ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ପୁରୀ(ଓଡ଼ିଶା ରିପୋର୍ଟର): ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଗତକାଲି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ଅପରାହ୍ନ ପ୍ରାୟ ୫ଟା ୫୫ମିନିଟରେ ରାଜ୍ୟପାଳ ରାଜଭବନରୁ ବାହାରି ସିଂହଦ୍ୱାର ଚକଡାରେ ପହଞ୍ଚିଥିଲେ। ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ରାଜ୍ୟପାଳଙ୍କୁ ଖଣ୍ଡୁଆ ପାଟ ପ୍ରଦାନ କରି ସ୍ୱାଗତ କରିଥିଲେ। ପରେ ରାଜ୍ୟପାଳଙ୍କୁ ମନ୍ଦିର ଭିତରକୁ ପାଛୋଟି ନିଆଯାଇଥିଲା। ରାଜ୍ୟପାଳ ପ୍ରଭୁଙ୍କ ଆଶିଷ ଭିକ୍ଷା କରି ଫେରି ଆସିଥିଲେ।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।