ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ପ୍ରାୟ ଦେଢ଼ବର୍ଷ ଧରି ସମବାୟ ସୋସାଇଟି ନିର୍ବାଚନ କରୁନଥିବା ରାଜ୍ୟ ସରକାର ଆଜି ଦୁଇଟି ଶୀର୍ଷ ସମବାୟ ସୋସାଇଟିର ପରିଚାଳନା ଦାୟିତ୍ୱ ହାତକୁ ନେଇଛନ୍ତି। ବୟନିକାର ପରିଚାଳନା କମିଟିର ଅବଧି ଆଜି ଶେଷ ହୋଇଥିବାବେଳେ ସେରିଫେଡର କାର୍ଯ୍ୟକାଳ ୨୭ତାରିଖରେ ଶେଷ ହେବ।
ବୟନିକାର ପରିଚାଳନା ନିର୍ଦ୍ଦେଶକ ଭାବେ ବୟନଶିଳ୍ପ ଓ ହସ୍ତତନ୍ତ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇବେ। ସେହିପରି ସେରିଫେଡ୍ ପରିଚାଳନା ନିର୍ଦ୍ଦେଶକ ଭାବେ ବୟନଶିଳ୍ପ ଓ ହସ୍ତତନ୍ତ ବିଭାଗର ସ୍ୱତନ୍ତ୍ର ସଚିବ କାର୍ଯ୍ୟ କରିବେ। ଟେକ୍ସଟାଇଲ୍ ନିର୍ଦ୍ଦେଶାଳୟ ପକ୍ଷରୁ ଆଜି ରାଜ୍ୟ ସମବାୟ ରେଜିଷ୍ଟ୍ରାରଙ୍କୁ ଏ ସମ୍ପର୍କରେ ସୂଚିତ କରାଯାଇଛି।
ସୂଚନାଯୋଗ୍ୟ, ନିର୍ବାଚିତ ପ୍ରତିନିଧିମାନେ ଏହି ଦୁଇଟି ସମବାୟ ସଂସ୍ଥାର ପରିଚାଳନା କମିଟି ସଦସ୍ୟ ଓ ଅଧ୍ୟକ୍ଷ ହୋଇଥାନ୍ତି।