ସରକାରଙ୍କ ଫୋକସରେ ଗଞ୍ଜାମ, ପୁଣି ୫ ଓଏଏସଙ୍କୁ ଦାୟିତ୍ୱ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ଗୃହ ଜିଲ୍ଲା ଗଞ୍ଜାମ ଏବେ ରାଜ୍ୟ ସରକାରଙ୍କ ଫୋକସରେ। ଏପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରେ ମାତ୍ର ୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସରକାର ସେଠାରେ ଆଉ ୫ ଜଣ ବରିଷ୍ଠ ଓଏଏସଙ୍କୁ ମୁତୟନ କରିଛନ୍ତି। ଏହି ୫ ଜଣ ବରିଷ୍ଠ ଓଏଏସଙ୍କୁ ଆସନ୍ତାକାଲି ମଧ୍ୟାହ୍ନ ୧୨ଟା ସୁଦ୍ଧା ଗଞ୍ଜାମ ଜିଲ୍ଲାପାଳଙ୍କୁ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାର ଏପ୍ରିଲ ୨୮ତାରିଖରେ ୨ଜଣ ବରିଷ୍ଠ ଆଇଏଏସ୍ ଜି. ମାଥିଭାଥାନନ୍ […]

gaaaa

gaaaa

Manoranjan Sial
  • Published: Monday, 04 May 2020
  • Updated: 04 May 2020, 09:51 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ଗୃହ ଜିଲ୍ଲା ଗଞ୍ଜାମ ଏବେ ରାଜ୍ୟ ସରକାରଙ୍କ ଫୋକସରେ। ଏପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରେ ମାତ୍ର ୨ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସରକାର ସେଠାରେ ଆଉ ୫ ଜଣ ବରିଷ୍ଠ ଓଏଏସଙ୍କୁ ମୁତୟନ କରିଛନ୍ତି। ଏହି ୫ ଜଣ ବରିଷ୍ଠ ଓଏଏସଙ୍କୁ ଆସନ୍ତାକାଲି ମଧ୍ୟାହ୍ନ ୧୨ଟା ସୁଦ୍ଧା ଗଞ୍ଜାମ ଜିଲ୍ଲାପାଳଙ୍କୁ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସରକାର ଏପ୍ରିଲ ୨୮ତାରିଖରେ ୨ଜଣ ବରିଷ୍ଠ ଆଇଏଏସ୍ ଜି. ମାଥିଭାଥାନନ୍ ଓ କ୍ରିଷନ୍ କୁମାରଙ୍କୁ ଗଞ୍ଜାମ ଜିଲ୍ଲାରେ କୋଭିଡ-୧୯ ମୁକାବିଲା ପାଇଁ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦେଇଥିଲେ। ଯାଜପୁରରେ ରେକର୍ଡ ପରିମାଣର ୫୨ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱର ଓ ଭଦ୍ରକରେ ୨୧ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହେଲେଣି। ତଥାପି ଏସବୁ ଜିଲ୍ଲାକୁ ପଛରେ ପକାଇ ରାଜ୍ୟ ସରକାର ଗଞ୍ଜାମ ଜିଲ୍ଲାକୁ ଏବେ ସର୍ବାଧିକ ଫୋକସରେ ରଖିଛନ୍ତି।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଇସ୍ପାତ ଓ ଖଣି ବିଭାଗର ଉପସଚିବ କାହ୍ନୁଚରଣ ମଲ୍ଲିକ, ନଗର ଉନ୍ନୟନ ବିଭାଗର ଉପସଚିବ ଶାରଦା ପ୍ରସାଦ ପଣ୍ଡା, ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଉପସଚିବ ଶ୍ୱେତ କୁମାର ଦାଶ, କ୍ରୀଡ଼ା ଓ ଯୁବବ୍ୟାପାର ଉପସଚିବ ରଞ୍ଜିତ ପରିଡ଼ା ଓ ପୂର୍ତ୍ତ ବିଭାଗର ଉପସଚିବ ଦିଲ୍ଲୀପ କୁମାର ମହାପାତ୍ରଙ୍କୁ ଗଞ୍ଜାମ ଜିଲ୍ଲାରେ କୋଭିଡ-୧୯ ମୁକାବିଲା ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମସ୍ତ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ତୁରନ୍ତ ରିଲିଭ୍ କରିବାକୁ ମଧ୍ୟ ସେମାନଙ୍କ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି।

ସୂଚନାଯୋଗ୍ୟ, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ମାତ୍ର ୨ରେ ଥିବାବେଳେ ସୁରତ ଫେରନ୍ତାଙ୍କ ଯୋଗୁ ସେଠାରେ ପରିସ୍ଥିତି ବିଗିଡ଼ିବାର ଆଶଙ୍କା କରି ସରକାର ଆଜି ବରିଷ୍ଠ ଅଧିକାରୀମାନଙ୍କୁ ସେଠାକୁ ଡେପୁଟେସନରେ ପଠାଇଥିବା ସାଧାରଣ ପ୍ରଶାସନ ବିଭାଗ ସୂତ୍ରରୁ ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos