ମେ’ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା, ଘୋଷଣା ହେଲା ସୂଚୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ରାଜ୍ୟ ସରକାର ଘୋଷଣା କରିଛନ୍ତି ଯୁକ୍ତଦୁଇ ପରୀକ୍ଷା ସୂଚୀ । ମେ ୧୮ତାରିଖରୁ ଜୁନ୍ ୧୨ ତାରିଖ ପର୍ଯ୍ୟନ୍ତ +୨ ପରୀକ୍ଷା ଚାଲିବ ବୋଲି  ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ। ସେହିପରି ମେ ୨୮ ତାରିଖରୁ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଆରମ୍ଭ ହେବ । ଏନେଇ ମନ୍ତ୍ରୀ କହିଛନ୍ତି ଯେ ଯୁକ୍ତ ଦୁଇ ପରୀକ୍ଷା ମେ’ ୧୮ରୁ  ଆରମ୍ଭ ହୋଇ ଜୁନ୍‌ ୧୨ ତାରିଖରେ ସରିବ। […]

plus-2-exam

Niharika Rout
  • Published: Wednesday, 24 February 2021
  • , Updated: 24 February 2021, 02:44 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ରାଜ୍ୟ ସରକାର ଘୋଷଣା କରିଛନ୍ତି ଯୁକ୍ତଦୁଇ ପରୀକ୍ଷା ସୂଚୀ । ମେ ୧୮ତାରିଖରୁ ଜୁନ୍ ୧୨ ତାରିଖ ପର୍ଯ୍ୟନ୍ତ +୨ ପରୀକ୍ଷା ଚାଲିବ ବୋଲି  ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ। ସେହିପରି ମେ ୨୮ ତାରିଖରୁ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଆରମ୍ଭ ହେବ ।

ଏନେଇ ମନ୍ତ୍ରୀ କହିଛନ୍ତି ଯେ ଯୁକ୍ତ ଦୁଇ ପରୀକ୍ଷା ମେ’ ୧୮ରୁ  ଆରମ୍ଭ ହୋଇ ଜୁନ୍‌ ୧୨ ତାରିଖରେ ସରିବ। ଏହି ତାରିଖ ମଧ୍ୟରେ କଳା, ବିଜ୍ଞାନ ଓ ବାଣିଜ୍ୟର ପରୀକ୍ଷା ହେବ।  ଥିଓରୀ ବି ଏହି ତାରିଖ ମଧ୍ୟରେ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ତା ସହିତ ମେ’ ୨୮ରୁ ଧନ୍ଦାମୂଳକ ପରୀକ୍ଷା ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି। ତେବେ ରେଜଲ୍ଟ କେବେ ପ୍ରକାଶ ହେବ ସେନେଇ ଏପର୍ଯ୍ୟନ୍ତ କିଛି କହି ହେବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

ଏଥର ସାଇନ୍ସ ପରୀକ୍ଷା ଇଂରାଜୀରୁ ଆରମ୍ଭ ନ ହୋଇ ଫିଜିକ୍ସରୁ ଆରମ୍ଭ ହେବ। କାରଣ ଯେଉଁ ପିଲାମାନେ ଅଲଗା ଏଣ୍ଟ୍ରାନ୍ସ ବା ସେଣ୍ଟ୍ରାଲ ପ୍ରବେଶିକା ପରୀକ୍ଷା ଦିଅନ୍ତୁ ସେମାନଙ୍କ  ପରୀକ୍ଷାର ତାରିଖକୁ ଦେଖି ଏଥର ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ବୋଲି ଗଣଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି। ତେବେ ଏସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ଆଜି ପ୍ରକାଶ  ପାଇବ ବୋଲି ମନ୍ତ୍ରୀ କହିଛନ୍ତି।

Related story