ଛାତ୍ରଛାତ୍ରୀଙ୍କୁ ଲ୍ୟାପଟପ୍ ବଦଳରେ ୩୦ ହଜାର ଟଙ୍କା ଦେବେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୁକ୍ତ ଦୁଇ ପରୀକ୍ଷାରେ ଭଲ ନମ୍ବର ରଖି କୃତକାର୍ଯ୍ୟ ହେଉଥିବା ୧୫ ହଜାର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟ ସରକାର ପ୍ରତିବର୍ଷ ବିଜୁ ଯୁବ ସଶକ୍ତିକରଣ ଯୋଜନାରେ ଲ୍ୟାପଟପ୍ ବଣ୍ଟନ କରିଥାନ୍ତି। ୨୦୧୩ ମସିହାରୁ ରାଜ୍ୟ ସରକାର ଏହି ଲ୍ୟାପଟପ୍ ବଣ୍ଟନ କରୁଥିବା ବେଳେ ଚଳିତବର୍ଷଠୁ ଆଉ ଯୁକ୍ତ ଦୁଇ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଆଉ ଲ୍ୟାପଟପ୍ ନବାଣ୍ଟିବାକୁ ନିଷ୍ପତ୍ତି ନେଇଛନ୍ତି। ଲ୍ୟାପଟପ୍ ବଦଳରେ ଏହି ଛାତ୍ରଛାତ୍ରୀମାନଙ୍କୁ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର(ଡିବିଟି) ମାଧ୍ୟମରେ […]

students

Ordigital Desk
  • Published: Tuesday, 02 March 2021
  • , Updated: 03 March 2021, 01:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୁକ୍ତ ଦୁଇ ପରୀକ୍ଷାରେ ଭଲ ନମ୍ବର ରଖି କୃତକାର୍ଯ୍ୟ ହେଉଥିବା ୧୫ ହଜାର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟ ସରକାର ପ୍ରତିବର୍ଷ ବିଜୁ ଯୁବ ସଶକ୍ତିକରଣ ଯୋଜନାରେ ଲ୍ୟାପଟପ୍ ବଣ୍ଟନ କରିଥାନ୍ତି। ୨୦୧୩ ମସିହାରୁ ରାଜ୍ୟ ସରକାର ଏହି ଲ୍ୟାପଟପ୍ ବଣ୍ଟନ କରୁଥିବା ବେଳେ ଚଳିତବର୍ଷଠୁ ଆଉ ଯୁକ୍ତ ଦୁଇ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଆଉ ଲ୍ୟାପଟପ୍ ନବାଣ୍ଟିବାକୁ ନିଷ୍ପତ୍ତି ନେଇଛନ୍ତି। ଲ୍ୟାପଟପ୍ ବଦଳରେ ଏହି ଛାତ୍ରଛାତ୍ରୀମାନଙ୍କୁ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର(ଡିବିଟି) ମାଧ୍ୟମରେ ୩୦ ହଜାର ଟଙ୍କା ଦେବେ ବୋଲି ଜଣାପଡ଼ିଛି।

ରାଜ୍ୟ ଉଚ୍ଚଶିକ୍ଷା ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସରକାର ବିଜୁ ଯୁବ ସଶକ୍ତିକରଣ ଯୋଜନାରେ ଯୁକ୍ତ ଦୁଇ ପରୀକ୍ଷାରେ ଭଲ ନମ୍ବର ରଖିଥିବା ୧୫ହଜାର ଛାତ୍ରଛାତ୍ରୀଙ୍କୁ ଚଳିତବର୍ଷ ଲ୍ୟାପଟପ୍ ନଦେବାକୁ ନିଷ୍ପତ୍ତି ନେଇଛନ୍ତି। ଡିବିଟି ମାଧ୍ୟମରେ ୩୦ହଜାର ଟଙ୍କା ସେମାନଙ୍କ ଆକାଉଣ୍ଟକୁ ଦେବେ, ଯାହାଫଳରେ ସେମାନେ ନିଜ ପସନ୍ଦ ଅନୁସାରେ ଲ୍ୟାପଟପ୍ କିଣିବାର ସୁଯୋଗ ପାଇବେ। ୨୦୧୩ ମସିହାରୁ ଲ୍ୟାପଟପ୍ ବଣ୍ଟନ କରୁଥିବା ସରକାର ୨୦୨୦-୨୧ ଶିକ୍ଷାବର୍ଷରେ ଯୁକ୍ତ ଦୁଇ ପରୀକ୍ଷାର ବିଭିନ୍ନ ବର୍ଗରେ କୃତକାର୍ଯ୍ୟ ହୋଇଥିବା ପ୍ରାୟ ୧୫ହଜାର ଛାତ୍ରଛାତ୍ରୀଙ୍କୁ ୩୦ହଜାର ଟଙ୍କା ଦେବେ। ତା’ପୁଣି ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ। ତେବେ ଏହି ଲ୍ୟାପଟପ୍ ଅର୍ଥ ପାଇବା ନିମନ୍ତେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ମାର୍ଚ୍ଚ ୧୮ତାରିଖ ସୁଦ୍ଧା ଉଚ୍ଚଶିକ୍ଷା ବିଭାଗର ୱେବସାଇଟ୍‌ରେ ଆବଶ୍ୟକ ଦସ୍ତାବିଜ ଅପଲୋଡ୍ କରିବାକୁ ପଡ଼ିବ।

ସୂଚନାଯୋଗ୍ୟ, ଯୁକ୍ତ ଦୁଇ ପରୀକ୍ଷାରେ ଅଧିକ ନମ୍ବର ରଖି କୃତକାର୍ଯ୍ୟ ହେଉଥିବା ୧୫ହଜାର ପିଲାଙ୍କୁ ଏହି ଲ୍ୟାପଟପ୍ ବଣ୍ଟନ କରାଯାଇଥାଏ। କଳା ବର୍ଗରେ ୫୪୦୦, ବିଜ୍ଞାନରେ ୭ହଜାର ,ବାଣିଜ୍ୟରେ ୨ହଜାର, ଧନ୍ଦାମୂଳକ ଶିକ୍ଷାରେ ୨୦୦ ଓ ସଂସ୍କୃତି ବିଶ୍ୱବିଦ୍ୟାଳୟର ୪୦୦ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଏହି ଲ୍ୟାପଟପ୍ ବଣ୍ଟନ କରାଯାଇଥାଏ। ଏହି ଲ୍ୟାପଟପ୍ ବଣ୍ଟନ ପାଇଁ ଛାତ୍ରଛାତ୍ରୀ ଚୟନ ପ୍ରକ୍ରିୟା ଗତବର୍ଷଠୁ ରାଜ୍ୟସ୍ତରରେ ନକରାଯାଇ ଜିଲ୍ଲାସ୍ତରରେ ହେଉଛି। ଚଳିତବର୍ଷ ଏହି ଲ୍ୟାପଟପ୍ ବଣ୍ଟନ ପାଇଁ ରାଜ୍ୟ ସରକାର ୪୫କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଜଣାପଡ଼ିଛିି।

Related story