋଭିଡ୍‌ ସମୟରେ ଓଡ଼ିଶାରେ ଗଣମାଧ୍ୟମ ଉଲ୍ଲେଖନୀୟ କାମ କରୁଛି। ଓଡ଼ିଶାରେ ଗଣମାଧ୍ୟମ ଯେମିତି କାମ କରୁଛି ସାବାସୀ ଦେବା କଥା। ଗଣମାଧ୍ୟମକୁ ପ୍ରୋତ୍ସାହନ ବଦଳରେ ନିରୁତ୍ସାହିତ କରିବା ନିନ୍ଦନୀୟ ଘଟଣା। ଗଣମାଧ୍ୟମକୁ ଛାଡ଼ି କୋଭିଡ୍‌ ବିରୋଧୀ ଲଢେଇ ଲଢ଼ି ହେବ ନାହିଁ। ପ୍ରଶାସନ ତା’ର ଆକ୍ରୋଶମୂଳକ ମନୋଭାବ ଛାଡ଼ିବା ଦରକାର। ଗଣମାଧ୍ୟମ ପ୍ରଶାସନର ତ୍ରୁଟି ସୁଧାରିବାରେ ସାହାଯ୍ୟ କରିଥାଏ। ଗଣମାଧ୍ୟମକୁ ଦମନ ଓ କଣ୍ଠରୋଧ ପ୍ରୟାସ ଶୁଭଙ୍କର ନୁହେଁ।”

ସରକାରଙ୍କ ପଦକ୍ଷେପକୁ ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁଙ୍କ ସମାଲୋଚନା। ସେ କହିଛନ୍ତି-“ଏଥିରୁ ଜଣାପଡୁଛି, ସରକାର ଚାହାଁନ୍ତିନି ତାଙ୍କ ତ୍ରୁଟି ସାମ୍ନାକୁ ଆସୁ। ଏହା ଗଣତନ୍ତ୍ର ପ୍ରତି ଆଦୌ ଶୁଭଙ୍କର ନୁହେଁ। ସରକାର ଚାହୁଁଛନ୍ତି ତାଙ୍କୁ ସୁହାଇଲା ଭଳି ଖବର ପ୍ରସାରଣ ହେଉ। ଗଣମାଧ୍ୟମ ଯେଉଁଠି ସରକାରଙ୍କ ମୁଖପାତ୍ର, ସେଠି ଗଣତନ୍ତ୍ର ବ୍ୟାହତ। ଯାହା ଦେଖାଯାଇଛି, ତାହା ଭାଇରାଲ ଅଡିଓ ଥିଲା, ଯଦି ଆକ୍‌ସନ୍‌ ନେବା କଥା ତା ସୋର୍ସକୁ ଧରନ୍ତୁ। ଏହାଦ୍ୱାରା ଓଟିଭି ପ୍ରତି ସରକାରଙ୍କ ଅସୂୟା ଭାବ ପ୍ରମାଣିତ ହୋଇଛି। ଭାଇରାଲ ଅଡିଓ ପାଇଁ ଓଟିଭି ପଛରେ ଲାଗିବା, ଅସୂୟା ଭାବକୁ ପ୍ରମାଣ କରୁଛି।”

ଓଟିଭିକୁ ନୋଟିସ୍‌ କରିବାକୁ ତୀବ୍ର ସମାଲୋଚନା କଲେ ବରିଷ୍ଠ ସାମ୍ବାଦିକ ସତ୍ୟ ପ୍ରକାଶ ନାୟକ। ସେ କହିଛନ୍ତି-“ନିଜ ତ୍ରୁଟି ଲୁଚାଇବାକୁ ସରକାର କେତେ ବିଚଳିତ, ତାହା ସ୍ପଷ୍ଟ ଜଣାପଡୁଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ। ଭାଇରାଲ ଅଡିଓ ଯଦି ଗୁଜବ, ସରକାର ପରୀକ୍ଷା କରି ସଠିକ ତଥ୍ୟ ଦିଅନ୍ତୁ। ଜନସାଧାରଣଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରୁ ଏସବୁ ପ୍ରସାରିତ ହେଉଛି। ଗଂଜାମରେ ଆପଣ ସ୍ୱୀକାର କଲେ ସବୁକିଛି ଠିକଠାକ ଚାଲିନାହିଁ। ପରିଚାଳନା ଠିକଠାକ ଅଛି ବୋଲି ଛାତିରେ ହାତ ରଖି କହନ୍ତୁ ତ? କୋଭିଡ୍‌ ଯୋଦ୍ଧାଙ୍କ ନାଁରେ ସରକାର ବାହାନା ଦେଖାଉଛନ୍ତି। କଣ୍ଠରୋଧ ପାଇଁ ପୁଲିସ ନୋଟିସ କରୁଛନ୍ତି। ଏହାକଣ ପୁଲିସ ଷ୍ଟେଟ? ସରକାର ଏଥିରେ ସଫଳ ହେବେନି। ଓଡ଼ିଶାବାସୀ ଗ୍ରହଣ କରିବେନି। ସରକାର କରୋନା ଠାରୁ ଆହୁରି ବଡ଼ ଭୂତାଣୁ ଭାବେ ଉଭା ହେବେ। ସରକାର ଲୋକଙ୍କ ସେବକ ହୁଅନ୍ତୁ, ଭୂତାଣୁ ନହୁଅନ୍ତୁ।”

ଓଟିଭିକୁ ନୋଟିସ୍‌ କରିବାକୁ ନେଇ ବରିଷ୍ଠ ସାମ୍ୱାଦିକ ରାଜାରାମ ଶତପଥୀ କହିଛନ୍ତି-“ଏତେ ତରବର ହୋଇ ବିଏମ୍‌ସି ଏତଲା କରିବାର କଣ ଦରକାର ଥିଲା? ଏସବୁଥିରୁ ଜଣାପଡୁଛି ସରକାର ଜନ ଅସନ୍ତୋଷକୁ ଚାପିବାକୁ ଚେଷ୍ଟା କରୁଛନ୍ତି। ସମାଲୋଚନାକୁ ସରକାର ସହୃଦୟରେ ଗ୍ରହଣ କରିବା ଦରକାର। ଗଣମାଧ୍ୟମ ସ୍ୱରକୁ ଦବେଇ ଦେବାକୁ ଅପଚେଷ୍ଟା କରାଯାଉଛି। ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏହା ଶୋଭନୀୟ ନୁହେଁ। କ୍ଷମତାରେ ଥିବା ଲୋକଙ୍କର ଏହା କ୍ଷମତାର ଅପବ୍ୟବହାର।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story